ଅଜୟ ଦେବଗନ ପୁତୁରାଙ୍କ ସହ ବଲିଉଡରେ ଡେବ୍ୟୁ କରିବେ ରବୀନା ଟଣ୍ଡନଙ୍କ ଝିଅ ରାଶା

Published: Jan 20, 2023, 6:30 pm IST

ମୁମ୍ବାଇ: ସୋସିଆଲ ମିଡିଆରେ ରବୀନା ଟଣ୍ଡନଙ୍କ ଝିଅ ରାଶା ଏବେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ରାଶା ତାଙ୍କ ମା’ଙ୍କ ଚେହେରା ସହିତ ବହୁତ ପରିମାଣରେ ମେଳ ଖାଉଛନ୍ତି। ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ନିଜ ମା’ଙ୍କ ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି। ରବୀନା ଟଣ୍ଡନଙ୍କ ୧୭ ବର୍ଷର ଝିଅ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି, ବଲିଉଡ ଜଗତରେ ଏଭଳି ଆଲୋଚନା ଜୋରରେ ଚାଲିଛି।

‘କୋଇ ପୋ ଚେ’ ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାରେ କାମ ଆରମ୍ଭ କରିଛନ୍ତି ଏବଂ ଖବର ମୁତାବକ ସେ ରବୀନା ଟଣ୍ଡନ୍ ଏବଂ ଅନିଲ ଥଡାନୀଙ୍କ ଝିଅ ରାଶା ଥାଡନୀଙ୍କୁ ଫିଲ୍ମରେ ଲଞ୍ଚ କରିବେ। ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଏହା ଏକ ଆକ୍ସନ୍ ଫିଲ୍ମ ବୋଲି କୁହାଯାଉଛି। ଅଭିଷେକଙ୍କ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ, ଏହା ସହିତ ତାଙ୍କ ପୁତୁରା ଅମନ ଦେବଗାନ୍ ମଧ୍ୟ ଏହି ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିୟର ଆରମ୍ଭ କରିବେ। ସୂତ୍ରରୁ ପ୍ରକାଶ ଯେ, ଅଜୟ ଦେବଗନଙ୍କୁ ଏହି ଚଳଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ଲୁକ୍ ପାଇଁ ପ୍ରସ୍ତୁତ କରାଯାଇଛି।

Related posts