Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ପ୍ରଭାବ, “ଦମନ୍‌”କୁ ମିଳିବ ସର୍ବାଧିକ ପ୍ରେକ୍ଷାଳୟ
ଆଜିର ଖବର

ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ପ୍ରଭାବ, “ଦମନ୍‌”କୁ ମିଳିବ ସର୍ବାଧିକ ପ୍ରେକ୍ଷାଳୟ

October 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ୫ମ ଦିନରେ ଦିନରେ ପହଞ୍ଚିଥିବା ବେଳେ ଏବେ ସାମାନ୍ୟ ଆଶ୍ବସ୍ତି ମିଳିଛି। ନିକଟ ଅତୀତରେ ମାଲକାନଗିରିରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ଓଲିଉଡ଼ର ସୁପରଷ୍ଟାର ବାବୁସାନଙ୍କୁ ନେଇ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ଦମନ୍”। “ଦମନ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଅନେକ ଥର ଯୋଜନା ହୋଇଥିବା ସତ୍ତ୍ୱେ ହଲ୍ ମିଳୁନଥିବା ଯୋଗୁଁ ମୁକ୍ତିଲାଭ କରିବା ନେଇ ପ୍ରଯୋଜକ ଚିନ୍ତିତ ଥିଲେ।

ପ୍ରଯୋଜକଙ୍କ ନୀରବ ପଦଯାତ୍ରାର ପ୍ରଭାବ ଏବଂ ଅନେକ ସମର୍ଥକଙ୍କ ଯୋଗୁଁ “ଦମନ୍” କୁ ମିଳିଛି ଓଡ଼ିଶାର ସର୍ବାଧିକ ପ୍ରେକ୍ଷାଳୟ। ଏଇ ଖୁସି ଖବର ସମସ୍ତ ପ୍ରଯୋଜକଙ୍କ ମୁହଁରେ ଆନନ୍ଦ ଭରିଦେଇଛି।

ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନଥିବା, ୨୦୦୮ ମସିହାରୁ ମିଳୁନଥିବା ସବ୍‌ସିଡି ସୁବିଧା, ଫାଇଲ୍ ଭିତରେ ପଡ଼ି ରହିଥିବା ଓଡ଼ିଆ ସିନେମା ନୀତି ଯୋଗୁଁ ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଦୀର୍ଘ ପାଞ୍ଚ ଦିନ ଧରି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ଚାଲିଅଛି। ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ।

ତେବେ ପ୍ରଯୋଜକ କହିଛନ୍ତି ଯେ, ଆଜି ଖୁସିର ଖବର, ଆମ ନୀରବ ପଦଯାତ୍ରା ଦେଖି ଚଳଚ୍ଚିତ୍ର “ଦମନ୍” କୁ ସାରା ଓଡିଶାରେ ସର୍ବାଧିକ ପ୍ରେକ୍ଷାଳୟ ମିଳିଲା ଓ ଏହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିବ। ଆମ ପ୍ରଯୋଜକମାନଙ୍କ ତରଫରୁ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ନିବେଦନ “ଦମନ୍” ଭଳି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦେଖନ୍ତୁ।

BJP Ads
ଓଲିଉଡ଼ ପ୍ରଯୋଜକ ଦମନ୍ ନୀରବ ପଦଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ

November 3, 2025

ଅନିଲ ଅମ୍ବାନୀଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ

November 3, 2025

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025

ସଂପୂର୍ଣ୍ଣ ହେଲା କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟ, ତଥାପି ଜାରି ରହିଛି କଟକଣା, ଜାଣନ୍ତୁ କ’ଣ?

November 3, 2025
BJP Ads
Latest News

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ

November 3, 2025

ଅନିଲ ଅମ୍ବାନୀଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ

November 3, 2025

ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 3, 2025

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025

ସଂପୂର୍ଣ୍ଣ ହେଲା କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟ, ତଥାପି ଜାରି ରହିଛି କଟକଣା, ଜାଣନ୍ତୁ କ’ଣ?

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.