Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ଦିଲ୍ଲୀର ବିଷାକ୍ତ ପବନ ଓ ସେହି ପବନକୁ ପ୍ରତିହତ କରିବାଲାଗି ନୀଳମାଧବ ପଣ୍ଡାଙ୍କ ନୂଆ ସାମାଜିକ ବାର୍ତ୍ତା – ଜାତିସଂଘ ପାଇଁ ଏକ ବିଶେଷ ସିନେମା ପ୍ରସ୍ତୁତିର କାହାଣୀ
ସିନେମା

ଦିଲ୍ଲୀର ବିଷାକ୍ତ ପବନ ଓ ସେହି ପବନକୁ ପ୍ରତିହତ କରିବାଲାଗି ନୀଳମାଧବ ପଣ୍ଡାଙ୍କ ନୂଆ ସାମାଜିକ ବାର୍ତ୍ତା – ଜାତିସଂଘ ପାଇଁ ଏକ ବିଶେଷ ସିନେମା ପ୍ରସ୍ତୁତିର କାହାଣୀ

July 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଶ୍ଵର ଏଗାର ଜଣ ପ୍ରସିଦ୍ଧ ସିନେମା ନିର୍ମାତାଙ୍କୁ ଜାତିସଂଘ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ସିନେମା ତିଆରି କରିବାକୁ ଅନୁରୋଧ କରାଯାଇଛି। “ଆଇ ଆମ କଲାମ”, “କଡୱି ହାୱା” ଓ “ହଲକା” ଭଳି ପ୍ରସିଦ୍ଧ ସିନେମା ତିଆରି କରିଥିବା ଓଡିଶାର ପ୍ରଖ୍ୟାତ ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ଭାରତର ଏକମାତ୍ର ସିନେ ବ୍ୟକ୍ତିତ୍ବ ଭାବରେ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି। ବିଶ୍ଵର ବିଭିନ୍ନ ଭାଗରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଓ ତାହାର ପରିଣତି ସ୍ୱରୂପ ଆମର ପୃଥିବୀ ଯେଉଁ ଭୟଙ୍କର ସଙ୍କଟକୁ ସାମ୍ନା କରୁଛି, ସେହି ବିଷୟବସ୍ତୁକୁ ନେଇ ଏହି ନିର୍ମାତା-ନିର୍ଦ୍ଦେଶକମାନେ ନିଜର ଚିତ୍ର ନିର୍ମାଣ କରୁଛନ୍ତି। ନୀଳମାଧବଙ୍କ ସମେତ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି ମରକ୍କୋ ର ଫଉଜି ବେଂସାଦି, ଆଇସଲାଣ୍ଡର ଆସା ଏଚ, କାନ୍ସ ବିଜେତା ମହମତ ସାଲେ ହାରୁନ, ପର୍ତ୍ତୁଗାଲର ସାଲୋମେ ଲାମା, ସୁଇଜରଲାଣ୍ଡର ବେଟିନା ଓବେର୍ଲୀ, ଆଫଗାନିସ୍ତାନର ଶାହବାନୋ ସଦାତ, ଇଟାଲିର ସିଲଭିଓ ସୋଲ୍ଦିନୀ, ବ୍ରାଜିଲର ଡାନିଏଲା ଥୋମାସ, ଚୀନ ର ଲିୟନ ୱାଙ୍ଗ ଓ ନ୍ୟୁଜିଲାଣ୍ଡର କାରିନ ୱିଲିୟମ।

ଏହି ଏଗାର ଜଣ ସିନେମା ନିର୍ମାତା ନିଜ ସୃଜନଶୀଳତାର ଉପଯୋଗ କରି ମାନବ ଅଧିକାର ଓ ପୃଥିବୀର ଜୀବନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସିନେମା ନିର୍ମାଣ କରିବେ ଓ ଏହି ଏଗାରଟି ଯାକ ସିନେମା ଗୋଟେ ଭିଜୁଆଲ ଆନ୍ଥୋଲୋଜି ଭଳି ଉପସ୍ଥାପିତ କରାଯିବ। ଜାତିସଂଘ ଏହି ପ୍ରକଳ୍ପକୁ “INTERDEPENDENCE” ଭାବରେ ନାମିତ କରିଛନ୍ତି। ଜଳବାୟୁର ବ୍ୟାପକ ପରିବର୍ତ୍ତନ କୌଣସି ନିର୍ଦ୍ଦିଷ୍ଟ ଦେଶ ବା ଅଞ୍ଚଳକୁ ପ୍ରଭାବିତ କରିବ ନାହିଁ, ବରଂ ଏହା ସାରା ପୃଥିବୀର ମଣିଷ ସମାଜକୁ ସଙ୍କଟ ମୁହଁକୁ ଟାଣିନେବ।

