Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଅଡିଓ ଲୋକାର୍ପିତ

ନୂଆଦିଲ୍ଲୀ: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରତିଶୋଧ” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛି ନିଜର ଚଳଚ୍ଚିତ୍ର ମାଧ୍ୟମରେ। ଏଥର ଆଉ ଗୋଟେ ପାଦ ଥାପିଛି ଓଡ଼ିଶାର ଏହି ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ ସାର୍ଥକ। ଆସନ୍ତା ୨୨ ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ରିଲିଜ୍ ହେବ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟ ରେ। ଚଳଚ୍ଚିତ୍ର ଟି ପ୍ରେକ୍ଷାଳୟ ମୁକ୍ତିଲାଭ ପରେ ଦର୍ଶକ ଦେଖିପାରିବେ ତାଙ୍କ ପ୍ରିୟ ଚ୍ଯାନେଲ, ଜୀ-ସାର୍ଥକରେ।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ପ୍ରତିଶୋଧ’ ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ତାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର, ପିୟୁଷ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ, ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର, କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ବବି ଇସ୍ଲାମ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ। ଭୁବନେଶ୍ୱରସ୍ଥିତ ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର “ଟ୍ୱିନ୍ସ” ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ,ଜୀସାର୍ଥକ ମାର୍କେଟିଙ୍ଗ ହେଡ୍ ଶ୍ରାବନ୍ତୀ ରୟ, ଜୀ ସାର୍ଥକ ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଟ୍ୱିନ୍ସ ରେ ଦର୍ଶକ ଦେଖିବେ ଚୁଲବୁଲି ଅଭିନେତ୍ରୀ ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ନୂଆ ଯୋଡି।

ଟ୍ଵିନ୍ସ ଅର୍ଥାତ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀ। ପାରମ୍ପରିକ କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ମଜାଦାର। ଜଣେ ଭଉଣୀ ସାଧାରଣ ଗୃହିଣୀ ହୋଇଥିବା ବେଳେ ଆଉ ଜଣେ ଭଉଣୀ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ। ନିର୍ଦ୍ଦେଶକ ରାଶେଷ ମହାନ୍ତି ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’। ଚଳଚ୍ଚିତ୍ର ରେ ଚୁଲବୁଲି ନାୟିକା ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶ ଙ୍କ ସମେତ ସନ୍ତୋଷ ଦାଶ, କୀର୍ତ୍ତି ମହାନ୍ତି ଏବଂ ଲତାସା ନଜର ଆସିବେ।
ଏସ୍‌ପିପି ପ୍ରଡକ୍ସନ ବ୍ୟାନର ନିର୍ମିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’।

ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ଷ୍ଟାଇଲିସ୍ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ସ୍ଵର ଦେଇଛନ୍ତି ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧରୀ ଓ ଶିଶୁ କଣ୍ଠଶିଳ୍ପୀ ସୁଦୀପ୍ତା ବିନ୍ଧାଣୀ। ଫିଲ୍ମର ‘ଆଇ ଲଭ୍ ୟୁ ପ୍ରିୟା…’ ଗୀତ ଟି ସ୍ୱୟଂ ପାଢ଼ୀ ଏବଂ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ‘ସଣ୍ଡେ ଫଣ୍ଡେ’.. ଗୀତ ଟି ଅର୍ପିତା ଚୌଧୁରୀ ସୋଲୋ ଗାଇଛନ୍ତି। ଏହା ସହିତ ଚଳଚ୍ଚିତ୍ରରେ ଏକ ଫ୍ୟାମିଲି ଗୀତ ରହିଛି ଯାହାକୁ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ, ଲିପ୍ସା ମହାପାତ୍ର ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ଗାଇଛନ୍ତି। ସମସ୍ତ ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଦାବି କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସମସ୍ତ ଲେଖିଛନ୍ତି ଗୀତିକାର ସୂର୍ଯ୍ୟ ମହାପାତ୍ର। ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ସାତ୍ୟକି କୁଣ୍ଡୁ।

ଆଭା ଓ ଆରତୀ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀକୁ ନେଇ ତିଆରି ହୋଇଛି ‘ଟ୍ଵିନ୍ସ’। ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଭା ଜଣେ ସଂସାର ରୂପୀ ସମୁଦ୍ର ଭିତରେ ଉବୁଟୁବୁ ହେଉଥିବା ବେଳେ ଆରତୀ ଜଣେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ଜଣେ ପ୍ରୋଜେକ୍ଟ ମ୍ଯାନେଜର। ଆଭା ନିଜ ପୁଅ ପାଠପଢା ପାଇଁ ଚିନ୍ତିତ ଥିଲା ବେଳେ ଆରତୀ ଚିନ୍ତିତ ହୋଇଛି ନିଜର ଏକ ସଂସାର କରିବା ପାଇଁ। ସମୟ କାଳକ୍ରମେ ଦୁଇ ଭଉଣୀ ଭେଟ ହୋଇଛନ୍ତି କିନ୍ତୁ ଆଗକୁ ଦୁଇ ଭଉଣୀ କଣ ନିଜ ନିଜର ସ୍ବପ୍ନ ପୂରଣ କରିପାରୁଛନ୍ତି ? କଣ ଘଟୁଛି ଦୁଇ ଭଉଣୀଙ୍କ ମଧ୍ୟରେ ? କଣ କେହି କାହାର ସାହାଯ୍ୟ ନେଉଛନ୍ତି ନା କିଛି ଅସୁବିଧା ଘଟୁଛି ସେମାନଙ୍କ ସହ ? ଏମିତି ବହୁତ କିଛି ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ “ଏହି ଫିଲ୍ମଟି ନାରୀର ବିଭିନ୍ନ ରୂପକୁ ବହୁତ ସୁନ୍ଦର ଭାବରେ ଦେଖାଇଛି ଓ ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ମୋର ଯଥେଷ୍ଟ ଭରସା ଅଛି”।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ଆସନ୍ତା ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ’ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଜୀ-ସାର୍ଥକ ଫିଲ୍ମ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ମାର୍କେଟିଙ୍ଗ ହେଡ଼ ବିଶ୍ୱରଞ୍ଜନ, ନିର୍ଦ୍ଦେଶକ ତ୍ରିପତି ସାହୁ, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ସଂଳାପକାର ଡ଼ଃ ରଜନୀ ରଞ୍ଜନ, ନାୟକ ଭୂମିକାରେ ଥିବା ଅଭିନେତା ଶୁଭାଶିଷ ଶର୍ମା, ଅଭିନେତ୍ରୀ କୁକୀଜ୍ ସ୍ବାଇଁ, ବରିଷ୍ଠ ଅଭିନେତା ପୃଥ୍ଵୀରାଜ ନାୟକ, ଅଭିନେତ୍ରୀ ଅଭୀପ୍ସା ଭଞ୍ଜ, ଜଗନ୍ନାଥ ସାହୁ ଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ଗୀତିକାର ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏସ ପି ପି ପ୍ରଡକସନ୍ସ ବ୍ୟାନର୍ ରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ର ସଂଳାପ ଡ଼ଃ ରଜନୀ ରଞ୍ଜନ ଲେଖିଥିବା ବେଳେ, ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ତ୍ରିପତି ସାହୁ। ସମସ୍ତ ଗୀତ ଡ଼ଃ ନିର୍ମଳ ନାୟକ ରଚନା କରିଛନ୍ତି ଓ ସ୍ୱର ରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା, ବିଷ୍ଣୁ, ଏବଂ ଜିତୁ କଣ୍ଠଦାନ କରିଛନ୍ତି।

