Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀପତ୍ର

କୋଲକାତା: ଜାତୀୟ ସ୍ତରର ପ୍ରତିଷ୍ଠିତ ସାମ୍ବାଦିକା ସାଗରିକା ଘୋଷ ଆଜି ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡିଛି।

ସାଗରିକା ଘୋଷ ହେଉଛନ୍ତି ଜାତୀୟ ସ୍ତରର ଜଣେ ସାମ୍ବାଦିକା ତଥା ସ୍ତମ୍ଭକାର। ତାଙ୍କର ସ୍ବାମୀ ରାଜଦୀପ ସରଦେଶାଇ ମଧ୍ୟ ଜାତୀୟ ସ୍ତରର ଜଣେ ଜଣାଶୁଣା ସାମ୍ବାଦିକ। ସେ ବର୍ତ୍ତମାନ ଇଣ୍ଡିଆ ଟୁଡେ ରେ କାମ କରୁଛନ୍ତି। ତେବେ ସାଗରିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ସେ ବହୁ ବର୍ଷ ତଳେ ରାଜନୀତିକୁ ଆସିବି ନାହିଁ ବୋଲି କହିଥିଲେ। ବର୍ତ୍ତମାନ ତୃଣମୂଳ କଂଗ୍ରେସରୁ ରାଜ୍ୟସଭାକୁ ଯିବା ନେଇ ଅନେକ ସମାଲୋଚନା କରିବାରେ ଲାଗିଛନ୍ତି।

Categories
ବିଶେଷ ଖବର

ନିର୍ବାଚନ ପରେ ନାରୀ ସଶକ୍ତିକରଣର ଲକ୍ଷ୍ୟ ; ମିଶନ ଶକ୍ତି ପାଇଁ ଅଧିକ ଶକ୍ତି ଓ ସମ୍ବଳ ଯୋଗାଇଛନ୍ତି ନବୀନ ସରକାର

ସାଗରିକା 

ନବୀନ ସରକାରଙ୍କ ପଞ୍ଚମ ପାଳିର ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ମହିଳା ଭୋଟ୍‌ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ମହିଳାଙ୍କ ବିକାଶ ଲାଗି ଅନେକ ଯୋଜନାର ପ୍ରସ୍ତାବ ରଖିଥିଲେ। ଚଳିତଥର ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଅଗ୍ରାଧିକାର ଦେଇଥିଲା ବିଜେଡ଼ି । ଲୋକସଭାରେ ଦଳ ନିଜ ତରଫରୁ ୩୩% ମହିଳାଙ୍କୁ ଟିକଟ ଦେଇଥିଲା।  ମହିଳା ସଶକ୍ତିକରଣ ଦିଗରେ ସରକାର ବିଶେଷ ଭୂମିକା ଗ୍ରହଣ କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ସଙ୍କେତ ଦେଇଥିଲେ।  ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଇ ବିଜେଡ଼ି ମହିଳା ସଶକ୍ତିକରଣ ଦିଗରେ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଥିଲା ।

ପୂର୍ବରୁ ତୃଣମୂଳସ୍ତରରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବେଶ୍‌ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଚଳିତ ନିର୍ବାଚନୀ ଇସ୍ତାହାରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦୦ କୋଟି ଟଙ୍କାର କାର୍ଯ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଏକ ବଳିଷ୍ଠ ଯୋଜନା । ଏହାଦ୍ବାରା ମହିଳା ମନକୁ ସାମାଜିକ ସ୍ତର ରେ ଉନ୍ନତି କରିବାର ସୁଯୋଗ ମିଳିଛି । ଏହାଦ୍ବାରା ଅନେକ ମହିଳା ଆର୍ଥିକ ସ୍ଵଚ୍ଛଳତା ପାଇ ପାରିଛନ୍ତି । ଏହାଦ୍ବାରା ପୂର୍ବରୁ ସମାଜ ରେ ମହିଳାଙ୍କୁ ନେଇ ରହିଥିବା ପାରମ୍ପରିକ  ମାନସିକତାରେ ସୁଧାର ଆସିଛି । ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଏହା ଜରିଆରେ ନାରୀମାନଙ୍କ ଆର୍ଥିକ ସ୍ଥିତି ସୁଧାରରେ ଏକ ବଡ଼ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି । ଏହା ଜରିଆରେ ବିଭିନ୍ନ ପ୍ରକାର ଋଣ କମ ସୁଧ ଅବା ବିନା ସୁଧରେ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର ଟ୍ରେନିଂ ଦିଆଗଲା । ତେବେ ନୀବନ ସରକାରଙ୍କ ପଞ୍ଚମ ପାଳି ର ପ୍ରଥମ କ୍ୟାବିନେଟ୍‌ ବୈଠକରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ନିମେନ୍ତ ୧୦୦୦ କୋଟି ଟଙ୍କାର କାର୍ଯ୍ୟକୁ ମଂଜୁର କରାଯାଇଛି ।

