Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ତେପନ ବର୍ଷରେ ସଲମାନ, ଯୌବନ ତଥାପି ବାକି ଅଛି
ସିନେମା

ତେପନ ବର୍ଷରେ ସଲମାନ, ଯୌବନ ତଥାପି ବାକି ଅଛି

December 27, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ବଲିଉଡ ଭାଇଜାନ ସଲମାନ ଖାନଙ୍କୁ କିଏ ବା ନ ଜାଣେ । ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ‘୧୯୮୯’ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ  ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ, ପ୍ରେମ ରତନ ଧନ ପାୟୋ, ଟାଇଗର ଜିନ୍ଦା ହୈ, ରେସ -୩ ପରି ବହୁ ସୁପରହିଟ ଫିଲ୍ମ ସେ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି। ଏହି ଫିଲ୍ମଗୁଡିକ ମଧ୍ୟରେ ୫ଟି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି ।

ଏହି ସୁପରଷ୍ଟାରଙ୍କ ଫ୍ୟାନ ଫୋଲୋଇଂ ମଧ୍ୟ ବହୁତ । ତାଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି । ଏହି ସୁପରଷ୍ଟାର ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ । କେତେବେଳେ ହିରୋଇନଙ୍କୁ ନେଇ ବିବାଦରେ ଥାନ୍ତି ତା କେତେବେଳେ ନିଜର ମତକୁ ନେଇ। ୫୩ ବର୍ଷୀୟ ଏହି ଅଭିନେତା ଜଣକ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି। ତାଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ସେତେ କଠିନ । ସୋମି ଅଲି, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟଙ୍କଠାରୁ ନେଇ କ୍ୟାଟ୍ରିନା କ୍ୟାଫଙ୍କ ଭଳି ଆଗଧାଡିର ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ବେଶ ଚର୍ଚ୍ଚିତ। ସଲମାନ ଏବେ ଏକ ବ୍ରାଣ୍ଡ ପାଲଟି ଯାଇଥିବାବେଳେ ଅନେକଙ୍କ କ୍ୟାରିୟର ସେ ସୁଧାରିବା ସହିତ ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଫିଲ୍ମ ଲାଇନ୍‌କୁ ଆଣିବା ସହ ସେମାନଙ୍କ କ୍ୟାରିୟର ତିଆରି କରିଛନ୍ତି ।

ସଲମାନଙ୍କୁ ନେଇ ବିବାଦ ମଧ୍ୟ କିଛି କମ ନୁହେଁ।  କୃଷ୍ଣସାର ମୃଗ ଶିକାର କେସ୍ ଓ ହିଟ ଆଣ୍ଡ ରନ ଆଦି କେସ ଆଦିରେ ସେ ସମ୍ପୃକ୍ତ ହୋଇ ସେ ବେଶ ବିବାଦୀୟ ହୋଇପଡିଥିଲେ । ୧୯୮୮ ମସିହାରେ ରାଜସ୍ଥାନରେ ସେ ତାଙ୍କ କୋ ଷ୍ଟାରଙ୍କ ସହ କୃଷ୍ଣସାର ମୃଗ ଶିକାର କରିଥିଲେ । ଏହି କେସରେ ରାଜସ୍ଥାନ କୋର୍ଟ ତାଙ୍କୁ ଦୋଷୀ ଦର୍ଶାଇଥିଲେ। ସେହିପରି ୨୦୦୨ ମସିହାରେ ହିଟ ଆଣ୍ଡ ରନ କେସରେ ଦୋଷୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଏହି କେସରୁ ମୁକ୍ତ ହୋଇଥିଲେ। ତାଙ୍କ ବଦାନ୍ୟତା ମଧ୍ୟ କମ ନୁହେ ।  ସେ ‘ବିଙ୍ଗ ହ୍ୟୁମାନ’ ନାମରେ ଏକ ଚାରିଟି ଖୋଲିଛନ୍ତି, ଯାହା ସାରା ଭାରତବର୍ଷର ଶିଶୁଙ୍କ ପାଇଁ କାର୍ଯ୍ୟ କରୁଛି। ସେ ତାଙ୍କ ଆୟର ଅର୍ଦ୍ଧାଂଶ ଏହି ସଂସ୍ଥାକୁ ଦାନ କରିଥାନ୍ତି। ତାଙ୍କ ବଦାନ୍ୟତା ପାଇଁ ମଧ୍ୟ ସେ ବେଶ ଚର୍ଚିତ। ଏକାନବର୍ତ୍ତୀ ପାରିବାରବାଦକୁ ସମସ୍ତେ ଗ୍ରହଣ କରିଥିବାବେଳେ ସଲମାନଙ୍କ ପରିବାର ପ୍ରୀତି ବେଶ ନିଆରା। ନିଜର ୨ ଭାଇ ଆଉ ଜଣେ ଭଉଣୀ ଥିବାବେଳେ ଅର୍ପିତାକୁ ଭଉଣୀ କରି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସୁନ୍ଦର ହୃଦୟର ଏହି ଅଭିନେତା ଜଣକ କିନ୍ତୁ ନିଜ ରାଗକୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହି। ଏଥିପାଇଁ ପ୍ରାୟେ ବିବଦୀୟ ହୋଇପଡିଥାନ୍ତି ।

ତେବେ ବଲିଉଡର ଏହି ଦବଙ୍ଗ ଖାନ ଜଣକ ନିଜର ନିଆରା ଷ୍ଟାଇଲ ପାଇଁ ବେଶ ଚର୍ଚିତ। ଆଜିବି ଏହି ଅଭିନେତାଙ୍କ ବିବାହ ଏକ ଚର୍ଚାର ବିଷୟ । ୫୩ତମ ଜନ୍ମଦିବସ ଅବସରରେ ଏହି ବ୍ୟାଚଲର ସୁପରଷ୍ଟାରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆହୁରି ସୁପରହିଟ ଫିଲ୍ମ ସିନେପ୍ରେମୀଙ୍କୁ ଭେଟି ଦେବାପାଇଁ ଶୁଭେଚ୍ଛା ଜଣାଉଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.