ଫିଲ୍ମ ର ନାଁ ରୁ ଜଣା ପଡୁଛି ନିଶ୍ଚିତ ଭାବରେ କେହି ଜଣେ କାହାକୁ ଦେଉଛି ଧୋକା ହେଲେ, କିଏ କାହାକୁ ଦେଉଛି ଧୋକା? ନାୟକ ନାୟିକା କୁ ନା ନାୟିକା ନାୟକକୁ? ଧୋକା ଦେବା ପଛରେ କାରଣ ଅବା କଣ ହୋଇପାରେ? ଏମିତି କିଛି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ କେବଳ ଜୀ ସାର୍ଥକ ରେ ଆସନ୍ତା ମେ ୭ ତାରିଖ ସନ୍ଧ୍ୟା ସାଢେ ୬ଟା ରେ। ନାୟକ ନିଜର ସାଥିକୁ ସମସ୍ତ ଅସୁବିଧାରୁ ବଞ୍ଚେଇବାକୁ ଯାଇ ନିଜେ ପହଁଚୁଛି ଜେଲ ରେ ପୁଣି ଜେଲ ରୁ ବାହାରି ଓଡ଼ିଶାର ଗୋଟେ ବହୁତ ବଡ଼ ପ୍ରତିଷ୍ଠାନର ମାଲିକଙ୍କ ଝିଅ କୁ ଭଲ ପାଉଛି।  କାହାଣୀ ରେ ଆସିଛି ଅପ୍ରତ୍ୟାଶିତ ମୋଡ଼। ନିଜର ପିଲାଦିନ ସାଥି କୁ ଛାଡି ବଡ଼ ଘର ଝିଅକୁ ଭଲ ପାଉଥିବା ନାୟକର ଏପରି ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଛି। କାହାଣୀ ରେ ଅଛି ଅନେକ ନୂତନତ୍ତ୍ୱ। ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ନିର୍ଦ୍ଦେଶକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମସ୍ତ ସିନେମା କୁ ଦର୍ଶକ ଘରେ ବସି ଦେଖିକି ଯେତିକି ଭଲ ପାଇବା ଦେଇଛନ୍ତି ଚଳଚ୍ଚିତ୍ର ଧୋକାକୁ ମଧ୍ୟ ଠିକ୍ ସେହିପରି ଭଲ ପାଇବା ଦେବେ ବୋଲି ଜୀ ସାର୍ଥକ ଫିଲ୍ମସ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଗଣମାଧ୍ୟମ ଆଗରେ ମତ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ସୂର୍ଯ୍ୟମୟୀଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର “IPS ଦୁର୍ଗା” ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩୦ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର ,କଣ୍ଠ ଶିଳ୍ପୀ ଶଶାଙ୍କ, ଅସୀମା ପଣ୍ଡା, ଅଭିନେତ୍ରୀ ସୂର୍ଯ୍ୟମୟୀ, ଅଭିନେତା ସୁକାନ୍ତଙ୍କ ସମେତ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର “IPS ଦୁର୍ଗା” ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବର୍ତ୍ତମାନର ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ “ସୂର୍ଯ୍ୟମୟୀ” ଅପରାଧୀଙ୍କୁ ସାବାଡ କରିବାକୁ ନେଇଛନ୍ତି ନୂଆ ଅବତାର। ଜଣେ ନିର୍ଭୀକ ମହିଳା ଅଫିସରଙ୍କୁ ଦେଖି ସହରରେ ପଡ଼ିଯାଏ କୋକୁଆ ଭୟ। କିନ୍ତୁ ଅପରାଧୀଙ୍କୁ ଦମନ କରିବାକୁ ଆସିଥିବା ଜଣେ ସଚ୍ଚୋଟ ମହିଳା ଅଫିସରକୁ ଦେବାକୁ ପଡେ ବହୁମୂଲ୍ୟ।

ନିର୍ଦ୍ଦେଶକ ରାଜା ଡି. ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଜୀ-ସାର୍ଥକ ପ୍ରସ୍ତୁତି ଚଳଚ୍ଚିତ୍ର “IPS ଦୁର୍ଗା”। ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ପାଇବେ ଦର୍ଶକ। ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର। କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ। ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା।

ଗୋଟାଏ ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ଅର୍ଥାତ “IPS ଦୁର୍ଗା”। ଶେଷରେ ନିଜକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଲକ୍ଷ୍ୟ ପଥଭ୍ରଷ୍ଟ ହୋଇନାହାଁନ୍ତି ଦୁର୍ଗା। କଡା ଗଣ୍ଡାର ହିସାବ ନେବା ପାଇଁ ଦୁର୍ଗାକୁ ନେବାକୁ ପଡ଼ିଛି ନୂଆ ଅବତାର। ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩୦ ଟାରେ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର “IPS ଦୁର୍ଗା” ଦର୍ଶକମାନଙ୍କ ଦ୍ବାରା ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ । ‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବ ରେ ଜୀ ସାର୍ଥକ ଚାନେଲର ଚିଫ୍ ଚାନେଲ୍ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ଉପସ୍ଥିତ ଥିଲେ।

ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେ କୌଣସି ବିଷକୁ କାଟି ପାରିବ କିନ୍ତୁ ସେହି ଫର୍ମୁଲା ମନ୍ଦ ଉଦ୍ଦେଶ୍ୟ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ ଓ ଭୋଳାଶଙ୍କରଙ୍କ ଅଶୀର୍ବାଦରୁ କାଳକ୍ରମେ ପୁଅ ବଡ ହେଇଛି, ନାଁ ଅଛି ଶଙ୍କର ଓ ତା ପାଖରେ ଅଛି ଚମତ୍କାର ଶକ୍ତି। ଏହି ଶକ୍ତି ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି। ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି ଓ ସେ ଅନୁସନ୍ଧାନ କରି ଜାଣିଛନ୍ତି ଶଙ୍କର କିଏ ଓ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଥିବା ଫର୍ମୁଲା କୋଉଠି ଅଛି ଓ ୨୫ ବର୍ଷ ତଳୁ ଫର୍ମୁଲା ଖୋଜିବାକୁ ସେ ଲାଗିପଡିଛନ୍ତି।

ହେଲେ ଫର୍ମୁଲା କୋଉଠି ଅଛି, ଡାକ୍ତର ରୟ କେମିତି ଜାଣୁଛନ୍ତି ଡାକ୍ତର ପ୍ରଭାକର କଥା, ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି, ଡାକ୍ତର ପ୍ରଭାକର ଓ ଶଙ୍କର କ’ଣ ଫର୍ମୁଲା ବଞ୍ଚାଇପାରୁଛନ୍ତି। ଏମିତି କିଛି ନିଆରା କାହାଣୀକୁ‌ ନେଇ ଏପ୍ରିଲ୍ ୯ ସନ୍ଧ୍ୟା ୬:୩୦ରେ ଜୀ-ସାର୍ଥକ ରେ ପ୍ରସାରିତ ହେବ ‘ପାରିକରିବେ ଭୋଳାଶଙ୍କର ୨’।

ପ୍ରିୟବ୍ରତଙ୍କ କାହାଣୀ ‘ପାରିକରିବେ ଭୋଳାଶଙ୍କର ୨’ ରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଲିପିକା ସେନାପତି ଅପର୍ଣ୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ରାକେଶ ଦେଓ ଓ ଅନ୍ୟମାନଙ୍କ ଭିତରେ ଅଛନ୍ତି ଲୋକପ୍ରିୟ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ। ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ଫିଲ୍ମ ର ମନଛୁଆଁ ଗୀତ ଗୁଡିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟମ ପାଢୀ, ସତ୍ୟଜିତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ସୁପରହିଟ୍‌ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ।

ଫିଲ୍ମ ର କାହାଣୀଟିରେ ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ରହିଛି। ତେବେ ଦର୍ଶକଙ୍କୁ ଆଶା ଓ ବିଶ୍ବାସର ଏହି କାହାଣୀ ଛୁଇଁବ ନିଶ୍ଚୟ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସିନେମା

“ପ୍ରିୟେ ତୁ ମୋ ସିଏ” ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଝିଲିକ ମୋସନ ପିକଚର୍ସର ଚତୁର୍ଥ ଅବଦାନ “ପ୍ରିୟେ ତୁ ମୋ ସିଏ”
ର‌ ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଅଭିନେତା ଅମ୍ଳାନ, ବବି ମିଶ୍ର, ଅସୀତ ପତି, ଏଲିନା ସାମନ୍ତରାୟ, ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସୁଭାଶିଷ ସାହୁ, ଆମରା ମ୍ୟୁଜିକ କଣ୍ଟେଟ୍ ପ୍ରୋକରମେଣ୍ଟ ହେଡ୍ ଦେବାଶିଷ ପଣ୍ଡା, ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମଥର ପାଇଁ ପରଦାକୁ ଆସୁଛନ୍ତି ଅମ୍ଳାନ – ଏଲିନା। ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ। ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଚରିତ୍ରରେ ଦେଖିବେ ଦର୍ଶକ।

ପ୍ରେମ ହେଇଯାଏ। କେଉଁଠି, କେମିତି, କେତେବେଳେ..। ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ। ବେଫିକର ହୋଇ ଗରୀବ ପୁଅକୁ ଦିଲ୍ ରେ ଜାଗା ଦେଇଛି ଜମିଦାରୀ ଝିଅ। ଏମିତି କାହିଁକି ହେଲା। କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବି। ପ୍ରେମ-ପ୍ରତିଶୃତି-ପାଗଲପନର ପ୍ରତିମୂର୍ତ୍ତୀ। ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚରସ। ଜାହାର ଟାଇଟଲ ରହିଛି ‘ପ୍ରିୟେ ତୁ ମୋ ସିଏ’।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ୍। ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ। ନିଛକ ଏକ ଓଡ଼ିଆ ପ୍ରେମ କାହାଣୀର ରଚନା କରିଛନ୍ତି ଜଣାଶୁଣା ଲେଖକ ଶରଣାବିନ୍ଦ ଓଝା। ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ। ଫିଲ୍ମରେ ଅମ୍ଳାନ, ଏଲିନା, ବବି ମିଶ୍ର, ଭୁପତି, ଅସୀତ ପତି, ଇଷା ବେଵର୍ତ୍ତା, ସୋମା ଭୈ।ମିକ, ଛନ୍ଦିତା ପାଢୀ, ଗୁଡ୍ଡୁ, ପ୍ରମୁଖ ଅଭିନୟ କରିଛନ୍ତି। ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ବେଶ୍ ଆକୃଷ୍ଟ କରିବ। ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ବାରିପଦାରେ ସୁଟିଂ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି।

