ଜୀ-ସାର୍ଥକ ର ନୂଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” ର ଅଡିଓ ଲୋକାର୍ପିତ

Published: Mar 10, 2023, 8:46 am IST

ଭୁବନେଶ୍ଵର: ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” ର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀ-ସାର୍ଥକର ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସୋମେଶ ଶଚପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ, ସଂଳାପକାର ମାନସ ମଲ୍ଲିକ ଏବଂ ଜୀ-ସାର୍ଥକ ଫିଲ୍ମସର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜୀ ସାର୍ଥକ ଫିଲ୍ମସ୍ ସର୍ବଦା ତା’ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସିଛି। ପୁଣି ଥରେ ଜୀ ସାର୍ଥକ ଫିଲ୍ମସ୍ ନେଇ ଆସୁଛି ଚଳଚ୍ଚିତ୍ର “ବାହାଘର ଡଟ୍ କମ୍”। ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ଯାହା ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ, କେବଳ ଜୀ ସାର୍ଥକରେ ଦର୍ଶକ ମାନେ ଏହି ମନୋରଂଜନ ପୂର୍ଣ୍ଣ ଫିଲ୍ମଟିକୁ ଦେଖି ପାରିବେ।

ଅନିଛା ସତ୍ୱେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ, ହେଲେ ଜମା ମନ ନାହିଁ ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି ଏବଂ କାହାଣୀରେ ଆସୁଛି ନୂଆ ମୋଡ। ଆଉ ତା ପରେ ଯାହା ଘଟୁଛି ତାହା ଅବର୍ଣ୍ଣନୀୟ। ନିହାତି ଏମିତି କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ତେବେ ଏମିତି ମନୋରଂଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ। ଓମ୍ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ। ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା।

ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ଜଣାଶୁଣା ରୋମାଣ୍ଟିକ ସଙ୍ଗୀତକାର ଗୁଡଲୀ ରଥ। ମାର୍ଚ୍ଚ ୧୯ ତାରିଖରେ ଦର୍ଶକ ଦେଖିବାକୁ ପାଇବେ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍”। ଏକ ଫୁଲ୍ ଏଣ୍ଟରଟେନମେଣ୍ଟ ଡ୍ରାମା ଏବଂ ପାରିବାରିକ କାହାଣୀକୁ ନେଇ ଆସୁଛି ଏହି ଫିଲ୍ମ। ଫିଲ୍ମରେ ଲୋକପ୍ରିୟ ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି। ସେପଟେ ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କୁ ଫୁଲ୍ ମନୋରଞ୍ଜନ କରିବ ବୋଲି ଆଶାବାଦୀ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍।

Related posts