ନିର୍ବାଚନ ଆଗରୁ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରାୟ ସରକାରୀ କାମ ଗୁଡିକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସମ୍ପନ୍ନ କରାଇବାକୁ ସରକାର ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ସରକାର ବିଭିନ୍ନ ବିଭାଗ ମାଧ୍ୟମ ରେ ବିକ୍ରୟ କରିବାକୁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ମିଶନ ଶକ୍ତି ବିଭାଗ ମିଳିତ ଭାବେ  ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ସ୍କୁଲ ୟୁନିଫର୍ମ ଯୋଗାଇଦେବେ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଞ୍ଜି ବିକ୍ରୟ ଏବଂ ଛୋଟ ଛୋଟ ନର୍ସରୀ ପରିଚାଳନା କରିବେ । ମହୁମାଛି ପାଳିବେ । ଆଇସିଡିଏସ ଯୋଜନା ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ମାଣ୍ଡିଆ ଲଡ୍ଡୁର ବିତରଣ କରାଯିବ । ସେହିପରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟାନ୍ନ ଭୋଜନ ଲାଗି ଖାଦ୍ୟ ପ୍ରସ୍ତୁତି ଏବଂ  ନେବା ଆଣିବାରେ ସାହାଯ୍ୟ କରିବେ । ସେହିପରି ଶକ୍ତି ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସାରା ରାଜ୍ୟ ରେ ପଞ୍ଚାୟତ ସ୍ତର ରେ ବିଦ୍ୟୁତ ମିଟର ରିଡିଂରେ ସାହାଯ୍ୟ କରିବେ । ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଜଙ୍ଗଲ ସୃଷ୍ଟି ଏବଂ ଯତ୍ନ ନେବାର ସହାୟକ ହେବେ  । ସମନ୍ଵିତ ଜଙ୍ଗଲ ବିକାଶ ଯୋଜନାରେ ଜଙ୍ଗଲ ସୁରକ୍ଷା ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯିବ । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ  ଗ୍ରାମ ପଞ୍ଚାଯତ ସ୍ତର ରେ ମତ୍ସ୍ୟ ଚାଷ ଏବଂ ବ୍ୟୟଲର କୁକୁଡା ଚାଷ କରିବା ସହିତ ବିକ୍ରି କରି ପାରିବେ । ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଡାକ୍ତରଖାନା ଖାଦ୍ୟ ପ୍ରଦାନ , ମଶାରୀ ଏବଂ ସାନିଟାରୀ ନାପକିନର ବିତରଣ କରିପାରିବେ ।   ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ  ୧୦ ହଜାର କିଲୋମିଟର ଗ୍ରାମ୍ୟ ସଡକର ପର୍ଯ୍ୟାୟ ଅନୁସାର ରକ୍ଷଣାବେକ୍ଷଣ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।

ମିଶନ୍‌ଶକ୍ତିକୁ ସମୃଦ୍ଧ ତଥା ଦୃଢ କରିବା ଉପରେ ବିଶେଷ ପଦକ୍ଷେପ ନିଆଯାଇଛି । ତେବେ ଏହାର ମୂଳଲକ୍ଷ୍ୟ ଭିତରେ ରହିଛି ଅଧିକ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ ଡ଼ିଆଇଜି ରେ ପ୍ରୋତ୍ସାହନ ଦେବା,  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହ ଯୋଡିବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦେବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ର ବିକ୍ରି ରେ ସାହାଯ୍ୟ କରିବା ।

ନାରୀ ଶିକ୍ଷିତ ହେଲେ ଗୋଟେ ପରିବାର ଶିକ୍ଷିତ ହୁଏ, ସେହିପରି ନାରୀର ଉନ୍ନତିରେ ସାରା ସଂସାରର ଉନ୍ନତି । ମହିଳାମାନଙ୍କୁ ତୃଣମୂଳସ୍ତରରେ ସମୃଦ୍ଧ ତଥା ଦୃଢ କରିବା ଦିଗରେ ସରକାରଙ୍କ ଦ୍ବାରା ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ।