ଝିଲିକ ମୋସନ ପିକଚର ନେଇ ଆସୁଛି ନିଜ ବ୍ୟାନରରେ ଚତୁର୍ଥ ଚଳଚ୍ଚିତ୍ର। ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। ଏବେ ପ୍ରଯୋଜକ ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଳିକଙ୍କ ବ୍ୟାନରରେ ରୁଦ୍ରାଣୀ, କିସମିସ ଏବଂ ତୋର ମୋର କଟି ପରେ ଆସୁଛି ପ୍ରିୟେ ତୁ ମୋ ସିଏ। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ମିଳିଛି ଭଲ ରେସପନସ। ଏପ୍ରିଲରେ ଆସୁଥିବା ଏଲିନା – ଆମ୍ଳନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଥିବା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକ, ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚଳଚ୍ଚିତ୍ର “ସରଗପୁରରୁ ଆସିଛି ପ୍ରିୟା’ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି। ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା। ଆଉ ସେପଟେ ଥରହର ଦେବତାଗଣ। ଏମିତି କିଛି ନିଆରା କାହାଣୀକୁ ନେଇ ଇନ୍ଦ୍ରଲୋକ ଓ ପୃଥିବୀଲୋକ ସହ ଯୋଡା ଯାଇଛି ଚଳଚ୍ଚିତ୍ର ର କାହାଣୀ। ଆସନ୍ତା ୨୬ ତାରିଖ ସଂଧ୍ୟା ୬.୩୦ ରେ ଜୀ ସାର୍ଥକରେ ଆସିବାକୁ ଯାଉଛି ସଞ୍ଜୟ ନାୟକଙ୍କ ରୋମାଞ୍ଚଭରା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’।

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଜୀ-ସାର୍ଥକ ବ୍ୟାନର ରେ ଆସୁଛି ଆଉ ଏକ କାହାଣୀ ‘ସରଗପୁରରୁ ଆସିଚି ପ୍ରିୟା’। ଲୋକପ୍ରିୟ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ମେନକା ଚରିତ୍ରରେ ଅଭିନୟ କରୁଥିବା ବେଳେ ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ଅଭିଜିତ୍ ଦାସ। ନିର୍ଦ୍ଦେଶନା ଓ ସ୍କ୍ରିପ୍ଟ ଦାୟିତ୍ୱ ସଞ୍ଜୟ ନାୟକଙ୍କ ଥିବାବେଳେ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି କବିର ଦାସ। ଗୀତ ଲେଖିଛନ୍ତି ଲୋକପ୍ରିୟ ଲେଖକ ନିର୍ମଳ ନାୟକ ଓ ତାଙ୍କ ସହିତ ନିହାର ପ୍ରିୟାଶିଷ୍। ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏବଂ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଲୁବୁନ ଟୁବୁନ।

ପିଲ୍ମରେ ଗୀତକୁ ଗାଇଛନ୍ତି ଓଡ଼ିଶାର ଅନେକ ନାମୀଦାମୀ କଣ୍ଠଶିଳ୍ପୀ- ହ୍ୟୁମାନ ସାଗର, ନେହା ନିହାରିକା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ ଓ ସୁଭାଶିଷ ସାହୁ। ସେହିପରି ଆରେଞ୍ଜମେଣ୍ଟରେ ରହିଛନ୍ତି ରାଜା ଓ ଅନୀଲ। କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ। ତେବେ ଦର୍ଶକଙ୍କୁ ନିଶ୍ଚୟ ଏହି କାହାଣୀ ଛୁଇଁବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ର ନୂଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” ର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀ-ସାର୍ଥକର ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସୋମେଶ ଶଚପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ, ସଂଳାପକାର ମାନସ ମଲ୍ଲିକ ଏବଂ ଜୀ-ସାର୍ଥକ ଫିଲ୍ମସର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜୀ ସାର୍ଥକ ଫିଲ୍ମସ୍ ସର୍ବଦା ତା’ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସିଛି। ପୁଣି ଥରେ ଜୀ ସାର୍ଥକ ଫିଲ୍ମସ୍ ନେଇ ଆସୁଛି ଚଳଚ୍ଚିତ୍ର “ବାହାଘର ଡଟ୍ କମ୍”। ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ଯାହା ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ, କେବଳ ଜୀ ସାର୍ଥକରେ ଦର୍ଶକ ମାନେ ଏହି ମନୋରଂଜନ ପୂର୍ଣ୍ଣ ଫିଲ୍ମଟିକୁ ଦେଖି ପାରିବେ।

ଅନିଛା ସତ୍ୱେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ, ହେଲେ ଜମା ମନ ନାହିଁ ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି ଏବଂ କାହାଣୀରେ ଆସୁଛି ନୂଆ ମୋଡ। ଆଉ ତା ପରେ ଯାହା ଘଟୁଛି ତାହା ଅବର୍ଣ୍ଣନୀୟ। ନିହାତି ଏମିତି କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ତେବେ ଏମିତି ମନୋରଂଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ। ଓମ୍ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ। ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା।

ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ଜଣାଶୁଣା ରୋମାଣ୍ଟିକ ସଙ୍ଗୀତକାର ଗୁଡଲୀ ରଥ। ମାର୍ଚ୍ଚ ୧୯ ତାରିଖରେ ଦର୍ଶକ ଦେଖିବାକୁ ପାଇବେ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍”। ଏକ ଫୁଲ୍ ଏଣ୍ଟରଟେନମେଣ୍ଟ ଡ୍ରାମା ଏବଂ ପାରିବାରିକ କାହାଣୀକୁ ନେଇ ଆସୁଛି ଏହି ଫିଲ୍ମ। ଫିଲ୍ମରେ ଲୋକପ୍ରିୟ ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି। ସେପଟେ ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କୁ ଫୁଲ୍ ମନୋରଞ୍ଜନ କରିବ ବୋଲି ଆଶାବାଦୀ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ ରେ କେବଳ ଜୀ-ସାର୍ଥକରେ ଦେଖିପାରିବେ। ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ୍ ରେ ଚଳଚ୍ଚିତ୍ର “ବନ୍ଦିନୀ” ର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଜୀସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍,ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ,ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ରୀୟା, କଣ୍ଠଶିଳ୍ପୀ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଲିପ୍ସା ମହାପାତ୍ର, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି, ଗାଇଛନ୍ତି ସ୍ଵୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ଓଡିଆ ଚଳଚିତ୍ର ଜଗତର ଦୁଇଜଣ ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ରିୟା ଦେ ଙ୍କୁ ଏକାଠି ଏହି ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ। ଏହି ଦୁଇଜଣଙ୍କ ଛଡ଼ା ଓଡ଼ିଶାର ଆହୁରି ଅନେକ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଓ ମନୀଷା ରଥ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବେ। ଏକ ଭିନ୍ନ ସ୍ୱାଦ ଓ ସସ୍ପେନ୍ସ ଚଳଚ୍ଚିତ୍ର ଯାହା ବିଭିନ୍ନ ରୂପରେ ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କ ଦେଖାଉଥିବା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି।

