‘ଲାଲ ସିଂ ଚଡ୍ଡା’ ସହ ସଂଘର୍ଷ କରୁଛି ଅକ୍ଷୟ କୁମାରଙ୍କ ଫିଲ୍ମ, ଜାଣନ୍ତୁ ପ୍ରଥମ ଦିନର ବ୍ୟବସାୟ

Published: Aug 12, 2022, 10:37 am IST

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ତାଙ୍କ ଭଉଣୀଙ୍କ କାହାଣୀ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ରଟି ଭାବପ୍ରବଣ ହେବା ସହିତ ଏକ ବାର୍ତ୍ତା ଦେଉଥିବାର ନଜର ଆସିଛି। କିନ୍ତୁ ଅକ୍ଷୟଙ୍କ ଶେଷ ଚଳଚ୍ଚିତ୍ର ସମ୍ରାଟ ପୃଥ୍ବୀରାଜ ପରି ଉଦଘାଟନୀ ଦିନ ରକ୍ଷା ବନ୍ଧନ ବିଶେଷ କିଛି ବ୍ୟବସାୟ କରି ନାହିଁ। ଚଳଚ୍ଚିତ୍ରର ପ୍ରଥମ ଦିନର ବ୍ୟବସାୟ ସାମ୍ନାକୁ ଆସିଛି। ରକ୍ଷା ବନ୍ଧନରୁ ପ୍ରଶଂସକମାନେ ବହୁତ ଆଶା କରିଥିଲେ। କିନ୍ତୁ ବ୍ୟବସାୟ ଦୃଷ୍ଟିରୁ ବିଶେଷ କିଛି ଦେଖାଯାଇ ନାହିଁ।

ରକ୍ଷା ବନ୍ଧନ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର କେବଳ ଗୁଜୁରାଟରେ ଭଲ ବ୍ୟବସାୟ କରିବାରେ ସକ୍ଷମ ହୋଇଛି, କିନ୍ତୁ ମୁମ୍ବାଇ, କୋଲକାତା, ପୁଣେ ଭଳି ସ୍ଥାନରେ ରକ୍ଷା ବନ୍ଧନର ଯାଦୁ କାମ କରିନାହିଁ। ସପ୍ତାହ ଶେଷ ସୁଦ୍ଧା ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ରକ୍ଷା ବନ୍ଧନ ପ୍ରଥମ ଦିନରେ ପ୍ରାୟ ୭.୫-୮ କୋଟି ବ୍ୟବସାୟ କରିଛି। ଅକ୍ଷୟଙ୍କ ବାକି ଚଳଚ୍ଚିତ୍ରର ଉଦଘାଟନ ଦିନଠାରୁ ଏହା କମ୍ ଅଟେ।

ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ଅନ୍ଧନ ଆମୀର ଖାନଙ୍କ ଲାଲ ସିଂ ଚଡ୍ଡା ସହ ସଂଘର୍ଷ କରିବ। ଉଭୟ ଚଳଚ୍ଚିତ୍ର ଗୋଟିଏ ଦିନରେ ରିଲିଜ ହୋଇଛି, ଯେଉଁଥିପାଇଁ ଉଭୟଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି। ଯଦି ରିପୋର୍ଟଗୁଡିକୁ ବିଶ୍ଵାସ କରାଯାଏ, ତେବେ ଆଶା କରାଯାଉଥିଲା ଯେ ଲାଲ ସିଂ ଚଡ୍ଡା ଅପେକ୍ଷା ରକ୍ଷା ଅନ୍ଧନ ଭଲ ପ୍ରଦର୍ଶନ କରିବ, କିନ୍ତୁ ଏପରି ହୋଇ ନାହିଁ।

Related posts