Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝରଣା ଦାସ ନୁହଁନ୍ତି, ସେ ଥିଲେ ଓଡିଶାର ଘରେ ଘରେ ପରିଚିତ ‘ତଅପୋଇ’
ଜାତୀୟ ଖବର

ଝରଣା ଦାସ ନୁହଁନ୍ତି, ସେ ଥିଲେ ଓଡିଶାର ଘରେ ଘରେ ପରିଚିତ ‘ତଅପୋଇ’

December 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Actress Jharan Das
ଝରଣା ଦାସ ନୁହଁନ୍ତି, ସେ ଥିଲେ ଓଡିଶାର ଘରେ ଘରେ ପରିଚିତ 'ତଅପୋଇ' ଚରିତ୍ର

ଭୁବନେଶ୍ବର: ପ୍ରାୟ ସତୁରୀ ଦଶକର କଥା। ସେତେବେଳେ ଟେଲିଭିଜନ କଣ ଲୋକେ ଜାଣି ନ ଥିଲେ। ମନୋରଂଜନର ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ ବା ରେଡିଓ। ସେତେବେଳେ ଘରେ ଘରେ ବେତାର ବା ରେଡିଓ ଥିଲା। ଆଉ ସେତେବେଳେ ଏହି ରେଡିଓରେ ଏକ ଲୋକପ୍ରିୟ ଧାରାବାହିକ ଥିଲା ତଅପୋଇ ଗୀତିନାଟ୍ୟ। ଖୁଦୁରୁକୁଣି ଓଷା ବେଳେ ପ୍ରତିବର୍ଷ ଏହି ଗୀତିନାଟ୍ୟ ପ୍ରସାରଣ ହେଇଥିଲା।

ତେବେ ଏହି ଗୀତିନାଟ୍ୟର ପ୍ରମୁଖ ତଅପୋଇ ଙ୍କ ଅଭିନୟ ସ୍ବର ସେତେବେଳେ ସମସ୍ତଙ୍କୁ ଚମକୃତ କରିଦେଇଥିଲା। ତଅପୋଇ ଛେଳି ଚରାଇବାକୁ ଯିବା ଏବଂ ବର୍ଷାରେ ଜଙ୍ଗଲ ଭିତରେ ‘ଘରମଣି’ ନାମିତ ଏକ ଛେଳିକୁ ଖୋଜିବା ସେତେବେଳେ ସମସ୍ତେ କାନ୍ଦ କାନ୍ଦ ହୋଇଯାଉଥିଲେ। ଆଉ ଏହା ପଛରେ ଯେଉଁ ଅଭିନେତ୍ର ଥିଲେ ସେ ହେଲେ ଝରଣା ଦାସ।

ଜଙ୍ଗଲ ଭିତରେ ଘରମଣି…ଘରମଣି…ଘରମଣି ବୋଲି ଡାକିବା ଆଜି ବି ସେ ସ୍ବର କାନରେ ଗଂଜରଣ ସୃଷ୍ଟି କରିଛି। ଏହା ହିଁ ଝରଣା ଦାସଙ୍କୁ ଘରେ ଘରେ ପରିଚିତ କରାଇଥିଲା।

୧-  ସେ ୧୯୬୩ ମସିହାରେ ଓଡିଆ ଚଳଚିତ୍ର ଅମଡା ବାଟରେ ପ୍ରବେଶ କରିଥିଲେ। ଏହାପରେ ପରେ ସେ ମଲାଜହ୍ନ, ନବଜନ୍ମ, ଅଭିନେତ୍ରୀ, ଅଦିନମେଘ, ଶ୍ରୀଜଗନ୍ନାଥ, ପୂଜା ଫୁଲ, ହିସାବ ନିକାଶ, ଟିକେ ହସ ଟିକେ ଲୁହ ପରି ଚଳଚିତ୍ରରେ ଅଭିନୟ କରିଛନ୍ତି।