କାହାଣୀ ଆରମ୍ଭ ହେଉଛି ଭଉଣୀ ବାହାଘର ପାଇଁ ପାରୋଲରେ ଜେଲରୁ ଆସୁଥିବା ନନ୍ଦିନୀ ଠାରୁ ହେଲେ। ବାହାଘରରେ ନ ପହଞ୍ଚି, ସମୟକ୍ରମେ ସେ ପହଞ୍ଚୁଛି ଶୁଭମ୍ ଘରେ ଓ ସେଠାରେ ଏହି ଦୁଇଜଣଙ୍କୁ ଶୁଭମ୍ ର ପରିବାର ବିବାହ ବନ୍ଧନରେ ବାନ୍ଧିବାକୁ ପୁରା ପ୍ରସ୍ତୁତ ହେଲାବେଳ କାହାଣୀରେ ଆସୁଛି ଏକ ଆକସ୍ମିକ ମୋଡ। କାହାଣୀରେ ପ୍ରବେଶ କରୁଛି ଜସ୍ମିନ୍। ସେ ପ୍ରତିଶୋଧ ନେବାକୁ ନନ୍ଦିନୀର ଅତୀତ ଜୀବନ ବିଷୟରେ ଖୋଜିବା ଆରମ୍ଭ କରେ ଆଉ ଯେଉଁ ତଥ୍ୟ ମିଳେ ତାହା ଅଦ୍ଭୁତ। ହେଲେ କାହିଁକି ଜସ୍ମିନ୍ ପ୍ରତିଶୋଧ ନେଉଛି, କାହିଁକି ନନ୍ଦିନୀ ଜେଲରେ ଥିଲା ? ନନ୍ଦିନୀଙ୍କ ସହିତ କ’ଣ ହେବ? ସେ ପୁଣି ଜେଲକୁ ଯିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ କ୍ଲାଇମାକ୍ସରେ ହିଁ ମିଳିବ।

ବାହାଘର ପରେ ରିୟାଙ୍କର ଏହା ପ୍ରଥମ ଚଳଚିତ୍ର ଭାବରେ ରିଲିଜ୍ ହେବ ତେଣୁ ସେ ବହୁତ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ରିଲିଜ୍ ପାଇଁ ଓ ଆଶା କରିଛନ୍ତି ଦର୍ଶକ ମାନେ ଏହି ଚଳଚିତ୍ରଟିକୁ ମନଭରି ଉପଭୋଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଜୀ ସାର୍ଥକ ଫିଲ୍ମସର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏଇ ଅଡିଓ ଲୋକାର୍ପଣ ଅବସରରେ ଅଭିନେତ୍ରୀ ଜସ୍ମିନ ରଥ, ବିକ୍ରମ ମହାନ୍ତି, କଣ୍ଠ ଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ ଦାଶ, ଶୁଭାଶିଷ ଲେଙ୍କା, ସମେତ ଜୀ- ସାର୍ଥକ ଚାନେଲ ର ମୁଖ୍ୟ ପ୍ରତୀକ ସିଲ, ନନ୍ ଫିକ୍ସନ ହେଡ଼ ତନ୍ମୟ ମିଶ୍ର, ପ୍ରଯୋଜକ କବିର ଦାସ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଅଡିଓ ଲୋକାର୍ପଣ ଓ ପୋଷ୍ଟର ଉନ୍ମୋଚନ କରିଥିଲେ।

ଶାଶୁ-ବୋହୂ ସମ୍ପର୍କର ଅଦ୍ଭୁତ କାହାଣୀ ସହିତ ଜୀ-ସାର୍ଥକରେ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ ଚଳଚ୍ଚିତ୍ର ‘କନ୍ୟାଦାନ’। ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଏଥର ସେହି ଚିରାଚରିତ ଶାଶୁ- ବୋହୂଙ୍କର ଝଗଡ଼ା ନୁହେଁ ବରଂ ଜଣେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ କରୁଛନ୍ତି ତାକୁ ନେଇ ଏକ ଦମଦାର କାହାଣୀ ସହ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘କନ୍ୟାଦାନ’ ର ଅଡ଼ିଓ ଜାନୁୟାରୀ ୨୦ ରେ ଲୋକାର୍ପିତ ହୋଇଛି ଏବଂ ଆଗାମୀ ୨୯ ଜାନୁଆରୀରେ ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ।

ପ୍ରିୟବ୍ରତଙ୍କ କାହାଣୀ ତଥା କବିର ଦାସଙ୍କ ପ୍ରଯୋଜନା ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ପ୍ରଶାନ୍ତ ପାଢ଼ୀ ଗୀତଗୁଡ଼ିକ ସଙ୍ଗୀତରେ ସଜେଇଛନ୍ତି। ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢ଼ୀ, ଦେବାଂଶୀ ଦାଶ ଓ ଶୁଭାଶିଷ ଲେଙ୍କା ଏଥିରେ କଣ୍ଠ ଦାନ କରିଛନ୍ତି। ‘କନ୍ୟାଦାନ’ରେ ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ବେତା ରାୟ, ଜସ୍ମିନ ଓ ବିକ୍ରମ ଅଭିନୟ କରିଛନ୍ତି। ଏକ ଭିନ୍ନ ସ୍ୱାଦ ଓ ସମାଜରେ ବର୍ତ୍ତମାନ ସ୍ଥିତି ଉପରେ ଏହି କାହାଣୀ ସହ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।

