Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ର ଅଡିଓ ଲୋକାର୍ପିତ
ଆଜିର ଖବର

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ର ଅଡିଓ ଲୋକାର୍ପିତ

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଥିବା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକ, ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚଳଚ୍ଚିତ୍ର “ସରଗପୁରରୁ ଆସିଛି ପ୍ରିୟା’ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି। ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା। ଆଉ ସେପଟେ ଥରହର ଦେବତାଗଣ। ଏମିତି କିଛି ନିଆରା କାହାଣୀକୁ ନେଇ ଇନ୍ଦ୍ରଲୋକ ଓ ପୃଥିବୀଲୋକ ସହ ଯୋଡା ଯାଇଛି ଚଳଚ୍ଚିତ୍ର ର କାହାଣୀ। ଆସନ୍ତା ୨୬ ତାରିଖ ସଂଧ୍ୟା ୬.୩୦ ରେ ଜୀ ସାର୍ଥକରେ ଆସିବାକୁ ଯାଉଛି ସଞ୍ଜୟ ନାୟକଙ୍କ ରୋମାଞ୍ଚଭରା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’।

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଜୀ-ସାର୍ଥକ ବ୍ୟାନର ରେ ଆସୁଛି ଆଉ ଏକ କାହାଣୀ ‘ସରଗପୁରରୁ ଆସିଚି ପ୍ରିୟା’। ଲୋକପ୍ରିୟ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ମେନକା ଚରିତ୍ରରେ ଅଭିନୟ କରୁଥିବା ବେଳେ ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ଅଭିଜିତ୍ ଦାସ। ନିର୍ଦ୍ଦେଶନା ଓ ସ୍କ୍ରିପ୍ଟ ଦାୟିତ୍ୱ ସଞ୍ଜୟ ନାୟକଙ୍କ ଥିବାବେଳେ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି କବିର ଦାସ। ଗୀତ ଲେଖିଛନ୍ତି ଲୋକପ୍ରିୟ ଲେଖକ ନିର୍ମଳ ନାୟକ ଓ ତାଙ୍କ ସହିତ ନିହାର ପ୍ରିୟାଶିଷ୍। ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏବଂ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଲୁବୁନ ଟୁବୁନ।

ପିଲ୍ମରେ ଗୀତକୁ ଗାଇଛନ୍ତି ଓଡ଼ିଶାର ଅନେକ ନାମୀଦାମୀ କଣ୍ଠଶିଳ୍ପୀ- ହ୍ୟୁମାନ ସାଗର, ନେହା ନିହାରିକା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ ଓ ସୁଭାଶିଷ ସାହୁ। ସେହିପରି ଆରେଞ୍ଜମେଣ୍ଟରେ ରହିଛନ୍ତି ରାଜା ଓ ଅନୀଲ। କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ। ତେବେ ଦର୍ଶକଙ୍କୁ ନିଶ୍ଚୟ ଏହି କାହାଣୀ ଛୁଇଁବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍।

ଅଡିଓ ଲୋକାର୍ପିତ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.