୨- ଝରଣା ଦାସ ଅନେକ କ୍ଷେତ୍ରରେ ଏକ ନୂଆ ଇତିହାସ ରଚନା କରିଛନ୍ତି। ସେ ହେଉଛନ୍ତି ଓଡିଆ ଚଳଚିତ୍ରର ପ୍ରଥମ ଗ୍ରାଜୁଏଟ ଅଭିନେତ୍ର।

୩- ସେ ହେଉଛନ୍ତି ପ୍ରଥମ ଅଭିନେତ୍ରୀ ଯେକି ଦ୍ବୈତ ଭୂମିକାରେ ଅଭିନୟ କରିଛନ୍ତି। ସେ ମଲାଜହ୍ନରେ ସତୀ ଭୂମିକାରେ ଯେପରି ଅଭିନୟ କରିଥିଲେ ତାହା ଆଜି ପର‌୍ୟ୍ୟନ୍ତ ଏକ ମାଇଲ ଖୁଣ୍ଟ ହୋଇ ରହିଛି।

୪- ମଜା କଥା ହେଲା ସେ ଅଦିନ ମେଘ ଚଳଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ନାୟିକା ହୋଇଥିଲେ। ଏହାପରେ ସେ ହିସାବ ନିକାସ ଚଳଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ ମାଆ ଚରିତ୍ରରେ ଅଭିନୟ କରିଥିଲେ।

୫- ୧୯୭୦  ମସିହାରେ ସେ ଅଦିନ ମେଘ ଚଳଚିତ୍ରରେ ଅଭିନୟ କରିବା ପରେ ସିନେମା ଜଗତରୁ ଦୂରେଇ ଯାଇଥିଲେ। ଏହାପରେ ୧୯୭୮ ମସିହାରେ ସେ ଶ୍ରୀଜଗନ୍ନାଥ ଚଳଚିତ୍ରରେ ଅଭିନୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

୬- ସେ ପ୍ରଥମେ ଆକାଶବାଣୀରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ଏହାପରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ଦୂରଦର୍ଶନକୁ ବଦଳି ହୋଇଥିଲେ। ସେ ୨୦୦୦ ମସିହାରେ କୋଲକାତାରୁ ଦୂରଦର୍ଶନର ନିର୍ଦ୍ଦେଶକ ପଦବୀରୁ ଅବସର ନେଇଥିଲେ।

୭-ଝରଣା ଦାସଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ହେଲେ ଏକ ଖୋଲା ସ୍ଥାନରେ ଶାଢୀ ବଦଳାଇବାକୁ ଥିବାରୁ ସେ ସେହି ଚଳଚିତ୍ରରେ ଅଭିନୟ କରିବାକୁ ମନା କରିଦେଇଥିଲେ।

୮- ଝରଣା ଦାସ ଜଣେ ଓଡିଶୀ ନୃତ୍ୟଶିଳ୍ପୀ ଥିଲେ। ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ଓଡିଶୀ ଶିକ୍ଷା କରିଥିଲେ। ସେହିପରି ସେ ଯୁବ ଉତ୍ସବରେ ଯୋଗ ଦେଇ କଥକ ନୃତ୍ୟ ମଧ୍ୟ ପରିବେଶଣ କରିଥିଲେ। ସେ ସୀତାର ବାଦନ ମଧ୍ୟ ଶିକ୍ଷା ଲାଭ କରିଥିଲେ।

୯- ସେ ଏପରି ଜଣେ ଅଭିନେତ୍ରୀ ଯେ କି ବେତାର ନାଟକ, ମଞ୍ଚ ନାଟକ, ଚଳଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ତେଣୁ ସେ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ।

୧୦- ତାଙ୍କର ଅଭିନୟ ଜଗତରେ ସ୍ବତନ୍ତ୍ରତା ପାଇଁ ସେ ୧୯୯୭ ମସିହାରେ ଓଡିଶାର ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ହାସଲ କରିଛନ୍ତି।

Jharana Das ଝରଣା ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.