ସିନେ ଜଗତର ପରିଚିତା ‘ଗୌରିନାନୀ’ ଶ୍ରୀମତୀ ରାୟ ଦୀର୍ଘ ସମୟ ଧରି ଓଡିଆ ତଥା ବେଙ୍ଗଲୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ବହୁମୁଖୀ ଅଭିନୟ ପାଇଁ ସେ ଓଡିଆ ସିନେମାର ଜଣେ ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜଣାଶୁଣା। କିମ୍ବଦନ୍ତୀ ଅଭିନେତା ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସଙ୍କ ସହ ‘ଶେଷ ଶ୍ରାବଣ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ପୁଣି ଦର୍ଶକ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ଜୀ-ସାର୍ଥକର ‘ସରଗମ୍’ ଧାରାବାହିକ ସହିତ ପ୍ରଥମ ଡେବ୍ୟୁ କରିଥିବା ଜସ୍ମିନ୍ ରଥ ଏବେ “ମା ଯାହାର ସାହା “ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।

ଏଥିସହ ସୋସିଆଲ ମିଡିଆରେ ଜଣେ ପରିଚିତ ମୁହଁ। ଓଡିଆ ଭାଷାରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି। ସେ ଜଣେ ଦକ୍ଷ ଏବଂ ପରିଶ୍ରମୀ ଅଭିନେତ୍ରୀ ଏବଂ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ଅଭିନୟ ପ୍ରତି ତାଙ୍କର ଉତ୍ସାହ। ବିଭିନ୍ନ ଓଡିଆ ଧାରାବାହିକରେ ନିଜ ଅଭିନୟର ଜାଦୁ ଦେଖାଇସାରିଥିବା ବିକ୍ରମ୍ ଏହି ଚଳଚିତ୍ରର ଏକ ଖାସ ଅଙ୍ଗ। ଏହି କାହାଣୀରେ ତାଙ୍କର ଆହୁରି ଉତ୍କୃଷ୍ଠ ହୋଇଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

“ତୋର ମୋର କଟି” ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ ଉତ୍ସବ

ଭୁବନେଶ୍ବର: ଝିଲିକ ମୋସନ୍ ପିକ୍ଚର୍ସର ତୃତୀୟ ଅବଦାନ “ତୋର ମୋର କଟି” ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବିରାଟ ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ।

ଲୋକାର୍ପଣ ଉତ୍ସବରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସିଦ୍ଧାନ୍ତ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ସିନେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ରର ସଂଳାପକାର ଦୀପକ ଜେନା ଥିବା ବେଳେ ନିର୍ଦ୍ଦେଶନା ଭାର ନେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ। ପ୍ରଚାର ପ୍ରସାର ଦାୟୀତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ।

ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଦେବକୃପା।

ଚିତ୍ରତ୍ତୋଳନ ଭାର ଈଶ୍ୱର ବାରିକ ନେଇଛନ୍ତି। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ସିଲ ଏବଂ ଫାଇଟ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡା ଓ କାର୍ଯ୍ୟକାରୀ‌ ପ୍ରଯୋଜକ ଅଛନ୍ତି ଅରୁଣ ସ୍ବାଇଁ। ପ୍ରଡ଼କସନ୍ ଡିଜାଇନର ଅଛନ୍ତି ପ୍ରଶାନ୍ତ ବେହେରା (କାବୁଲି)। “ତୋର ମୋର କଟି” ଚଳଚ୍ଚିତ୍ର ମାଧ୍ୟମରେ ଶୈଳେନ୍ଦ୍ର – ଶୀତଲ ଯୋଡି ପ୍ରଥମ ଥର ପାଇଁ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ।

ଏମାନଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ (ଟୁଟୁ ), ବବି ମିଶ୍ର, ସୁଦୀପ୍ତ, ଟୁକୁନା ଷ୍ଟାଇଲିଷ୍ଟ, କାଳିଆ ଷଣ୍ଢ, ଐଶ୍ଵରୀୟା, ରୁପସା, କଟପ୍ପା, ଦେବିକା ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ରେ ୫ ଟି ଗୀତ ଥିବାବେଳେ “ତୋର ମୋର କଟି” ଶୀର୍ଷ ସଙ୍ଗୀତ କୁ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଦେବକୃପା ଓ ଅନନ୍ୟା ଶ୍ରୀତମ ନନ୍ଦ।

ଝିଲିକ ମୋସନ ପିକ୍ଚର୍ସ ଏଥି ପୂର୍ବରୁ କିସମିସ ଓ ରୁଦ୍ରାଣୀ ପରି ସୁନ୍ଦର ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର” ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ ସାର୍ଥକ ରେ ଆସୁଛି ନୂଆ ଓଡ଼ିଆ ସିନେମା। ସିନେମାର ନାଁ ରହିଛି “ଅଳ୍ପ ଦିନର ଗଳ୍ପ। ଏଥିରେ ନବାଗତ ଜ୍ୟୋତି ଓ ସାୟଲ୍ ନଜର ଆସିଛନ୍ତି। ଟିନ ଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସିନେମାର ଅଡିଓ ରିଲିଜ୍ ହୋଇଥିବା ବେଳେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ସିନେମାଟି ଜୀ ସାର୍ଥକରେ ମୁକ୍ତିଲାଭ କରିବ ବୋଲି ଜୀସାର୍ଥକ ତରଫରୁ ସୂଚନା ଦିଆ ଯାଇଛି।

