Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୭ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌
ଆଜିର ଖବର

୫୭ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ୫୭ ବର୍ଷ ବୟସରେ ପାଦ ଦେଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍। ବଲିଉଡ୍‌ରେ ଭାଇଜାନ୍‌, ଦବଙ୍ଗ ଖାନ୍‌, ସୁଲତାନ୍‌ ନାମରେ ବେଶ୍‌ ଚର୍ଚ୍ଚିତ ସଲମାନ। ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ‘୧୯୮୯’ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ  ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା।

ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ, ପ୍ରେମ ରତନ ଧନ ପାୟୋ, ଟାଇଗର ଜିନ୍ଦା ହୈ, ରେସ -୩, ଭାରତ, ଦବଙ୍ଗ-୩ ପରି ବହୁ ସୁପରହିଟ ଫିଲ୍ମ ସେ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି। ଏହି ଫିଲ୍ମଗୁଡିକ ମଧ୍ୟରେ ୫ଟି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହି ସୁପରଷ୍ଟାରଙ୍କ ଫ୍ୟାନ ଫୋଲୋଇଂ ମଧ୍ୟ ବହୁତ। ତାଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି।

ଏହି ସୁପରଷ୍ଟାର ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। କେତେବେଳେ ହିରୋଇନଙ୍କୁ ନେଇ ବିବାଦରେ ଥାନ୍ତି ତା କେତେବେଳେ ନିଜର ମତକୁ ନେଇ। ୫୭ ବର୍ଷୀୟ ଏହି ଅଭିନେତା ଜଣକ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି। ତାଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ମଧ୍ୟ ସେତେ କଠିନ। ସୋମି ଅଲି, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟଙ୍କଠାରୁ ନେଇ କ୍ୟାଟ୍ରିନା କୈଫ ଙ୍କ ଭଳି ଆଗଧାଡିର ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ବେଶ ଚର୍ଚ୍ଚିତ।

ସଲମାନ ଏବେ ଏକ ବ୍ରାଣ୍ଡ ପାଲଟି ଯାଇଥିବାବେଳେ ଅନେକଙ୍କ କ୍ୟାରିୟର ସେ ସୁଧାରିବା ସହିତ ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଫିଲ୍ମ ଲାଇନ୍‌କୁ ଆଣିବା ସହ ସେମାନଙ୍କ କ୍ୟାରିୟର ତିଆରି କରିଛନ୍ତି। ନିକଟରେ ‘ଦବଙ୍ଗ୍‌-୩’ରେ ଅଭିନେତ୍ରୀ ସାଇ ମଞ୍ଜେର୍‌କର୍‌ଙ୍କୁ ବଲିଉଡ୍‌ ସହ ପରିଚୟ କରାଇଥିବାବେଳେ ତାଙ୍କ ଫିଲ୍ମସ୍‌ ବ୍ୟାନର୍‌ ଜରିଆରେ  ଜହୀର୍‌ ଇକବାଲ୍‌ ଓ ପ୍ରନୂତନ ବେହେଲ୍‌ଙ୍କୁ ବଲିଉଡ୍‌ ଏଣ୍ଟ୍ରି କରାଇଛନ୍ତି। ବଲିଉଡ୍‌ର ଭାଇଜାନ୍‌ଙ୍କୁ ୫୭ ତମ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ସମୟରେ ସୁପରହିଟ୍‌ ଫିଲ୍ମ ଦେବା ନେଇ ଶୁଭେଚ୍ଛା ଜଣାଉଛୁ।

ଡିସେମ୍ବର ୨୭
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.