ନୀଳମାଧବ ଏହା ପୂର୍ବରୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଓ ପରିବେଶର ଅସନ୍ତୁଳନକୁ ନେଇ “କଡୱି ହାୱା” ସିନେମା ତିଆରି କରିସାରିଛନ୍ତି। ଚମ୍ବଲ ଉପତ୍ୟକାର ମରୁଡି ଓ ଓଡିଶାର ମହାବାତ୍ୟା ଭିତରେ ଏକ ମାନବୀୟ ଯୋଗୋସୂତ୍ରର କଥା ଏ ସିନେମାରେ ରହିଥିଲା। ନିଜର ସିନେମା ନିର୍ମାଣ ପ୍ରକ୍ରିୟାରେ ବୃହତ୍ତର ମାନବୀୟ ସଙ୍କଟ ପ୍ରତି ନୀଳମାଧବ ସବୁବେଳେ ସଚେତନ। ଓଡିଶାର ସାତଭାୟା କୁ ନେଇ ତାଙ୍କର ବିଶେଷ ଚିତ୍ର ଏବେ ନିର୍ମାଣାଧୀନ ରହିଛି। ତାରି ଭିତରେ ଜାତିସଂଘର ଏହି ପ୍ରକଳ୍ପ ନୀଳମାଧବଙ୍କ ଯାତ୍ରାପଥରେ ନୂଆ ଏକ ଦିଗ ଉନ୍ମୋଚିତ କରୁଛି।

ଦିଲ୍ଲୀ ମହାନଗରର ବାୟୁ ପ୍ରଦୂଷଣ କାରଣରୁ ସେଠାକାର ଜୀବନ କେମିତି ଦୁର୍ବିସହ ହୋଇ ପଡୁଛି ଓ ଏହା ମଣିଷର ବଞ୍ଚିବାର ଅଧିକାରକୁ କେମିତି ଛଡେଇ ନେଉଛି, ସେହି ବିଷୟବସ୍ତୁକୁ ନେଇ ସିନେମାର କାହାଣୀ ଗତିଶୀଳ। ଦିବ୍ୟା ଦତ୍ତା, ତନିଷ୍ଠା ଚାଟାର୍ଜୀ, ମଞ୍ଜରୀ ଫଡନିସ ଓ ଚନ୍ଦନ ଆନନ୍ଦଙ୍କୁ ଏ ସିନେମାରେ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଦିବ୍ୟା ଦତ୍ତା ଜଣେ ବିଚାରପତି ଭୂମିକାରେ ଏହି ସିନେମାରେ ଅଭିନୟ କରିଛନ୍ତି। ଆମ ସମ୍ବିଧାନର ୨୧ ଧାରାରେ ଆମକୁ ବଞ୍ଚିବାର ଅଧିକାର ମିଳିଛି। ହେଲେ ପରିବେଶ ପ୍ରଦୂଷଣ ଓ ଜଳବାୟୁର ଭୟଙ୍କର ପରିବର୍ତ୍ତନ ଫଳରେ ଆମ ଜୀବନ ଏକ ଗ୍ୟାସ ଚାମ୍ବର ପାଲଟିଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ଗ୍ୟାସ ଚାମବାର ଭିତରେ ମଣିଷ ସମାଜକୁ ବଞ୍ଚାଇବାର କାହାଣୀ ତାଙ୍କର ନୂଆ ସିନେମାରେ ଦେଖିବାକୁ ମିଳିବ।

ଏହି ସିନେମା ଆଗାମୀ ଦିନରେ ପ୍ରଥମେ ଇଟାଲୀ ରେ ଓ ପରେ ପରେ ପୃଥିବୀର ବିଭିନ୍ନ ଦେଶରେ ପ୍ରଦର୍ଶିତ ହେବ। ତେବେ ସିନେମା ନିର୍ମାଣ ସହିତ ଦିଲ୍ଲୀର ପ୍ରଦୂଷଣ କୁ ନେଇ ନିଜର ଅନୁଭୂତିକୁ ନୀଳମାଧବ ଗତ କିଛିଦିନ ହେଲା ଟୁଇଟର ମାଧ୍ୟମରେ କହିଚାଲିଛନ୍ତି। ଦିଲ୍ଲୀର ଜୀବନ ଓ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଘଟୁଥିବା ସମସ୍ୟାର ବାସ୍ତବ ଆକଳନ ସେ କରିଚାଲିଛନ୍ତି। “ବ୍ରୀଦିଙ୍ଗ ଡାଏରୀ” ବା ଦିଲ୍ଲୀରେ ନିଃଶ୍ଵାସ ପ୍ରଶ୍ଵାସ ର କାହାଣୀ ସେ ନିଜ ବାଗରେ କହିଚାଲିଛନ୍ତି।  ନୀଳମାଧବଙ୍କ ସିନେମା ନିର୍ମାଣ ସବୁବେଳେ ଏକ ସଚେତନ ସାମାଜିକ ପ୍ରକ୍ରିୟା। ସେ ମନୋରଞ୍ଜନ ତୁଳନାରେ ସାମାଜିକ ଦାୟିତ୍ଵବୋଧକୁ ସିନେମାର ପ୍ରାଥମିକ ଦାୟିତ୍ଵ ବୋଲି ବିଚାର କରି ଆସିଛନ୍ତି।

ତେବେ ପ୍ରଚାର ଓ କ୍ୟାମେରା ଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଥିବା ନୀଳମାଧବଙ୍କର ଏହି ପ୍ରୟାସ ଏବେ ସାରା ପୃଥିବୀର ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

 

 

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.