ଅଜୟ ରାଉତ ପ୍ରଯୋଜିତ ଓ ଅଶୋକ ପତି ନିର୍ଦ୍ଦେଶିତ “ଅଳ୍ପ ଦିନର ଗଳ୍ପ” ସିନେମାର ଗୀତ ଗୁଡ଼ିକ ବେଶ ମନ ଛୁଆଁ ହୋଇଛି। ପୁଷ୍ପକ ପରିଡା ଗୀତ ଗୁଡ଼ିକ ରଚନା କରିଛନ୍ତି। ଆସାଦ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସତ୍ୟଜିତ, ଅସୀମା, କୁଲଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି। ସାୟାଲ ଓ ଜ୍ୟୋତି ପ୍ରଥମ ଥର ପାଇଁ ଜୀ ସାର୍ଥକ ବ୍ୟାନରରେ ଏକାଠି ନଜର ଆସିବେ। ମ୍ୟୁଜିକ ଭିଡିଓର ଲୋକପ୍ରିୟତା ପରେ ଜ୍ୟୋତିଙ୍କ ପାଇଁ ଏହା ପ୍ରଥମ ସିନେମା। ସାୟାଲ୍ ପାଇଁ ମଧ୍ୟ ଏହା ଜୀ ସାର୍ଥକରେ ସହ ପ୍ରଥମ ସିନେମା।

ଟିନ୍ ଏଜ ବୟସରେ ସମସ୍ତେ ପ୍ରେମରେ ପଡ଼ନ୍ତି। ଜଣେ ଆଉ ଜଣକୁ ଭଲ ଲାଗନ୍ତି। ଠିକ୍ ସେମିତି ଏମାନେ ବି ଜଣେ ଆଉ ଜଣଙ୍କ ସଂସ୍ପର୍ଶରେ ଆସନ୍ତି ଆଉ ଏହି ଭିତରେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲେ। ଦୁଇ ପ୍ରେମ ପକ୍ଷୀ ପ୍ରେମ ଆକାଶରେ ଉଡ଼ି ବୁଲୁଥିବା ବେଳେ ପ୍ରେମ ରାସ୍ତାରେ ଆଗକୁ ବଢିବା ପାଇଁ କଣ ସବୁ କରିବାକୁ ପଡେ ତାହା ସିନେମାରେ ଦେଖିବାକୁ ମିଳିଛି। ଭରଦ୍ୱାଜ ପଣ୍ଡା ଏମିତି ଏକ ଲଭ୍ ଷ୍ଟୋରୀକୁ ରଚନା କରିବା ସହ ବେଶ ଚମତ୍କାର ଭାବେ ଶବ୍ଦରେ ମଧ୍ୟ‌ ସଜାଇଛନ୍ତି।

ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍ ରେ ଜୀ ସାର୍ଥକରେ ଏହି ଫିଲ୍ମଟି ପ୍ରସାରଣ ହେବ । ପୂର୍ବରୁ ଅନେକ ସୁପର ହିଟ ଓଲିଉଡକୁ ଭେଟି ଦେଇଛି ଜୀ ସାର୍ଥକ। ବିଗତ କିଛି ବର୍ଷ ଧରି ଓଲିଉଡରେ ରାଜ କରୁଥିବା ଜୀ ସାର୍ଥକ ବ୍ୟାନରରେ ଏବେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନେଇ ଆସୁଥିବା ଏହି ସିନେମା ମଧ୍ୟ ସୁପରହିଟ ହେବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି। ପୂର୍ବରୁ ଅର୍ଚ୍ଚିତା,ଶୀତଲ୍,ପୁନମ୍ ମଧ୍ୟ ଜୀସାର୍ଥକ ବ୍ୟାନରରେ ଚଳଚ୍ଚିତ୍ର କରିସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଭୁବନେଶ୍ବରର ହୋଟେଲ୍‌ ଭରେନ୍ୟାସ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ ହୋଇଥିବା ବେଳେ ଆସନ୍ତା ୧୮ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ରେ ଜୀ ସାର୍ଥକ ଚ୍ୟାନେଲରେ ଅଗଣିତ ଓଡିଆ ସିନେପ୍ରେମୀ ଚଳଚ୍ଚିତ୍ରଟିକୁ ଦେଖିପାରିବେ। ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡିକ ଦର୍ଶକଙ୍କ ହୃଦୟ ଜିତିପାରିବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଗୁଡଲି ରଥ ଅଛନ୍ତି।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ତଥା ସାଇ ହରି ଭିଜନ ପ୍ରଡକ୍ସନ ପ୍ରସ୍ତୁତ ‘ଫେରି ଆସୁଥିବି କୋଳକୁ ତୋର’ରେ ଜ୍ୟୋତି ପଣ୍ଡା ଓ ପ୍ରଥମ ଥର ପାଇ ଜୀସାର୍ଥକ ର ଚଳଚ୍ଚିତ୍ର ରେ ପୁନମ ମିଶ୍ରଙ୍କୁ ଦର୍ଶମାନେ ଦେଖିବେ ଜୀସାର୍ଥକ ପକ୍ଷରୁ ସୂଚନା‌ ଦିଆଯାଇଛି। ତେବେ ସିନେମାରେ ଶିଶୁ କଳାକାର ସାଲୋନିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଶିଶୁ ଭୃଣ ହତ୍ୟା ସମ୍ପର୍କିତ ଏକ ବଳିଷ୍ଠ ବାର୍ତ୍ତା ସହ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବେଶ ଉଚ୍ଚକୋଟିର ହୋଇଛି। ଓଲିଉଡରେ ହଲଚଲ ଖେଳାଉଥିବା ସଂଜୟ ନାୟକ ନିଜେ କାହାଣୀ ଲେଖି ନିର୍ଦ୍ଦେଶନା ଦେଇଛନ୍ତି। ରବି ମିଶ୍ର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଗୁଡଲୀ ରଥ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କଥାଥିଲା ଗୀତକୁ ସ୍ବୟମ ପାଢୀ ଓ ନେହା ନିହାରିକା, ଆଖି ନାହି ଗୀତ କୁ ମଣ୍ଟୁ ଛୁରିଆ ଓ ଲିପ୍ସା ମହାପାତ୍ର,ଶିର୍ଷକ ଗୀତ କୁ ସିଦିସ୍ନା ବିନ୍ଧାଣୀ ଓ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ସମସ୍ତ ଗୀତଗୁଡିକୁ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର।

