ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କ ନିଧନ: ମସ୍ତିଷ୍କ ଟ୍ୟୁମର ସହିତ ଲଢୁଥିଲେ ଯୁଦ୍ଧ

Published: Nov 18, 2022, 1:18 pm IST

ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତ୍ରୀ ଦଲଜିତ୍ କୌରଙ୍କ ଗୁରୁବାର ଦିନ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଦେହାନ୍ତ ହୋଇଛି। ସେ ଅନେକ ସୁପରହିଟ୍ ପଞ୍ଜାବୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଇଛି। ଦଲଜିତ କୌର ସକାଳେ ତାଙ୍କ ସମ୍ପର୍କୀୟଙ୍କ ଘରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକାଙ୍କ ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

୬୯ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିବା ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌର ଗୁରୁତର ରୋଗରେ ପୀଡିତ ଥିଲେ। ତାଙ୍କ ସମ୍ପର୍କୀୟ ହରିନ୍ଦର ସିଂ ଖଙ୍ଗୁରାଙ୍କ ଅନୁଯାୟୀ କୌର ଗତ ତିନି ବର୍ଷ ଧରି ମସ୍ତିଷ୍କ ଟ୍ୟୁମରରେ ପୀଡିତ ଥିଲେ ଏବଂ ଗତ ଏକ ବର୍ଷ କୋମାରେ ଥିଲେ। ଅଭିନୟ ଜଗତ ବ୍ୟତୀତ ଦଲଜିତ୍ କବାଡି ଏବଂ ହକିର ଜଣେ ଖେଳାଳି ମଧ୍ୟ ଥିଲେ।

Related posts