Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ଷ୍ଟାର୍ ପାୱାର୍ ନୁହେଁ କାହାଣୀର ଦମ୍ ହୋଇଛି ଆକର୍ଷଣର କେନ୍ଦ୍ର : ବଲିଉଡ୍ @ 2018
ସିନେମା

ଷ୍ଟାର୍ ପାୱାର୍ ନୁହେଁ କାହାଣୀର ଦମ୍ ହୋଇଛି ଆକର୍ଷଣର କେନ୍ଦ୍ର : ବଲିଉଡ୍ @ 2018

December 29, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

୨୦୧୮ ଆମଠୁ ବିଦାୟ ନେବାକୁ ବସିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ ପାଇଁ ଆଣିଛି ଅନେକ ବିବାଦ, ପୁଣି ଆଣିଛି ଯଥେଷ୍ଟ ସଫଳତା।  କେତେବେଳେ ଫିଲ୍ମକୁ ନେଇ ବିବାଦରେ ଫସିଛି ତ ଆଉ କେତେବେଳ ଉଚ୍ଚକୋଟୀର ସୃଜନଶୀଳତା ପାଇଁ ବେଶ ପ୍ରଶଂସା ସାଉଟିଛି। ଚଳିତ ବର୍ଷ “ମି ଠୁ” ବିବାଦକୁ ନେଇ ବଲିଉଡ ବେଶ ବିବାଦୀୟ ହୋଇ ପଡିଥିଲା। ତେବେ  ଯାହା ବି ହେଉ ବଲିଉଡର ଚଳିତ ବର୍ଷର ଯାତ୍ରା ବେଶ ମଜାଦାର ରହିଥିଲା।

ଚଳିତ ବର୍ଷ ପ୍ରାୟ ୧୦୦ରୁ ଅଧିକ ସିନେମା ରିଲିଜ ହୋଇଛି। ଚଳିତ ବର୍ଷ ଷ୍ଟାର୍ ପାୱାର୍ ଅପେକ୍ଷା କାହାଣୀକୁ ଦର୍ଶକେ ବେଶୀ ଗ୍ରହଣ କରିଛନ୍ତି  । ଏଥିରେ ପ୍ରାୟତଃ ନିଉ କମର ଓ ୟଙ୍ଗ କଳାକାର ବାଜି ମାରିନେଇଥିବା ଜଣାପଡିଛି।  ଏଥର ବଲିଉଡର ତିନି ଖାନଙ୍କ ତିନୋଟି ଫିଲ୍ମ ପରଦାକୁ ଆସି ସେତେ ବେଶି କମାଲ କରିପାରିନାହିଁ।  ଇଦ୍ ଅବସରରେ ବଲିଉଡ୍ ସୁଲତାନ ସଲମାନ ଖାନଙ୍କ ମଲ୍ଟି ଷ୍ଟାରର  ଫିଲ୍ମ ‘ରେସ୍-୩’ ରିଲିଜ୍ ହୋଇଥିଲା ।  ଗତବର୍ଷର ଟାଇଗର ମୋହରୁ ମୁକୁଳି ପାରିନଥିବା ଦର୍ଶକେ କିନ୍ତୁ ଏ ଫିଲ୍ମକୁ ସେତେ ବେଶୀ ଗ୍ରହଣ କରିପାରି ନଥିଲେ  । ଏହି ଫିଲ୍ମଟି ବକ୍ସ ଅଫିସରେ ସଲ୍ଲୁଙ୍କ ରେକର୍ଡ ବ୍ୟବସାୟରୁ ଟିକେ ଦୂରରେ ରହିଗଲା  । ରେମୋ ଡି ସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବବି ଦେଓଲ, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ, ଅନୀଲ କପୁର, ଡେଜୀ ଶାହ ପ୍ରମୁଖ ଅଭିନୟ କରିଥିଲେ। ସେହିପରି  ଦୀପାବଳି ଅବସରରେ ବଲିଉଡ ପରଫେକ୍ଟନିଷ୍ଟ ଅମିର ଖାନ, ମିଲେନିଅମ ଷ୍ଟାର ବିଗ ବି, କାଟ୍ରିନା କୈଫ, ସାନା ପ୍ରମୁଖଙ୍କ ଅଭିନୀତ ତଥା ହାଇ ବଜେଟ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ମାତ ଖାଇଗଲା। ବର୍ଷର ଶେଷରେ ଅର୍ଥାତ କ୍ରିଶମାସ ଅବସରରେ ବଲିଉଡ କିଙ୍ଗ ଖାନ, କାଟ୍ରିନା କୈଫ ଓ ଅନୁଷ୍କା’ ଶର୍ମା ଅଭିନୀତ ‘ଜିରୋ’ ଆସିଥିଲା, ଯାହା ଦର୍ଶକଙ୍କ ଦ୍ଵାରା ସେତେ ଗ୍ରହଣୀୟ ହୋଇପାରିନାହି।

