ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର ମାଧବନ

Published: Jul 21, 2022, 11:50 am IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ସାକ୍ଷାତ କରିଛନ୍ତି ଅଭିନେତା ଆର ମାଧବନ। ଆଜି ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଂସ୍କୃତି ଓ ସିନେମା  ସଂପର୍କରେ ଆଲୋଚନା କରିଛନ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ।

ମାଧବନ ଉଭୟ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ଜଣେ ପରିଚିତ ଅଭିନେତା। ସେ ଅଭିନୟ ସହିତ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଅଛନ୍ତି। ସେ ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ମଣିରତନମଙ୍କ ଚଳଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ ହିନ୍ଦି ଚଳଚିତ୍ର ତନୁ ୱେଡସ ମନୁ ରେ ମଧ୍ୟ ଅଭିନୟ କରିଛନ୍ତି। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ଓଡିଶା ଜର୍ସି ପ୍ରଦାନ କରିଥିଲେ।

Related posts