Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ହୃଦଘାତରେ ପରଲୋକ, ଗାଇଥିଲେ ନିଦ ଭରା ରାତି…
ଜାତୀୟ ଖବର

ପ୍ରଖ୍ୟାତ ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ହୃଦଘାତରେ ପରଲୋକ, ଗାଇଥିଲେ ନିଦ ଭରା ରାତି…

July 31, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ହୃଦଘାତରେ ପରଲୋକ, ଗାଇଥିଲେ ନିଦ ଭରା ରାତି...

ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ଓ ବଙ୍ଗଳା କଣ୍ଠଶିଳ୍ପୀ ନିର୍ମାଳା ମିଶ୍ର ଆଉ ନାହାଁନ୍ତି। କୋଲକାତାର ଚେତଲାସ୍ଥିତ ତାଙ୍କ ବାସଭବନରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କୋଲକାତାରେ ରହୁଥିବା ନିର୍ମଳା ଗତକାଲି ରାତି ୧୨ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଷାଠିଏ ଏବଂ ସତୁରୀ ଦଶକରେ ନିର୍ମାଳା ମିଶ୍ର ଓଡିଆ ଚଳଚିତ୍ର ତଥା ସଂଗୀତ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ। ତାଙ୍କ କଣ୍ଠର ଯାଦୁ ସେତେବେଳେ ଦର୍ଶକଙ୍କୁ ବେଶ ବାନ୍ଧି ରଖିପାରୁଥିଲା। ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି, ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ…, ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ… ଯା ଯାରେ ଯା ମନପବନ ନଉକା ଉଡିଯା…, ମାୟାବିନି ଏଇ ରାତି…, ନା ମାରନା…., ଛାଡ଼ ଛାଡ଼ ମୋର ଅଞ୍ଚଳ…, ହେମହାରିଣୀ ମଥାରମଣି…, ଢେଉ ଢେଉକା ପାହାଡ଼ ତଳେ…, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା.. ପ୍ରଭୃତି ଗୀତ।

ସେହିପରି ସେ ବହୁ ବଙ୍ଗଳା ଗୀତ ପାଇଁ ମଧ୍ୟ କଣ୍ଠଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଏମନ ଏକା ଝୁନୁକା.., ବୋଲ ତୋ ଆରସି..ଏଇ ବଙ୍ଗଲାର ମାଟି ତେ.. । ତାଙ୍କ ବିୟୋଗରେ ଉଭୟ ଓଡିଆ ଏବଂ ବଙ୍ଗଳା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ କୋଲକାତାର ରବିନ୍ଦ୍ର ସଦରେ ତାଙ୍କ ପାର୍ଥୀବ ଶରୀରକୁ ରଖାଯାଇଛି।

୧୯୩୮ ମସିହାରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ନିର୍ମଳା ମିଶ୍ର ଓଡିଆ ସଙ୍ଗୀତ ଜଗତରେ ଆଜୀବନ ଅବଦାନ ନିମନ୍ତେ ତାଙ୍କୁ ସଂଗୀତ ସୁଧାକର ବାଲକୃଷ୍ଣ ଦାସ ପୁରସ୍କାର ପ୍ରଦାନ କରାଯାଇଛି।

ନିର୍ମଳା ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026
Latest News

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.