ଚଳିତ ବର୍ଷର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଭିତରେ ରହିଛି ରଜନୀକାନ୍ତଙ୍କ ହାଇ ବଜେଟ ମୁଭି ‘2.0’। ଏହି ଦ୍ଵିଭାଷୀ ସାଇ-ଫାଇ ଏକଶନ ଫିଲ୍ମଟି ୭୫୦ କୋଟିରୁ ଊର୍ଦ୍ଧ୍ଵ ଆୟ କରିଛି। ୨୦୧୦ର ସୁପର ହିଟ ଫିଲ୍ମ ‘ରୋବଟ’ର ସିକୱେଲ ହେଉଛି । ଏସ ଶଙ୍କରଙ୍କ ନିର୍ଦେଶିତ ଏହି ଫିଲ୍ମରେ ରଜନୀଙ୍କ ସହ ବଲିଉଡ ଖିଲାଡ଼ି ଅକ୍ଷୟ କୁମାର ଓ ଆମି ଜ୍ୟାକସନଙ୍କୁ ଦେଖିବାକୁ ମିଳିଥିଲା।

୨୦୧୮ର ପ୍ରଥମାର୍ଦ୍ଧରେ ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ସଞ୍ଜୟ ଲୀଲା ଭନସାଲୀଙ୍କ ‘ପଦ୍ମାବତ୍’ ପରଦାକୁ ଆସି ବେଶ୍ ପ୍ରଶଂସିତ ହୋଇପାରିଥିଲା  । ଏଥିରେ ଦୀପିକା ଓ ରଣବୀରଙ୍କ ଅଭିନୟ ବେଶ ଉଚ୍ଚକୋଟୀର ରହିଥିଲା।   ସେହିପରି ଅକ୍ଷୟ କୁମାରଙ୍କ ଭିନ୍ନ ସ୍ୱାଦର ଫିଲ୍ମ ‘ପ୍ୟାଡମ୍ୟାନ୍’କୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଥିଲା  । ସେହିପରି ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମିତ ‘ସଞ୍ଜୁ’କୁ ଦର୍ଶକ ବେଶି ଭଲପାଇବା ଦେଇଥିଲେ  । ରଣବୀର୍ କପୁରଙ୍କ  ଅଭିନୟର ପରିପକ୍ଵତା ଏଥିରେ ଦେଖିବାକୁ ମିଳିଥିଲା। ଯାହାଫଳରେ ‘ସଞ୍ଜୁ’ ବଲିଉଡର ଏବର୍ଷର ଅଧିକ ଆୟ କରିଥିବା ଫିଲ୍ମ ଭିତରେ ସାମିଲ୍ ହୋଇପାରିଥିଲା  । ସେହିପରି ଆଲିଆ ଭଟ୍ଟଙ୍କ ‘ରାଜି’ ମଧ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଥିଲ। ସେହିପରି ଟାଇଗର ଶ୍ରୋଫଙ୍କ  ‘ବାଗୀ-୨’ ମଧ୍ୟ ଖୁବ ସଫଳ ରହିଥିଲା ।

ସେହିପରି କମ ବଜେଟରେ  ନିର୍ମିତ ଇରଫାନ ଖାନଙ୍କ  ‘ବ୍ଲାକମ୍ୟାନ’, ରାନୀ ମୁଖାର୍ଜୀଙ୍କ ‘ ହିଚିକି’, ନବାଗତ ଈଶାନ ଖଟ୍ଟରଙ୍କ ‘ ବିୟୋଣ୍ଡ ଦି କ୍ଲାଉଡ’, ଅମିତାଭ ଓ ରିଷି କପୁରଙ୍କ ‘102 ନଟ ଆଉଟ’, କାର୍ତ୍ତିକ ଆର୍ଯ୍ୟନ୍, ନୁସରତ୍ ବାରୁଚା, ସନ୍ନି ନିଜରଙ୍କ ଅଭିନୀତ ‘ସୋନୁ କେ ଟ୍ଵିଟି କୀ ସ୍ୱିଟି’, କରୀନା କୁପର୍, ସୋନମ କପୁର୍, ସ୍ୱରା ଭାସ୍କରଙ୍କ ଅଭିନୀତ ‘ବୀରେ ଦି ୱେଡିଂ’, ଜନ ଆବ୍ରାହମଙ୍କ ‘ପରମାଣୁ: ଦି ଷ୍ଟୋରି ଅଫ ପୋଖରାନ’, ‘ସତ୍ୟମେବ ଜୟତେ’, ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ‘ ସ୍ତ୍ରୀ’, ଅନୁଷ୍କା ଶର୍ମା ଓ ବରୁଣଙ୍କ ‘ସୁଇ ଧାଗା’, ଆୟୁଷ୍ମାନ ଖୁରାନାଙ୍କ ‘ବଧାଇ ହୋ’ ଆଦି ଫିଲ୍ମଗୁଡିକ ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଛି।

