ଜନ୍ମଦିନ ପାଳନ କଲେ ବାବୁଶାନ, ହେଲେ ଆସିଲେନି ତୃପ୍ତି, ଦେଖନ୍ତୁ ଏହି ଭିଡିଓ

Published: Jul 30, 2022, 11:44 pm IST

ଭୁବନେଶ୍ବର:  ଆଜି ଥିଲା ବାବୁଶାନଙ୍କ ଜନ୍ମଦିନ। ଜନ୍ମଦିନରେ ବାବୁଶାନଙ୍କ ପତ୍ନୀ ଏବଂ ପୁଅ ଯୋଗଦେବେ ବୋଲି ଆଶା କରାଯାଉଥିଲା। ହେଲେ ଆସିଲେ ନାହିଁ। ହେଲେ ତୃପ୍ତିଙ୍କ ବାପା ଲଳିତ ବାବୁ ଯୋଗ ଦେଇଥିଲେ। ତେବେ ସଂଧ୍ୟାରେ ବାବୁଶାନ, ବାପା ଉତ୍ତମ ମହାନ୍ତି, ମାଆ ଅପରାଜିତା ଏବଂ ପ୍ରଯୋଜକ ତଥା ଉତ୍ତମ ଅପରାଜିତାଙ୍କ ବନ୍ଧୁ ସଂଜୟ ନାୟକଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କରିଥିଲେ। କେକ କାଟି ସେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ।

ଆଜିର ଜନ୍ମଦିନରେ ସାମିଲ ହେବା ପାଇଁ ବାବୁଶାନ ତୃପ୍ତିଙ୍କୁ ଫୋନ କରି ଡାକିଥିଲେ। ହେଲେ ତୃପ୍ତି ଆସି ନ ଥିଲେ। ଫୋନରେ ତୃପ୍ତି ବାବୁଶାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ତୃପ୍ତିଙ୍କ ବାପା ବାବୁଶାନଙ୍କ ଘରକୁ ଆସିଥିବାରୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏକ ସମାଧାନ ହେବ ବୋଲି ଆଶା କରାଯାଉଛି।

Related posts