ReplyForward
Categories
ବିଶେଷ ଖବର ସିନେମା

ବଲିଉଡ ହାଲଚାଲ ; ଫେବୃଆରୀ ଆରମ୍ଭରୁ ମନୋରଞ୍ଜନର ଧମାକା

ସାଗରିକା

ପ୍ରେମର ଋତୁ ଆସିଯାଇଛି । ଠିକ୍‌ ଏହି ସମୟରେ ବଲିଉଡ୍‌ ଦର୍ଶକଙ୍କୁ ଭେଟିଦେଉଛି ଅନେକଗୁଡ଼ିଏ ଫିଲ୍ମ । ପ୍ରେମ,ବନ୍ଧୁତ୍ବ, ସଂର୍ଘଷ ଓ ମଜାଦାର କାହାଣୀ ସବୁକୁ  ନେଇ ଫେବୃଆରୀରେ ରିଲିଜ୍‌ ହେଉଛି ୬ଟି ସିନେମା ।  ଫେବୃଆରୀ ପ୍ରଥମ ସପ୍ତାହରେ ବଲିଉଡ୍‌ର ଦୁଇ ଲୋକପ୍ରିୟ କଳାକାରଙ୍କ ଫିଲ୍ମ ରିଲିଜ୍‌ ହୋଇଛି । ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କ ଅଭିନୀତ ‘ଏକ୍‌ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଓ ଅଭିନେତା ଫରହାନ୍‌ ଅଖତର୍‌ଙ୍କ ‘‘ଫକିର ଅଫ୍‌ ବେନିସ୍‌’ ପରଦାକୁ ଆସିଛି । ‘ଏକ୍ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ରେ ପ୍ରଥମଥର ପାଇଁ ସୋନମ କପୁର୍‌ଙ୍କ ସହିତ ରାଜକୁମାର ରାଓ ନଜର ଆସିଛନ୍ତି। ଏହି ଫିଲ୍ମରେ ରିଅଲ୍‌ ଫାଦର୍‌ ଅନୀଲ୍‌ କପୁର୍‌ ସୋନମ୍‌ଙ୍କ ପିତା ଭୂମିକାରେ ନଜର ଆସିଛନ୍ତି । ବିଧୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ତଥା ଶୈଳୀ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜୁହୀ ଚାଓ୍ବାଲା, ଅକ୍ଷୟ ଓବରେୟ, ରେଗିନା କ୍ୟାସେଣ୍ଡ୍ରା, ପ୍ରମୁଖ ନଜର ଆସିଛନ୍ତି ।

‘୧୯୪୨- ଏ ଲଭ୍‌ଷ୍ଟୋରୀ’ର ଲୋକପ୍ରିୟ ଟ୍ରାକ୍‌ ‘ଏକ ଲଡ୍‌କୀ କୋ ଦେଖା ତୋ ଏସା ଲଗା’କୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ପ୍ରଥମଥର ଲେସ୍‌ବିଆନ୍‌ ପ୍ରେମ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଛି । ଏକ ଭିନ୍ନସ୍ବାଦର ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି ।  ସେହିପରି ‘‘ଫକିର ଅଫ୍‌ ବେନିସ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ସୁରାପୁର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍‌ ରହମାନ୍‌ ଓ ସାଗର ଦେଶାଇ। ଫିଲ୍ମରେ ଫରହାନ୍‌ ଅଖ୍‌ତର୍, ଅନୁ କପୁର ଓ କମଲ ସିନ୍ଧୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ୨୦୦୯ରୁ ଏହି ଫିଲ୍ମ ନିର୍ମାଣ ହୋଇ ସାରିଥିଲେ ହେଁ କିଛି ବିବାଦ ଯୋଗୁ ଭାରତରେ ରିଲିଜ୍‌ ହୋଇ ପାରୁନଥିଲା। କିନ୍ତୁ ଏହା ବିଦେଶରେ ରିଲିଜ୍‌ ହୋଇସାରିଥିଲା। ଦୀର୍ଘ ୧୦ ବର୍ଷ ପରେ ରିଲିଜ୍‌ ହେଉଥିବାରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଥିଲା ।  ଫେବୃଆରୀ୮ ତାରିଖରେ ଅର୍ଥାତ୍‌ ଦ୍ବିତୀୟ ସପ୍ତାହରେ ‘ରାଗିଣୀ ଏମ୍‌ଏମ୍‌ଏସ୍‌୨’, ‘ଏଲୋନ୍‌’ ଓ ‘୧୯୨୦- ଇଭିଲ୍‌ ରିଟଣ୍ଣର୍ସ୍‌’ ଫିଲ୍ମ ନିର୍ମାଣ କରିଥିବା ଭୂଷଣ ପଟେଲ୍‌ଙ୍କ ‘ଅମାବାସ’ ପରଦାକୁ ଆସୁଛି । ଏହି ଫିଲ୍ମରେ  ସଚିନ୍‌ ଯୋଶୀ, ନର୍ଗିସ୍‌ ଫକ୍ରି, ମୋନା ସିଂହ, ଓ ଭିଭିଆନ୍‌ ଭାଟେନା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସଂଜୀବ-ଦର୍ଶନ୍‌, ଅଙ୍କିତ ତିଓ୍ବାରୀ, ଅଭିଜିତ୍‌ ଓ ଅର୍ସଦ ଖାନ୍‌ ପ୍ରମୁଖଙ୍କ ସଙ୍ଗୀତରେ ଅର୍‌ମାନ ମଲ୍ଲିକ, ପଲକ୍‌ ମୁଚାଲ୍‌, ଜୁବିନ୍‌ , ଅରଜିତ୍‌ ସିଂ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏହି ଫିଲ୍ମର ‘ଜବ୍‌ ସେ ମେରା ଦିଲ୍‌’ ଗୀତଟି ବେଶ୍‌ ପସନ୍ଦ ଆସିଛି ।

ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ‘ସୋନ ଚିରିୟା’ ମଧ୍ୟ ଫେବୃଆରୀ ୮ରେ ରିଲିଜ୍‌ ହେବାକୁ ରହିଛି । ଭୂମି ପେଣ୍ଡେନକର୍‌, ସୁଶାନ୍ତ ସିଂ ରାଜପୁତ୍‌, ମନୋଜ ବାଜପେୟୀ, ରଣବୀର୍‌ ସୋରେ, ଆଶୁତୋଷ ରାଣା ପ୍ରମୁଖଙ୍କ ଅଭିନୀତ ଏହି ଫିଲ୍ମଟି ଡାକୁଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଛି । ଦକ୍ଷ କଳାକାର ତଥା ଦକ୍ଷ ନିର୍ଦ୍ଦେଶକଙ୍କ ଏହି ଫିଲ୍ମଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ତ ନିଶ୍ଚୟ ରହିବ । ଏହାର ଟ୍ରେଲର୍‌ ମଧ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ସେହିପରି ଭାଲେଣ୍ଟାଇନ ଓ୍ବିକ୍‌ ବା ଭାଲେଣ୍ଟାଇନ୍‌ ଡେ’ରେ ରିଲିଜ୍‌ ହେବାକୁ ରହିଛି ଜୋୟା ଅଖତର୍‌ଙ୍କ ‘ଗଲି ବୟ’ । ରଣବୀର କପୁର୍‌ ଓ ଆଲିଆ ଭଟ୍ଟ ଷ୍ଟାରର୍‌ ଏହି ଫିଲ୍ମଟି ରିଲି୍ଜ୍‌ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଛି । ମ୍ୟୁଜିକାଲ୍‌ ଡ୍ରାମା ଭିତ୍ତିକ ଏହି ଫିଲ୍ମଟି ଷ୍ଟ୍ରିଟ୍‌ ରାପର୍‌ ଡିଭାଇନ୍‌ ଓ ନାଜେଙ୍କ ଜୀବନୀକୁ ନେଇ ଆଧାରିତ ହୋଇଛି । ସଂଘର୍ଷରତ ରାପର୍‌ ଗାୟକର ଜୀବନୀକୁ ବଡ଼ପରଦାରେ ବେଶ୍‌ ନିଖୁଣ ଭାବେ ରଣବୀର୍‌ ଫୁଟାଇବାରେ ସକ୍ଷମ ହୋଇଥିବେ ନିଶ୍ଚୟ । ଫିଲ୍ମର ପ୍ରଥମ ରାପ୍‌ ସଙ୍ଗ ଦର୍ଶକଙ୍କ ଭିତରେ ଫିଲ୍ମ ଦେଖିବା ପାଇଁ କ୍ରେଜ୍‌ ସୃଷ୍ଟି କରିଛି । ରାଜଶ୍ରୀ ପ୍ରଡକ୍ସନ୍‌ର ‘ହମ୍‌ ଚାର୍‌’ ଏହି ମାସର ୧୫ ତାରିଖରେ ରିଲିଜ୍‌ ହେବାକୁ ରହିଛି । ଏହି ଫିଲ୍ମରେ ଫ୍ରେଶ୍‌ ଚାରି ମୁହଁ ଦେଖିବାକୁ ମିଳିବ ।

