Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁଦିନ ପରେ ଆସିଲା ଫିଲ୍ମ “ବନ୍ଦିନୀ”ରେ ହୋଲି ଗୀତ ‘ହୋଲିରେ ହୋଲି’ 
ଆଜିର ଖବର

ବହୁଦିନ ପରେ ଆସିଲା ଫିଲ୍ମ “ବନ୍ଦିନୀ”ରେ ହୋଲି ଗୀତ ‘ହୋଲିରେ ହୋଲି’ 

February 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏଥର ଜମିବ ହୋଲି। ରଙ୍ଗ ବୋଳିବେ ସୁବାଶିଷ, ରିୟା ଓ ତାଙ୍କ ପରିବାରବର୍ଗ। ପୁରା ଦେଶୀ ଷ୍ଟାଇଲରେ ଫଗୁ ଖେଳିବେ। କାରଣ ଖାଣ୍ଟି ଓଡ଼ିଆ ଛୁଙ୍କକୁ ନେଇ ସଙ୍ଗୀତ ଜଗତରେ ଧମାକାଦାର ଏଣ୍ଟ୍ରି କରିଛି ଗୀତ ‘ହୋଲିରେ ହୋଲି’। ହଁ ଦର୍ଶକବନ୍ଧୁ ଆଜି ଜୀ-ସାର୍ଥକ ଚ୍ୟାନେଲରେ ମୁକ୍ତିଲାଭ କରିଛି ‘ବନ୍ଦିନୀ’ ଚଳଚିତ୍ରର ସୁପରହିଟ ଗୀତ ‘ହୋଲିରେ ହୋଲି’। ଦମଦାର ଡ୍ୟାନ୍ସ ସହ ପାରମ୍ପରିକ ଓଡିଆ ହୋଲି ଖେଳକୁ ନେଇ ତିଆରି ହୋଇଛି ଏହି ହୋଲି ଭିଡିଓ। ଗୀତକୁ ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ସଙ୍ଗୀତରେ ସଜାଇଛନ୍ତି ଓ ନିଜେ ଗାଇଥିବାବେଳେ ତାଙ୍କ ସହ କଣ୍ଠଦାନ କରିଛନ୍ତି ଲିପ୍ସା, ଏସ ଜିତୁ ଏବଂ ସସ୍ମିତା।

ମୁଖ୍ୟ ଭୂମିକାରେ ଷ୍ଟାଇଲସ ଷ୍ଟାର ସୁବାଶିଷ ଏବଂ ରିୟାଙ୍କ ଛଡା ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶିଳରେ ଭାଙ୍ଗ ବଟା ଚାଲିଥିବାବେଳେ ସଙ୍ଗୀତର ଆସର ପଡିଛି। ଗିଲାସରେ ଭାଙ୍ଗ ପିଆ ଚାଲିଥିବାବେଳେ ହୋଲି ଖେଳରେ ପୁରା ପରିବାର ମସଗୁଲ। ସଭିଏଁ ସଭିଙ୍କ ମୁହଁରେ ଅବିର ବୋଳି ଫଗୁ ଉଡାଇଛନ୍ତି। ଗୁରୁଜନଙ୍କ ଠାରୁ ପରିବାରର ସମସ୍ତ ସଦସ୍ୟ ଯେମିତି ପାରମ୍ପରିକ ଢଙ୍ଗରେ ହୋଲିକୁ ପାଳନ କରୁଛନ୍ତି ତାହା ନିଶ୍ଚୟ ସମସ୍ତଙ୍କ ମନକୁ ଛୁଇଁବ।

ପ୍ରତିଟି ଧାଡିରେ ରହିଛି ଓଡିଆର ଝୁଙ୍କ। ଗୀତରେ ଚମତ୍କାର ଶବ୍ଦ ସଂଯୋଜନା ହୋଇଥିବାବେଳେ ଖାଣ୍ଟି ଓଡିଆ ଢଙ୍ଗରେ ହୋଲିକୁ ସମସ୍ତେ ସେଲିବ୍ରେଟ୍ କରୁଛନ୍ତି। ଆଗକୁ ହୋଲି ଆସୁଥିବାବେଳେ ଦର୍ଶକଙ୍କୁ ହୋଲି ଗୀତରେ ଝୁମାଇବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି। ଭିଡିଓଟି ଶୁକ୍ରବାର ଦିନ ଜୀ-ସାର୍ଥକ ୟ୍ୟୁଟୁବ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଆସନ୍ତା ହୋଲିରେ ‘ବନ୍ଦିନୀ’ ଚଳଚିତ୍ରର ଏହି ଗୀତ ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ଓ ଓଡ଼ିଶାର ଘରେ ଘରେ ବାଜିବ ବୋଲି ଆଶା ପ୍ରକଟ କରିଛି ପ୍ରଯୋଜନା ସଂସ୍ଥା। ଚଳଚ୍ଚିତ୍ର “ବନ୍ଦିନୀ” ଫେବୃୟାରୀ ୧୯ ରବିବାର ସନ୍ଧ୍ୟା ୬.୩୦ମିନିଟ୍ ରେ ଜୀସାର୍ଥକ ଚ୍ୟାନେଲ୍ ରେ ପ୍ରସାରିତ ହେବ।

ବନ୍ଦିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026
Latest News

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.