Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ
ଆଜିର ଖବର

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

April 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ । ‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବ ରେ ଜୀ ସାର୍ଥକ ଚାନେଲର ଚିଫ୍ ଚାନେଲ୍ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ଉପସ୍ଥିତ ଥିଲେ।

ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେ କୌଣସି ବିଷକୁ କାଟି ପାରିବ କିନ୍ତୁ ସେହି ଫର୍ମୁଲା ମନ୍ଦ ଉଦ୍ଦେଶ୍ୟ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ ଓ ଭୋଳାଶଙ୍କରଙ୍କ ଅଶୀର୍ବାଦରୁ କାଳକ୍ରମେ ପୁଅ ବଡ ହେଇଛି, ନାଁ ଅଛି ଶଙ୍କର ଓ ତା ପାଖରେ ଅଛି ଚମତ୍କାର ଶକ୍ତି। ଏହି ଶକ୍ତି ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି। ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି ଓ ସେ ଅନୁସନ୍ଧାନ କରି ଜାଣିଛନ୍ତି ଶଙ୍କର କିଏ ଓ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଥିବା ଫର୍ମୁଲା କୋଉଠି ଅଛି ଓ ୨୫ ବର୍ଷ ତଳୁ ଫର୍ମୁଲା ଖୋଜିବାକୁ ସେ ଲାଗିପଡିଛନ୍ତି।

ହେଲେ ଫର୍ମୁଲା କୋଉଠି ଅଛି, ଡାକ୍ତର ରୟ କେମିତି ଜାଣୁଛନ୍ତି ଡାକ୍ତର ପ୍ରଭାକର କଥା, ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି, ଡାକ୍ତର ପ୍ରଭାକର ଓ ଶଙ୍କର କ’ଣ ଫର୍ମୁଲା ବଞ୍ଚାଇପାରୁଛନ୍ତି। ଏମିତି କିଛି ନିଆରା କାହାଣୀକୁ‌ ନେଇ ଏପ୍ରିଲ୍ ୯ ସନ୍ଧ୍ୟା ୬:୩୦ରେ ଜୀ-ସାର୍ଥକ ରେ ପ୍ରସାରିତ ହେବ ‘ପାରିକରିବେ ଭୋଳାଶଙ୍କର ୨’।

ପ୍ରିୟବ୍ରତଙ୍କ କାହାଣୀ ‘ପାରିକରିବେ ଭୋଳାଶଙ୍କର ୨’ ରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଲିପିକା ସେନାପତି ଅପର୍ଣ୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ରାକେଶ ଦେଓ ଓ ଅନ୍ୟମାନଙ୍କ ଭିତରେ ଅଛନ୍ତି ଲୋକପ୍ରିୟ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ। ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ଫିଲ୍ମ ର ମନଛୁଆଁ ଗୀତ ଗୁଡିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟମ ପାଢୀ, ସତ୍ୟଜିତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ସୁପରହିଟ୍‌ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ।

ଫିଲ୍ମ ର କାହାଣୀଟିରେ ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ରହିଛି। ତେବେ ଦର୍ଶକଙ୍କୁ ଆଶା ଓ ବିଶ୍ବାସର ଏହି କାହାଣୀ ଛୁଇଁବ ନିଶ୍ଚୟ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

ଅଡିଓ ଲୋକାର୍ପିତ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.