ଫ୍ରେଣ୍ଡସ୍‌ ଭି ଫ୍ୟାମିଲି ହୈ ଟ୍ୟାଗ୍‌ ଲାଇନ୍‌ ବହନ କରୁଥିବା ଏହି ଫିଲ୍ମରେ  ଅଂଶୁମାନ୍‌ ମାଲହୋତ୍ରା, ପ୍ରୀତ୍‌ କମାନୀ, ସିମରନ୍‌ ଶର୍ମା, ତୁଷାର ପାଣ୍ଡେ ନଜର ଆସିବେ । ପୂରା ନୂଆ ଚେହେରାଙ୍କର ଏହି ଫିଲ୍ମଟି ଦୋସ୍ତିର ଏକ ନୂଆ ଉଦାହରଣ ଦେବ ବୋଲି ମନେ ହେଉଛି । ଫେବୃଆରୀର ଶେଷ ସପ୍ତାହରେ ରିଲିଜ୍‌ ହେଉଛି ସୁପରହିଟ୍‌ କମେଡ଼ି ଫିଲ୍ମ ‘ଧମାଲ୍‌’ର ତୃତୀୟ ସଂସ୍କରଣ ‘ଟୋଟାଲ୍‌ ଧମାଲ୍‌’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ୍‌, ଅର୍ଶଦ  ଓ୍ବାର୍ସି, ଜାଭେଦ ଜାଫେରୀ, ଅନିଲ୍‌ କପୁର୍‌, ରିତେଶ ଦେଶମୁଖ୍‌, ଈଶା ଗୁପ୍ତା, ନିହାରିକା ରାଇଜାଦା, ସଂଜୟ ମିଶ୍ର, ମହେଶ ମଞ୍ଜେ୍ରକର୍‌, ରାଜପାଲ୍‌ ଯାଦବ, ଜନି ଲିଭର୍‌, ଓ ବିଗତ ଦିନର ଲୋକପ୍ରିୟ ଯୋଡ଼ି ଅନୀଲ୍‌ କପୁର୍‌ – ମାଧୁରୀ ଦୀକ୍ଷିତ୍‌ଙ୍କୁ ପ୍ରଥମ ଥର ପାଇଁ ଏହି ଧମାଲ୍‌ ସିରିଜ୍‌ରେ ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ଏହି ଫିଲ୍ମରେ ହଲିଉଡ୍‌ର କ୍ରିଷ୍ଟାଲ୍‌ଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର୍‌ଟି ବେଶ୍‌ କ୍ରେଜ୍‌ ସୃଷ୍ଟି କରୁଥିବାବେଳେ ଏହାର ପ୍ରଥମ ଗୀତ ପୈସା ହୈ ପୈସା ମଧ୍ୟ ଲୋକପ୍ରିୟ ହୋଇପାରିଛି । କୁନାଲ୍‌ ଗାଞ୍ଜାଓ୍ବାଲା ଏଥିରେ କଣ୍ଠଦାନ କରିଥିବାବେଳେ ଫିଲ୍ମର ପୂରା ଷ୍ଟାର୍‌କାଷ୍ଟ୍‌ଙ୍କ ଅନ୍ଦାଜ୍‌ ବେଶ୍‌ ଆର୍କଷଣୀୟ ରହିଛି ।  ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ଅମୀର୍‌ ଖାନ୍‌ଙ୍କ କେମିଓ ମଧ୍ୟ ଦେଖିବାକୁ ମିଳିବ । ମୋଟାମୋଟି କହିବାକୁ ଗଲେ ୨୦୧୯ର ଦ୍ବିତୀୟ ମାସରେ ଆମ ବଲିଉଡ୍‌ ଷ୍ଟାର୍‌ମାନେ ଦର୍ଶକଙ୍କ ପାଇଁ ବେଶ୍‌ କିଛି ସମ୍ଭାବନା ନେଇ ଆସିଛନ୍ତି ।

