Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧୭ରେ ମୁକ୍ତିଲାଭ କରିବ ‘କହିବିନି ତତେ ଆଇ ଲଭ ୟୁ’
ଆଜିର ଖବର

ଜୁଲାଇ ୧୭ରେ ମୁକ୍ତିଲାଭ କରିବ ‘କହିବିନି ତତେ ଆଇ ଲଭ ୟୁ’

July 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମୁକ୍ତିଲାଭ ଅପେକ୍ଷାରେ ଆଉ ଏକ ନୂଆ ଓଡିଆ ଚଳଚ୍ଚିତ୍ର। ଯାହାର ନାଁ ରହିଛି ‘କହିବିନି ତତେ ଆଇ ଲଭ ୟୁ’। ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ ପରିସରରେ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି। ତିତିଲୀ ପ୍ରଡକ୍ସନ ଓ ଏଲ-ଟି ପ୍ରଡକ୍ସନ ବ୍ୟାନର ସହଯୋଗ ରେ ନିର୍ମିତ ଏହି ନୂଆ ଓଡିଆ ସିନେମାଟି ଆଗାମୀ ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି। ଏଥିସହିତ ଏହି ବ୍ୟାନରରେ ଆଉ ଏକ ନୂଆ ଚଳଚ୍ଚିତ୍ରର ନାଁ ମଧ୍ୟ ଘୋଷଣା କରାଯାଇଛି। ‘ମୋ କାହାଣୀରେ ତୋରି ନାଁ’ ନାମରେ ଏହି ନୂଆ ଚଳଚ୍ଚିତ୍ର ସମ୍ପର୍କରେ ଖୁବଶୀଘ୍ର ଆହୁରି ଅଧିକ ଅପଡେଟ ପ୍ରଯୋଜନା ସଂସ୍ଥା ଯୋଗାଇ ଦେବ ବୋଲି କୁହାଯାଇଛି।

ଆଲବମ ଓ ମ୍ୟୁଜିକ ଭିଡିଓ ଦୁନିଆର ଚର୍ଚ୍ଚିତ ଲୁବୁନ-ଟୁବୁନ ଯୋଡି ଏଥର ବଡପରଦାରେ କମାଲ କରିଛନ୍ତି। ‘କହିବିନି ତତେ ଆଇ ଲଭ ୟୁ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ। ପ୍ରିତିଶ ମହାନ୍ତି ଏହାର କାହାଣୀ ଲେଖିବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି। ବାପୁ ଗୋସ୍ୱାମୀ ସଂଳାପ ରଚନା କରିଛନ୍ତି। ଉଭୟ ବାପୁ ଗୋସ୍ୱାମୀ ଓ ନିର୍ମଳ ନାୟକ ସିନେମାର ଗୀତଗୁଡିକ ରଚନା କରିଥିବା ବେଳେ ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ ଓ ଦିପ୍ତୀରେଖା ପାଢ଼ୀ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତଗୁଡିକ କଟକର ମିଲନ ଷ୍ଟୁଡିଓରେ ରେକର୍ଡ କରାଯାଇଛି। ସିନେମାରେ କ୍ୟୋରିଓଗ୍ରାଫି ଲୁବୁନ-ଟୁବୁନ କରିଥିବା ବେଳେ ଓଡିଆ ଏଣ୍ଟରଟେନମେଣ୍ଟ ଏହାର ଡିଜିଟାଲ ପାର୍ଟନର ରହିଛି। କ୍ୟାମେରା ପରିଚାଳନା କରିଛନ୍ତି ଲୁବୁନ୍।

ଲୁବୁନଙ୍କୁ ଏଥିରେ ନାୟକ ଭୁମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ମୁମ୍ବାଇର ସୋନା। ଅନ୍ୟମାନଙ୍କ ମଧ୍ୟରେ ମନସ୍ୱିନୀ, ଅର୍ପିତା କର, ରିସନା, ସରୋଜ ଦାସ, ପ୍ରଭାତୀ ସାହୁ, ଅଶୋକ ଦାସ, ପୁଷ୍ପା ପଣ୍ଡା, ଟନିଆ, ମିଲି ମହାନ୍ତି, ଡିସ୍କୋ ରେଡି, ସନ୍ଦୀପ, ଚିକୁ, କାଳିଆ, ନନସେନ୍ସ ମଣି, ରବି, ଅମର, ଗୁଡୁ, ଅଜୟ ଓ ବିଜୟ ପ୍ରମୁଖ ଅଭିନୟ କରିଛନ୍ତି। ଏଲଟି ଷ୍ଟୁଡିଓ ଇକ୍ୟୁପମେଣ୍ଟସ ଯୋଗାଇ ଦେଇଥିବା ବେଳେ ସେହିଠାରେ ହିଁ ପୋଷ୍ଟ ପ୍ରଡକ୍ସନ କରାଯାଇଛି। ଜବରଦସ୍ତ କାହାଣୀ ସାଙ୍ଗକୁ ଲୁବୁନ ଓ ସୋନା ଯୋଡି ଓଲିଉଡରେ ଧମାଲ କରିବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ କହିଛନ୍ତି।

ଓଡିଆ ଚଳଚ୍ଚିତ୍ର ମୁକ୍ତିଲାଭ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026
Latest News

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.