ମାତ୍ର ୨୪ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କଲେ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା

Published: Nov 20, 2022, 3:05 pm IST

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଖରାପ ଖବର ଆସିଛି। ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ କୋଲକାତା ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଣ୍ଡ୍ରିଲା ଶର୍ମାଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ ଥିଲେ। ତାଙ୍କର ସମସ୍ତ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ସାଙ୍ଗମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଥିଲେ, କିନ୍ତୁ ରବିବାର ଦିନ ଆଣ୍ଡ୍ରିଲାଙ୍କ ମୃତ୍ୟୁ ଖବର ସେମାନଙ୍କୁ ଝଟକା ଦେଇଛି।

ସ୍ୱଳ୍ପ ଜୀବନରେ ଆଣ୍ଡ୍ରିଲା କର୍କଟ ଭଳି ଏକ ଗୁରୁତର ରୋଗକୁ ପରାସ୍ତ କରିଥିଲେ, କିନ୍ତୁ ନଭେମ୍ବର ୧ ତାରିଖରେ ଆଣ୍ଡ୍ରିଲା ଶର୍ମାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ଏହା ପରେ ଆଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ବିଗିଡି ଯାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ, ନଭେମ୍ବର ୧୪ ତାରିଖରେ, ଆଣ୍ଡ୍ରିଲା ଡାକ୍ତରଖାନାରେ ଏକାସାଙ୍ଗରେ ଅନେକ ହୃଦ୍‌ଘାତର ଶିକାର ହୋଇଥିଲେ, ଏହି କାରଣରୁ ଆଣ୍ଡ୍ରିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା, କିନ୍ତୁ ନଆଜି ଆଣ୍ଡ୍ରିଲା ଶର୍ମା କୋଲକାତାର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Related posts