Categories
ବିଶେଷ ଖବର ସିନେମା

ଷ୍ଟାର୍ ପାୱାର୍ ନୁହେଁ କାହାଣୀର ଦମ୍ ହୋଇଛି ଆକର୍ଷଣର କେନ୍ଦ୍ର : ବଲିଉଡ୍ @ 2018

ସାଗରିକା

୨୦୧୮ ଆମଠୁ ବିଦାୟ ନେବାକୁ ବସିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ ପାଇଁ ଆଣିଛି ଅନେକ ବିବାଦ, ପୁଣି ଆଣିଛି ଯଥେଷ୍ଟ ସଫଳତା।  କେତେବେଳେ ଫିଲ୍ମକୁ ନେଇ ବିବାଦରେ ଫସିଛି ତ ଆଉ କେତେବେଳ ଉଚ୍ଚକୋଟୀର ସୃଜନଶୀଳତା ପାଇଁ ବେଶ ପ୍ରଶଂସା ସାଉଟିଛି। ଚଳିତ ବର୍ଷ “ମି ଠୁ” ବିବାଦକୁ ନେଇ ବଲିଉଡ ବେଶ ବିବାଦୀୟ ହୋଇ ପଡିଥିଲା। ତେବେ  ଯାହା ବି ହେଉ ବଲିଉଡର ଚଳିତ ବର୍ଷର ଯାତ୍ରା ବେଶ ମଜାଦାର ରହିଥିଲା।

ଚଳିତ ବର୍ଷ ପ୍ରାୟ ୧୦୦ରୁ ଅଧିକ ସିନେମା ରିଲିଜ ହୋଇଛି। ଚଳିତ ବର୍ଷ ଷ୍ଟାର୍ ପାୱାର୍ ଅପେକ୍ଷା କାହାଣୀକୁ ଦର୍ଶକେ ବେଶୀ ଗ୍ରହଣ କରିଛନ୍ତି  । ଏଥିରେ ପ୍ରାୟତଃ ନିଉ କମର ଓ ୟଙ୍ଗ କଳାକାର ବାଜି ମାରିନେଇଥିବା ଜଣାପଡିଛି।  ଏଥର ବଲିଉଡର ତିନି ଖାନଙ୍କ ତିନୋଟି ଫିଲ୍ମ ପରଦାକୁ ଆସି ସେତେ ବେଶି କମାଲ କରିପାରିନାହିଁ।  ଇଦ୍ ଅବସରରେ ବଲିଉଡ୍ ସୁଲତାନ ସଲମାନ ଖାନଙ୍କ ମଲ୍ଟି ଷ୍ଟାରର  ଫିଲ୍ମ ‘ରେସ୍-୩’ ରିଲିଜ୍ ହୋଇଥିଲା ।  ଗତବର୍ଷର ଟାଇଗର ମୋହରୁ ମୁକୁଳି ପାରିନଥିବା ଦର୍ଶକେ କିନ୍ତୁ ଏ ଫିଲ୍ମକୁ ସେତେ ବେଶୀ ଗ୍ରହଣ କରିପାରି ନଥିଲେ  । ଏହି ଫିଲ୍ମଟି ବକ୍ସ ଅଫିସରେ ସଲ୍ଲୁଙ୍କ ରେକର୍ଡ ବ୍ୟବସାୟରୁ ଟିକେ ଦୂରରେ ରହିଗଲା  । ରେମୋ ଡି ସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବବି ଦେଓଲ, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ, ଅନୀଲ କପୁର, ଡେଜୀ ଶାହ ପ୍ରମୁଖ ଅଭିନୟ କରିଥିଲେ। ସେହିପରି  ଦୀପାବଳି ଅବସରରେ ବଲିଉଡ ପରଫେକ୍ଟନିଷ୍ଟ ଅମିର ଖାନ, ମିଲେନିଅମ ଷ୍ଟାର ବିଗ ବି, କାଟ୍ରିନା କୈଫ, ସାନା ପ୍ରମୁଖଙ୍କ ଅଭିନୀତ ତଥା ହାଇ ବଜେଟ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ମାତ ଖାଇଗଲା। ବର୍ଷର ଶେଷରେ ଅର୍ଥାତ କ୍ରିଶମାସ ଅବସରରେ ବଲିଉଡ କିଙ୍ଗ ଖାନ, କାଟ୍ରିନା କୈଫ ଓ ଅନୁଷ୍କା’ ଶର୍ମା ଅଭିନୀତ ‘ଜିରୋ’ ଆସିଥିଲା, ଯାହା ଦର୍ଶକଙ୍କ ଦ୍ଵାରା ସେତେ ଗ୍ରହଣୀୟ ହୋଇପାରିନାହି।