୨୦୧୮ରେ ଷ୍ଟାର କିଡଙ୍କ ଜଲ୍ୱା ଦେଖିବାକୁ ମିଳିଛି  । ଶ୍ରୀଦେବୀ-ବୋନୀ କପୁରଙ୍କ ଝିଅ ଜାହ୍ନବୀ କପୁର୍ ‘ଧଡକ୍’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରି ବେଶ୍ ସଫଳ ରହିଛନ୍ତି  । ଏହି ଫିଲ୍ମରେ ସାହିଦ୍ କପୁରଙ୍କ ଭାଇ ଇଶାନ ଖଟ୍ଟର ଅଭିନୟ କରିଥିଲେ  । ଦୁହିଁଙ୍କ ଅଭିନୟକୁ ଦର୍ଶକଙ୍କ ପ୍ରଶଂସା ମିଳିଛି  । ସେହିପରି ସୈଫ୍ ତନୟା ସାରା ଅଲ୍ଲୀ ‘କେଦାରନାଥ’ ଜରିଆରେ ବଲିଉଡ୍ ଡେବ୍ୟୁ କରି ହିଟ୍ ରହିଛନ୍ତି  । ସୁଶାନ୍ତଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶି ପସନ୍ଦ କରିଛନ୍ତି  । ସେହିପରି ସାରାଙ୍କ ଆଉ ଏକ ଫିଲ୍ମ ‘ସିମ୍ବା’ ମଧ୍ୟ ବକ୍ସ ଅଫିସ ହିଟ୍ ରହିଛି  । ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର୍ କପୁର୍ ମୁଖ୍ୟ ଭୂମିକାରେ ଅଛନ୍ତି  । ଟେଲିଭିଜନ୍ ନାଗିନ୍ ମୌନୀ ରାୟ ‘ଗୋଲ୍ଡ’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରି ବେଶ୍ ସଫଳ ହୋଇଛନ୍ତି  । ଏଥିରେ ସେ ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିଥିଲେ  । ବଲିଉଡ୍ ସେହିପରି ଚଳିତବର୍ଷ ଆଉ ଦୁଇଜଣ ନବାଗତ ବଲିଉଡରେ  ପାଦ ରଖିଥିଲେ  । ସଲମନଙ୍କ ଭିଣୋଇ ତଥା ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଓ ୱାରନା ହୁସୈନ୍  । ଏହି ଦୁଇଜଣଙ୍କୁ ସଲମନ୍ ‘ଲଭଯାତ୍ରି’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରାଇଥିଲେ  । ଫିଲ୍ମଟିର ଗୀତଗୁଡ଼ିକୁ ଦର୍ଶକଙ୍କୁ ପସନ୍ଦ ଆସିଥିବାବେଳେ ଫିଲ୍ମଟି କିନ୍ତୁ ବଲିଉଡରେ ତିଷ୍ଠି ପାରିଲା ନାହିଁ  ।

ଦେଖିବାକୁ ଗଲେ ୨୦୧୮ରେ ନୂତନ କଳାକାରଙ୍କ ଉଚ୍ଚକୋଟୀର ଅଭିନୟ ବଲିଉଡ ପାଇଁ ଏକ ନୂତନ ସମ୍ଭାବନା ଆଣିଦେଇଛି। ସେହିପରି ଚଳିତ ବର୍ଷ ୟଙ୍ଗ ଷ୍ଟାରମାନଙ୍କ ନିଖୁଣତା ଦେଖିବାକୁ ମିଳିଛି। ରଣବୀର କପୁର, ଆଲିୟା, ବରୁଣ, ରଣବିର ସିଂହ, ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ବେଶ ପ୍ରଶଂସନୀୟ ହୋଇଛି। ବିଗ ଷ୍ଟାରଙ୍କ ପାୱାର ନୁହେଁ ଅଭିନୟ ଓ କାହାଣୀ ହିଁ ଦର୍ଶକଙ୍କ ଦ୍ଵାରା ବେଶୀ ଆଦୃତ ହୋଇଛି । ନୂତନ ବର୍ଷ ବଲିଉଡ ପାଇଁ ସବୁବେଳେ ନୂଆ ସମ୍ଭାବନା ନେଇ ଆସିଥାଏ। ୨୦୧୯ ବଲିଉଡ ପାଇଁ ଆହୁରି ନୂତନ ସମ୍ଭାବନା ନେଇ ଆସୁ।

Bollywood Indiancinema Sagarika
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Latest News

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.