Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ବୟସ ସମ୍ପର୍କର ମାପକାଠି ନୁହେ, ଏହା କେବଳ ଏକ ନମ୍ବର
ସିନେମା

ବୟସ ସମ୍ପର୍କର ମାପକାଠି ନୁହେ, ଏହା କେବଳ ଏକ ନମ୍ବର

December 25, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ଆମ ଭାରତୀୟ ସମାଜରେ ଝିଅ ଠାରୁ ବୟସରେ ବଡ ପୁଅ ସହିତ ବିବାହକୁ ସ୍ୱୀକୃତି ଦିଆଯାଇଥାଏ। ବିବାହରେ ବୟସର  ତାରତମ୍ୟ ବେଶ ଜରୁରୀ ବୋଲି ବିବେଚନା କରାଯାଇଥାଏ।  କିନ୍ତୁ ଆଜିର ସମୟରେ ଏଥିରେ ଭିନ୍ନତା ପରିଲକ୍ଷିତ ହେଉଛି। ବିବାହ ପାଇଁ ବୟସ ବାଧକ ହେଉନି । ପୁରୁଣା ଯୁଗରେ  ଝିଅଙ୍କ ଠାରୁ ଢେର ଗୁଣ ବୟସରେ ବଡ ପୁଅଙ୍କ ସହ ବିବାହ ଦିଆଯାଉଥିଲା। ସମୟ ବଦଳିଲା।  ସମ ବୟସ୍କ ବିବାହକୁ ଗ୍ରହଣ କରାଗଲା। କିନ୍ତୁ ବର୍ତ୍ତମାନ ଝିଅମାନେ ତାଙ୍କଠୁ ଢେର ଗୁଣ କମ ବୟସର ପୁଅଙ୍କୁ ବିବାହ କରିବାକୁ ଇଛା କରୁଛନ୍ତି। ଏହି କ୍ଷେତ୍ରରେ ଆମ ବଲିଉଡ ବେଶ ଆଗରେ ଆଗରେ ରହିଛି।

ନିକଟରେ ମିସ ୱାର୍ଲ୍ଡ ତଥା ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କ ଠାରୁ ୧୦ ବର୍ଷ ସାନ  ନିକ ଜୋନ୍ସଙ୍କୁ ବିବାହ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ଏକମାତ୍ର ଅଭିନେତ୍ରୀ ନୁହନ୍ତି। ତାଙ୍କ ପରି ଅନେକ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଯିଏ କି ତାଙ୍କ ବୟସ ଠାରୁ ଢେର କମ ବୟସର ବା ଢେର  ଅଧିକ ବୟସର ଜୀବନ ସଙ୍ଗୀ ପସନ୍ଦ କରୁଛନ୍ତି। ଏହି କ୍ରମରେ ଆଉ ଜଣେ ବିଶ୍ଵ ସୁନ୍ଦରୀ ମଧ୍ୟ ସାମିଲ ଅଛନ୍ତି। ଅଭିନେତ୍ରୀ ଐଶ୍ବର୍ୟା ରାୟ ତାଙ୍କ ଠାରୁ ୪ ବର୍ଷ ସାନ ଅଭିଷେକ ବଚ୍ଚନଙ୍କୁ ବିବାହ କରିଛନ୍ତି।  ସେହିପରି ପୁରୁଣା ଦିନର ବଲିଉଡ  ଅଭିନେତ୍ରୀ ନର୍ଗିସ ତାଙ୍କଠାରୁ ବର୍ଷେ ସାନ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ । ଅଭିନେତା ସୈଫ୍ ଅଲୀ ଖାନ ନିଜଠାରୁ ୧୨ ବର୍ଷ ବଡ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିବାବେଳେ ପୁଣିଥରେ ତାଙ୍କଠାରୁ ୧୦ ବର୍ଷ ସାନ ଅଭିନେତ୍ରୀ କରିନା କପୁରଙ୍କୁ ବିବାହ କରିଛନ୍ତି। ଅଭିନେତ୍ରୀ ଜରିନା ୱାହାବ ତାଙ୍କଠାରୁ ୬ ବର୍ଷ ସାନ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କୁ ବିବାହ କରିଛନ୍ତି।

ଲୋକପ୍ରିୟ କୋରିୟଗ୍ରାଫର ଫରହା ଖାନ ତାଙ୍କ ପତି ଶିରିଶ କୁନ୍ଦରଙ୍କ ଠାରୁ 8 ବର୍ଷ ବଡ ଅଟନ୍ତି। ସେହିପରି ଲୋକପ୍ରିୟ ହାସ୍ୟ କଳାକାର ଅର୍ଚନା ପୂରଣ ସିଂହ ତାଙ୍କ ସ୍ଵାମୀ ପରମିତ୍ତ ସେଠୀଙ୍କ ଠାରୁ 7 ବର୍ଷ ବଡ ଅଟନ୍ତି। ସେହିପରି ବଲିଉଡ ଅଭିନେତ୍ରୀ ଉର୍ମିଲା ମତୋଣ୍ଡକର ତାଙ୍କଠାରୁ 10 ବର୍ଷ ସାନ ମୋହସିନଙ୍କୁ ବିବାହ କରିଛନ୍ତି। ଅଭିନେତା ଫରହାନ ଆଖତର ତାଙ୍କ ଠାରୁ 6 ବର୍ଷ ବଡ ଆଧୁନାଙ୍କୁ ବିବାହ କରିଥିଲେ। ଏ ସମସ୍ତଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି  ବୟସ ସତରେ କେବଳ ଗୋଟେ ନମ୍ବର, ଏହା ସମ୍ପର୍କର ମାପକାଠି ନୁହେଁ।  ସମୟ ବଦଳିବା ସହ ବୟସ ଓ ବିବାହର ସମ୍ପର୍କ ବଦଳିବାରେ ଲାଗିଛି, ଯାହାକୁ ଆମ ସମାଜ ଧୀରେ ଧୀରେ ଗ୍ରହଣ କରିନେଇଚାଲିଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.