ଚଳିତ ବର୍ଷର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଭିତରେ ରହିଛି ରଜନୀକାନ୍ତଙ୍କ ହାଇ ବଜେଟ ମୁଭି ‘2.0’। ଏହି ଦ୍ଵିଭାଷୀ ସାଇ-ଫାଇ ଏକଶନ ଫିଲ୍ମଟି ୭୫୦ କୋଟିରୁ ଊର୍ଦ୍ଧ୍ଵ ଆୟ କରିଛି। ୨୦୧୦ର ସୁପର ହିଟ ଫିଲ୍ମ ‘ରୋବଟ’ର ସିକୱେଲ ହେଉଛି । ଏସ ଶଙ୍କରଙ୍କ ନିର୍ଦେଶିତ ଏହି ଫିଲ୍ମରେ ରଜନୀଙ୍କ ସହ ବଲିଉଡ ଖିଲାଡ଼ି ଅକ୍ଷୟ କୁମାର ଓ ଆମି ଜ୍ୟାକସନଙ୍କୁ ଦେଖିବାକୁ ମିଳିଥିଲା।

୨୦୧୮ର ପ୍ରଥମାର୍ଦ୍ଧରେ ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ସଞ୍ଜୟ ଲୀଲା ଭନସାଲୀଙ୍କ ‘ପଦ୍ମାବତ୍’ ପରଦାକୁ ଆସି ବେଶ୍ ପ୍ରଶଂସିତ ହୋଇପାରିଥିଲା  । ଏଥିରେ ଦୀପିକା ଓ ରଣବୀରଙ୍କ ଅଭିନୟ ବେଶ ଉଚ୍ଚକୋଟୀର ରହିଥିଲା।   ସେହିପରି ଅକ୍ଷୟ କୁମାରଙ୍କ ଭିନ୍ନ ସ୍ୱାଦର ଫିଲ୍ମ ‘ପ୍ୟାଡମ୍ୟାନ୍’କୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଥିଲା  । ସେହିପରି ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମିତ ‘ସଞ୍ଜୁ’କୁ ଦର୍ଶକ ବେଶି ଭଲପାଇବା ଦେଇଥିଲେ  । ରଣବୀର୍ କପୁରଙ୍କ  ଅଭିନୟର ପରିପକ୍ଵତା ଏଥିରେ ଦେଖିବାକୁ ମିଳିଥିଲା। ଯାହାଫଳରେ ‘ସଞ୍ଜୁ’ ବଲିଉଡର ଏବର୍ଷର ଅଧିକ ଆୟ କରିଥିବା ଫିଲ୍ମ ଭିତରେ ସାମିଲ୍ ହୋଇପାରିଥିଲା  । ସେହିପରି ଆଲିଆ ଭଟ୍ଟଙ୍କ ‘ରାଜି’ ମଧ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଥିଲ। ସେହିପରି ଟାଇଗର ଶ୍ରୋଫଙ୍କ  ‘ବାଗୀ-୨’ ମଧ୍ୟ ଖୁବ ସଫଳ ରହିଥିଲା ।

ସେହିପରି କମ ବଜେଟରେ  ନିର୍ମିତ ଇରଫାନ ଖାନଙ୍କ  ‘ବ୍ଲାକମ୍ୟାନ’, ରାନୀ ମୁଖାର୍ଜୀଙ୍କ ‘ ହିଚିକି’, ନବାଗତ ଈଶାନ ଖଟ୍ଟରଙ୍କ ‘ ବିୟୋଣ୍ଡ ଦି କ୍ଲାଉଡ’, ଅମିତାଭ ଓ ରିଷି କପୁରଙ୍କ ‘102 ନଟ ଆଉଟ’, କାର୍ତ୍ତିକ ଆର୍ଯ୍ୟନ୍, ନୁସରତ୍ ବାରୁଚା, ସନ୍ନି ନିଜରଙ୍କ ଅଭିନୀତ ‘ସୋନୁ କେ ଟ୍ଵିଟି କୀ ସ୍ୱିଟି’, କରୀନା କୁପର୍, ସୋନମ କପୁର୍, ସ୍ୱରା ଭାସ୍କରଙ୍କ ଅଭିନୀତ ‘ବୀରେ ଦି ୱେଡିଂ’, ଜନ ଆବ୍ରାହମଙ୍କ ‘ପରମାଣୁ: ଦି ଷ୍ଟୋରି ଅଫ ପୋଖରାନ’, ‘ସତ୍ୟମେବ ଜୟତେ’, ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ‘ ସ୍ତ୍ରୀ’, ଅନୁଷ୍କା ଶର୍ମା ଓ ବରୁଣଙ୍କ ‘ସୁଇ ଧାଗା’, ଆୟୁଷ୍ମାନ ଖୁରାନାଙ୍କ ‘ବଧାଇ ହୋ’ ଆଦି ଫିଲ୍ମଗୁଡିକ ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଛି।

