Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଡେଲିଭରୀ ବୟ” ଙ୍କ କହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର
ଆଜିର ଖବର

“ଡେଲିଭରୀ ବୟ” ଙ୍କ କହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର

February 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:ଭୁବନେଶ୍ବର କେଶରୀ ଟକିଜ୍ ରେ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ପ୍ରଦର୍ଶିତ ହୋଇଥିଲା। ଦର୍ଶକମାନଙ୍କ ଦ୍ବାରା ଫାଷ୍ଟଲୁକ୍ ବେଶ୍ ଆଦୃତ ହୋଇଥିଲା।

ଏହି ଫାଷ୍ଟଲୁକ୍ ପ୍ରଦର୍ଶନ ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, କାଉନସିଲର ରଞ୍ଜୁଲତା ରାୟ, ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ, ଅଭିନେତା ଶୈଳେନ୍ଦ୍ର, ଶକ୍ତି ବରାଳ, ସୂର୍ଯ୍ୟମୟୀ, ପ୍ରିୟମ୍ବଦା, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ପ୍ରଯୋଜକ ଟୁଟୁ ନାୟକ ଓ ରମେଶ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସିନେମା ହଲ ବାହାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟ୍ରେଲର ଦେଖିବା ପରେ ଟ୍ରେଲର କିପରି ଲାଗିଲା ତାହା ଜାଣିବା ପାଇଁ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ବୁମ୍ ଧରିଥିଲେ। ମୋବାଇଲ କ୍ୟାମେରାରେ ରେକର୍ଡ କରୁଥିଲେ ନାୟକ ଶୈଳେନ୍ଦ୍ର। ଶୈଳେନ୍ଦ୍ର କହିଛନ୍ତି ଗଣମାଧ୍ୟମ ବନ୍ଧୁମାନେ ସମସ୍ତଙ୍କର ସାକ୍ଷାତକାର ନିଅନ୍ତି। କିନ୍ତୁ ଆଜି ଆମେ ସେମାନଙ୍କର ସାକ୍ଷାତକାର ନେଇଛୁ। ଗଣମାଧ୍ୟମ ବ୍ୟକ୍ତିବିଶେଷମାନେ ଟ୍ରେଲରକୁ ପ୍ରଶଂସା କରିଥିଲେ।

ଏବେ ସବୁକିଛି ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। କୌଣସି ବି ଜିନିଷ ଅନ୍‌ଲାଇନ୍‌ରେ ମଗାଇବା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ସୂତ୍ରଧର। ହେଲେ ଠିକ୍‌ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଜଣେ ଡେଲିଭରି ବୟ ସାମ୍‌ନା କରୁଥିବା ସେହିସବୁ ଅସୁବିଧାକୁ ନେଇ ଏଇ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତିି ପରିଚିତ ପ୍ରଯୋଜକ ଜେ .ଆର.ଏମ୍‌, ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନ ତ୍ରିପାଠୀ।

ଏହି ଚଳଚ୍ଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ୍‌ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି।

ଏକ ବାସ୍ତବ ଘଟଣାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ‌ ମହାନ୍ତି କହିଛନ୍ତି। ୩୮ ଦିନ ସମୟ ମଧ୍ୟରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ର ସଙ୍ଗୀତରେ ପ୍ରଥମ ଥର ପାଇଁ ଏହାର ଶୀର୍ଷକ ଗୀତକୁ ରାପ୍ ସଙ୍ଗୀତରେ ସଜାଯାଇଛି। ଏହା ସହ ‘ପାନ ଗୁଆ ଖଇର ଗୁଆକାତି…, ଆମେ ସବୁ ଗଭର୍ଣ୍ଣରଙ୍କ ବଡ଼ ନାତି… ଭଳି ଆଉ ଚାରିଟି ଗୀତ ରହିଛିl। ଭୁବନେଶ୍ବରସ୍ଥିତ ଉତ୍କଳ‌ ଗ୍ୟାଲେରିଆଠାରେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ହୋଇଯାଇଛି।

ଏହାର ସଙ୍ଗୀତ ବିତରଣ ଦାୟିତ୍ବ ନେଇଥିବା ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍‌ରେ ଏହାର ଗୀତଦୃଶ୍ୟଗୁଡ଼ିକ ଦେଖିବାକୁ ମିଳୁଛି।

ଡେଲିଭରୀ ବୟ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026
Latest News

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.