ପାରିବାରିକ କାହାଣୀ ସହ ରୋମାନ୍ସ ଓ ରୋମାଞ୍ଚ କାହାଣୀରେ ଭରି ରହିଛି। ଶିଶୁ କଳାକାରଙ୍କୁ ନେଇ ଅନେକ ଏକ୍ସପେରିମେଣ୍ଟ କରି ସାରିଥିବା ସଞ୍ଜୟ ନାୟକ ପୁଣିଥରେ ଏହି ସିନେମା ମାଧ୍ୟମରେ ଆଉ କିଛି ବଡ ଧମାକା କରିବାକୁ ଯାଉଛନ୍ତି। ନୂଆ କିଛି କରିବାର ଅନ୍ଦାଜ୍ ନେଇ ପୁରା ଟିମ୍ ଉତ୍ସାହିତ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟା ୬.୩୦ମିନିଟ୍‌ରେ ଜୀ ସାର୍ଥକରେ ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଆଗରୁ ଜୀ ସାର୍ଥକ ପକ୍ଷରୁ ଦିଦି ନମସ୍କାର, ଡିଟେକଟିଭ କରନ୍ ଅର୍ଜୁନ, ମୋ ପଣତକାନିରେ ତୁ, ଏଇ ରାଖି ତୋ ରକ୍ଷା କଵଚ ଚଳଚ୍ଚିତ୍ର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନା ରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଆମର ମ୍ୟୁଜିକ ର ଡିଜିଟାଲ୍‌ ମୁଖ୍ୟ ସୁରଜ ମହାନତା, କଣ୍ଟେଟ୍ ଅଧିଗ୍ରହଣ ମୁଖ୍ୟ ଦେବାଶିଷ ପଣ୍ଡା, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଗୀତିକାର ଡକ୍ଟର ନିର୍ମଳ ନାୟକ, କୁମାରଶ୍ରୀ ସାହୁ, ଓଲିଉଡ୍ କ୍ରି୍ଏଟିଭ ହେଡ଼ ତଥା ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଟି ଆସନ୍ତା ଅକ୍ଟୋବର ୧୨ ରେ ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଜଣା ପଡିଛି। ଚଳଚ୍ଚିତ୍ରରେ ସ୍ୱରର ଯାଦୁଗର ତଥା ଯୁବପିଢ଼ିଙ୍କ ପ୍ରଥମ ପସନ୍ଦର ଗାୟକ ଗାୟିକା ଯଥା : ସ୍ୱୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଈଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି।

ଆମର ମ୍ୟୁଜିକ ର “ମାଲ ମହୂ ଜୀବନ ମାଟି” ଚଳଚ୍ଚିତ୍ର ସୁପରହିଟ ହୋଇଥିବା ବେଳେ “ତୃଷ୍ଣା” ବି ବେଶ୍ ଲୋକାଦୃତ ହେବ ବୋଲି ଟିମ୍ ପକ୍ଷରୁ‌ ଆଶା ପ୍ରକଟ କରାଯାଇଛି। “ତୃଷ୍ଣା” ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କ୍ରିଷ୍ଣାପ୍ରିୟା, ବିଶ୍ୱଜିତ ପଣ୍ଡା ଭଳି ଲୋକପ୍ରିୟ କଳାକାର ମାନେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ଆଜିଠାରୁ ଦେଖିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନୂଆ ଓଡିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

ଭୁବନେଶ୍ବର: ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଆଉ ସେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ସିନେମା ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱରସ୍ଥିତ ହୋଟେଲ ଏମ୍ପାୟାରସ ଠାରେ ଅଡିଓ ଧୁମ୍ ଧାମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଲୋକାର୍ପିତ ହୋଇଯାଇଛି।

ରଥଯାତ୍ରା ଅବସରରେ” ବିଦ୍ୟାରାଣ” ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ। କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତିଦାସ। ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିଲାବେଳେ ବାବୁସାନଙ୍କ ଏହା ପ୍ରଥମ ସିନେମା।

ଏହାର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ। ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵୟମ ପାଢ଼ୀ, ଅନନ୍ୟା ଏବଂ ହ୍ୟୁମାନ ସାଗର।

ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରୁଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା,ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ କରିଛନ୍ତି। ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଅଡିଓ ଲୋକାର୍ପିତ ଉତ୍ସବରେ “ବିଦ୍ୟାରାଣ” ର ସମସ୍ତ କଳାକାର ଓ ଗୀତିକାର,ଗାୟକ ଓ ଗାୟିକା ଉପସ୍ଥିତ ଥିଲେ। ବିଦ୍ଯାରାଣ ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ଯୁଜିକ୍ ୟୁଟ୍ଯୁବ ଚ୍ୟାନେଲରେ ଦେଖିବାକୁ ମିଳିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଗତକାଲି ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), କାହାଣୀ ଓ ସଂଳାପକାର ଡ. ରଜନୀ ରଞ୍ଜନ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଶୀତଳ ପାତ୍ର, ନବାଗତ ଶାଶ୍ଵତ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର, ସୋମା ଭୌମିକ ପ୍ରମୁଖ ଅଭିନୟ କରିଛନ୍ତି।

“ଦିଦି ନମସ୍କାର”ର ଟାଇଟଲ ଓ ପ୍ରଥମ ଶ୍ରେଣୀ ଗୀତକୁ ସତ୍ୟଜିତ ଓ ଅସୀମା ପଣ୍ଡା ଗାଇଥିବା ବେଳେ, ମନ୍ ହନସିନୀ ଗୀତକୁ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି। ସମସ୍ତ ଗୀତକୁ ଗୀତିକାର ଡ. ନିର୍ମଳ ନାୟକ ଲେଖିଛନ୍ତି। ସହଯୋଗୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ଵସ୍ତିକ।

ଚଳଚ୍ଚିତ୍ରଟି ଜୀ ସାର୍ଥକ ଚ୍ୟାନେଲରେ ଏପ୍ରିଲ ୧୭ ତାରିଖ ସଂଧ୍ୟା ୬.୩୦ ମିନିଟରେ ପ୍ରସାରିତ ହେବ ବୋଲି ଜଣାପଡିଛି।