୨୦୧୮ରେ ଷ୍ଟାର କିଡଙ୍କ ଜଲ୍ୱା ଦେଖିବାକୁ ମିଳିଛି  । ଶ୍ରୀଦେବୀ-ବୋନୀ କପୁରଙ୍କ ଝିଅ ଜାହ୍ନବୀ କପୁର୍ ‘ଧଡକ୍’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରି ବେଶ୍ ସଫଳ ରହିଛନ୍ତି  । ଏହି ଫିଲ୍ମରେ ସାହିଦ୍ କପୁରଙ୍କ ଭାଇ ଇଶାନ ଖଟ୍ଟର ଅଭିନୟ କରିଥିଲେ  । ଦୁହିଁଙ୍କ ଅଭିନୟକୁ ଦର୍ଶକଙ୍କ ପ୍ରଶଂସା ମିଳିଛି  । ସେହିପରି ସୈଫ୍ ତନୟା ସାରା ଅଲ୍ଲୀ ‘କେଦାରନାଥ’ ଜରିଆରେ ବଲିଉଡ୍ ଡେବ୍ୟୁ କରି ହିଟ୍ ରହିଛନ୍ତି  । ସୁଶାନ୍ତଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶି ପସନ୍ଦ କରିଛନ୍ତି  । ସେହିପରି ସାରାଙ୍କ ଆଉ ଏକ ଫିଲ୍ମ ‘ସିମ୍ବା’ ମଧ୍ୟ ବକ୍ସ ଅଫିସ ହିଟ୍ ରହିଛି  । ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର୍ କପୁର୍ ମୁଖ୍ୟ ଭୂମିକାରେ ଅଛନ୍ତି  । ଟେଲିଭିଜନ୍ ନାଗିନ୍ ମୌନୀ ରାୟ ‘ଗୋଲ୍ଡ’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରି ବେଶ୍ ସଫଳ ହୋଇଛନ୍ତି  । ଏଥିରେ ସେ ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିଥିଲେ  । ବଲିଉଡ୍ ସେହିପରି ଚଳିତବର୍ଷ ଆଉ ଦୁଇଜଣ ନବାଗତ ବଲିଉଡରେ  ପାଦ ରଖିଥିଲେ  । ସଲମନଙ୍କ ଭିଣୋଇ ତଥା ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଓ ୱାରନା ହୁସୈନ୍  । ଏହି ଦୁଇଜଣଙ୍କୁ ସଲମନ୍ ‘ଲଭଯାତ୍ରି’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରାଇଥିଲେ  । ଫିଲ୍ମଟିର ଗୀତଗୁଡ଼ିକୁ ଦର୍ଶକଙ୍କୁ ପସନ୍ଦ ଆସିଥିବାବେଳେ ଫିଲ୍ମଟି କିନ୍ତୁ ବଲିଉଡରେ ତିଷ୍ଠି ପାରିଲା ନାହିଁ  ।

ଦେଖିବାକୁ ଗଲେ ୨୦୧୮ରେ ନୂତନ କଳାକାରଙ୍କ ଉଚ୍ଚକୋଟୀର ଅଭିନୟ ବଲିଉଡ ପାଇଁ ଏକ ନୂତନ ସମ୍ଭାବନା ଆଣିଦେଇଛି। ସେହିପରି ଚଳିତ ବର୍ଷ ୟଙ୍ଗ ଷ୍ଟାରମାନଙ୍କ ନିଖୁଣତା ଦେଖିବାକୁ ମିଳିଛି। ରଣବୀର କପୁର, ଆଲିୟା, ବରୁଣ, ରଣବିର ସିଂହ, ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ବେଶ ପ୍ରଶଂସନୀୟ ହୋଇଛି। ବିଗ ଷ୍ଟାରଙ୍କ ପାୱାର ନୁହେଁ ଅଭିନୟ ଓ କାହାଣୀ ହିଁ ଦର୍ଶକଙ୍କ ଦ୍ଵାରା ବେଶୀ ଆଦୃତ ହୋଇଛି । ନୂତନ ବର୍ଷ ବଲିଉଡ ପାଇଁ ସବୁବେଳେ ନୂଆ ସମ୍ଭାବନା ନେଇ ଆସିଥାଏ। ୨୦୧୯ ବଲିଉଡ ପାଇଁ ଆହୁରି ନୂତନ ସମ୍ଭାବନା ନେଇ ଆସୁ।