Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ଅଡିଓ ଲୋକାର୍ପିତ
ଆଜିର ଖବର

ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ଅଡିଓ ଲୋକାର୍ପିତ

September 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଭୁବନେଶ୍ବରର ହୋଟେଲ୍‌ ଭରେନ୍ୟାସ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ ହୋଇଥିବା ବେଳେ ଆସନ୍ତା ୧୮ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ରେ ଜୀ ସାର୍ଥକ ଚ୍ୟାନେଲରେ ଅଗଣିତ ଓଡିଆ ସିନେପ୍ରେମୀ ଚଳଚ୍ଚିତ୍ରଟିକୁ ଦେଖିପାରିବେ। ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡିକ ଦର୍ଶକଙ୍କ ହୃଦୟ ଜିତିପାରିବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଗୁଡଲି ରଥ ଅଛନ୍ତି।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ତଥା ସାଇ ହରି ଭିଜନ ପ୍ରଡକ୍ସନ ପ୍ରସ୍ତୁତ ‘ଫେରି ଆସୁଥିବି କୋଳକୁ ତୋର’ରେ ଜ୍ୟୋତି ପଣ୍ଡା ଓ ପ୍ରଥମ ଥର ପାଇ ଜୀସାର୍ଥକ ର ଚଳଚ୍ଚିତ୍ର ରେ ପୁନମ ମିଶ୍ରଙ୍କୁ ଦର୍ଶମାନେ ଦେଖିବେ ଜୀସାର୍ଥକ ପକ୍ଷରୁ ସୂଚନା‌ ଦିଆଯାଇଛି। ତେବେ ସିନେମାରେ ଶିଶୁ କଳାକାର ସାଲୋନିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଶିଶୁ ଭୃଣ ହତ୍ୟା ସମ୍ପର୍କିତ ଏକ ବଳିଷ୍ଠ ବାର୍ତ୍ତା ସହ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବେଶ ଉଚ୍ଚକୋଟିର ହୋଇଛି। ଓଲିଉଡରେ ହଲଚଲ ଖେଳାଉଥିବା ସଂଜୟ ନାୟକ ନିଜେ କାହାଣୀ ଲେଖି ନିର୍ଦ୍ଦେଶନା ଦେଇଛନ୍ତି। ରବି ମିଶ୍ର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଗୁଡଲୀ ରଥ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କଥାଥିଲା ଗୀତକୁ ସ୍ବୟମ ପାଢୀ ଓ ନେହା ନିହାରିକା, ଆଖି ନାହି ଗୀତ କୁ ମଣ୍ଟୁ ଛୁରିଆ ଓ ଲିପ୍ସା ମହାପାତ୍ର,ଶିର୍ଷକ ଗୀତ କୁ ସିଦିସ୍ନା ବିନ୍ଧାଣୀ ଓ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ସମସ୍ତ ଗୀତଗୁଡିକୁ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର।

ପାରିବାରିକ କାହାଣୀ ସହ ରୋମାନ୍ସ ଓ ରୋମାଞ୍ଚ କାହାଣୀରେ ଭରି ରହିଛି। ଶିଶୁ କଳାକାରଙ୍କୁ ନେଇ ଅନେକ ଏକ୍ସପେରିମେଣ୍ଟ କରି ସାରିଥିବା ସଞ୍ଜୟ ନାୟକ ପୁଣିଥରେ ଏହି ସିନେମା ମାଧ୍ୟମରେ ଆଉ କିଛି ବଡ ଧମାକା କରିବାକୁ ଯାଉଛନ୍ତି। ନୂଆ କିଛି କରିବାର ଅନ୍ଦାଜ୍ ନେଇ ପୁରା ଟିମ୍ ଉତ୍ସାହିତ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟା ୬.୩୦ମିନିଟ୍‌ରେ ଜୀ ସାର୍ଥକରେ ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଆଗରୁ ଜୀ ସାର୍ଥକ ପକ୍ଷରୁ ଦିଦି ନମସ୍କାର, ଡିଟେକଟିଭ କରନ୍ ଅର୍ଜୁନ, ମୋ ପଣତକାନିରେ ତୁ, ଏଇ ରାଖି ତୋ ରକ୍ଷା କଵଚ ଚଳଚ୍ଚିତ୍ର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି।

ଅଡିଓ ଲୋକାର୍ପିତ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026
Latest News

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.