Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ବଲିଉଡ ହାଲଚାଲ ; ଫେବୃଆରୀ ଆରମ୍ଭରୁ ମନୋରଞ୍ଜନର ଧମାକା
ସିନେମା

ବଲିଉଡ ହାଲଚାଲ ; ଫେବୃଆରୀ ଆରମ୍ଭରୁ ମନୋରଞ୍ଜନର ଧମାକା

February 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ପ୍ରେମର ଋତୁ ଆସିଯାଇଛି । ଠିକ୍‌ ଏହି ସମୟରେ ବଲିଉଡ୍‌ ଦର୍ଶକଙ୍କୁ ଭେଟିଦେଉଛି ଅନେକଗୁଡ଼ିଏ ଫିଲ୍ମ । ପ୍ରେମ,ବନ୍ଧୁତ୍ବ, ସଂର୍ଘଷ ଓ ମଜାଦାର କାହାଣୀ ସବୁକୁ  ନେଇ ଫେବୃଆରୀରେ ରିଲିଜ୍‌ ହେଉଛି ୬ଟି ସିନେମା ।  ଫେବୃଆରୀ ପ୍ରଥମ ସପ୍ତାହରେ ବଲିଉଡ୍‌ର ଦୁଇ ଲୋକପ୍ରିୟ କଳାକାରଙ୍କ ଫିଲ୍ମ ରିଲିଜ୍‌ ହୋଇଛି । ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କ ଅଭିନୀତ ‘ଏକ୍‌ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଓ ଅଭିନେତା ଫରହାନ୍‌ ଅଖତର୍‌ଙ୍କ ‘‘ଫକିର ଅଫ୍‌ ବେନିସ୍‌’ ପରଦାକୁ ଆସିଛି । ‘ଏକ୍ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ରେ ପ୍ରଥମଥର ପାଇଁ ସୋନମ କପୁର୍‌ଙ୍କ ସହିତ ରାଜକୁମାର ରାଓ ନଜର ଆସିଛନ୍ତି। ଏହି ଫିଲ୍ମରେ ରିଅଲ୍‌ ଫାଦର୍‌ ଅନୀଲ୍‌ କପୁର୍‌ ସୋନମ୍‌ଙ୍କ ପିତା ଭୂମିକାରେ ନଜର ଆସିଛନ୍ତି । ବିଧୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ତଥା ଶୈଳୀ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜୁହୀ ଚାଓ୍ବାଲା, ଅକ୍ଷୟ ଓବରେୟ, ରେଗିନା କ୍ୟାସେଣ୍ଡ୍ରା, ପ୍ରମୁଖ ନଜର ଆସିଛନ୍ତି ।

‘୧୯୪୨- ଏ ଲଭ୍‌ଷ୍ଟୋରୀ’ର ଲୋକପ୍ରିୟ ଟ୍ରାକ୍‌ ‘ଏକ ଲଡ୍‌କୀ କୋ ଦେଖା ତୋ ଏସା ଲଗା’କୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ପ୍ରଥମଥର ଲେସ୍‌ବିଆନ୍‌ ପ୍ରେମ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଛି । ଏକ ଭିନ୍ନସ୍ବାଦର ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି ।  ସେହିପରି ‘‘ଫକିର ଅଫ୍‌ ବେନିସ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ସୁରାପୁର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍‌ ରହମାନ୍‌ ଓ ସାଗର ଦେଶାଇ। ଫିଲ୍ମରେ ଫରହାନ୍‌ ଅଖ୍‌ତର୍, ଅନୁ କପୁର ଓ କମଲ ସିନ୍ଧୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ୨୦୦୯ରୁ ଏହି ଫିଲ୍ମ ନିର୍ମାଣ ହୋଇ ସାରିଥିଲେ ହେଁ କିଛି ବିବାଦ ଯୋଗୁ ଭାରତରେ ରିଲିଜ୍‌ ହୋଇ ପାରୁନଥିଲା। କିନ୍ତୁ ଏହା ବିଦେଶରେ ରିଲିଜ୍‌ ହୋଇସାରିଥିଲା। ଦୀର୍ଘ ୧୦ ବର୍ଷ ପରେ ରିଲିଜ୍‌ ହେଉଥିବାରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଥିଲା ।  ଫେବୃଆରୀ୮ ତାରିଖରେ ଅର୍ଥାତ୍‌ ଦ୍ବିତୀୟ ସପ୍ତାହରେ ‘ରାଗିଣୀ ଏମ୍‌ଏମ୍‌ଏସ୍‌୨’, ‘ଏଲୋନ୍‌’ ଓ ‘୧୯୨୦- ଇଭିଲ୍‌ ରିଟଣ୍ଣର୍ସ୍‌’ ଫିଲ୍ମ ନିର୍ମାଣ କରିଥିବା ଭୂଷଣ ପଟେଲ୍‌ଙ୍କ ‘ଅମାବାସ’ ପରଦାକୁ ଆସୁଛି । ଏହି ଫିଲ୍ମରେ  ସଚିନ୍‌ ଯୋଶୀ, ନର୍ଗିସ୍‌ ଫକ୍ରି, ମୋନା ସିଂହ, ଓ ଭିଭିଆନ୍‌ ଭାଟେନା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସଂଜୀବ-ଦର୍ଶନ୍‌, ଅଙ୍କିତ ତିଓ୍ବାରୀ, ଅଭିଜିତ୍‌ ଓ ଅର୍ସଦ ଖାନ୍‌ ପ୍ରମୁଖଙ୍କ ସଙ୍ଗୀତରେ ଅର୍‌ମାନ ମଲ୍ଲିକ, ପଲକ୍‌ ମୁଚାଲ୍‌, ଜୁବିନ୍‌ , ଅରଜିତ୍‌ ସିଂ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏହି ଫିଲ୍ମର ‘ଜବ୍‌ ସେ ମେରା ଦିଲ୍‌’ ଗୀତଟି ବେଶ୍‌ ପସନ୍ଦ ଆସିଛି ।

ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ‘ସୋନ ଚିରିୟା’ ମଧ୍ୟ ଫେବୃଆରୀ ୮ରେ ରିଲିଜ୍‌ ହେବାକୁ ରହିଛି । ଭୂମି ପେଣ୍ଡେନକର୍‌, ସୁଶାନ୍ତ ସିଂ ରାଜପୁତ୍‌, ମନୋଜ ବାଜପେୟୀ, ରଣବୀର୍‌ ସୋରେ, ଆଶୁତୋଷ ରାଣା ପ୍ରମୁଖଙ୍କ ଅଭିନୀତ ଏହି ଫିଲ୍ମଟି ଡାକୁଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଛି । ଦକ୍ଷ କଳାକାର ତଥା ଦକ୍ଷ ନିର୍ଦ୍ଦେଶକଙ୍କ ଏହି ଫିଲ୍ମଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ତ ନିଶ୍ଚୟ ରହିବ । ଏହାର ଟ୍ରେଲର୍‌ ମଧ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ସେହିପରି ଭାଲେଣ୍ଟାଇନ ଓ୍ବିକ୍‌ ବା ଭାଲେଣ୍ଟାଇନ୍‌ ଡେ’ରେ ରିଲିଜ୍‌ ହେବାକୁ ରହିଛି ଜୋୟା ଅଖତର୍‌ଙ୍କ ‘ଗଲି ବୟ’ । ରଣବୀର କପୁର୍‌ ଓ ଆଲିଆ ଭଟ୍ଟ ଷ୍ଟାରର୍‌ ଏହି ଫିଲ୍ମଟି ରିଲି୍ଜ୍‌ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଛି । ମ୍ୟୁଜିକାଲ୍‌ ଡ୍ରାମା ଭିତ୍ତିକ ଏହି ଫିଲ୍ମଟି ଷ୍ଟ୍ରିଟ୍‌ ରାପର୍‌ ଡିଭାଇନ୍‌ ଓ ନାଜେଙ୍କ ଜୀବନୀକୁ ନେଇ ଆଧାରିତ ହୋଇଛି । ସଂଘର୍ଷରତ ରାପର୍‌ ଗାୟକର ଜୀବନୀକୁ ବଡ଼ପରଦାରେ ବେଶ୍‌ ନିଖୁଣ ଭାବେ ରଣବୀର୍‌ ଫୁଟାଇବାରେ ସକ୍ଷମ ହୋଇଥିବେ ନିଶ୍ଚୟ । ଫିଲ୍ମର ପ୍ରଥମ ରାପ୍‌ ସଙ୍ଗ ଦର୍ଶକଙ୍କ ଭିତରେ ଫିଲ୍ମ ଦେଖିବା ପାଇଁ କ୍ରେଜ୍‌ ସୃଷ୍ଟି କରିଛି । ରାଜଶ୍ରୀ ପ୍ରଡକ୍ସନ୍‌ର ‘ହମ୍‌ ଚାର୍‌’ ଏହି ମାସର ୧୫ ତାରିଖରେ ରିଲିଜ୍‌ ହେବାକୁ ରହିଛି । ଏହି ଫିଲ୍ମରେ ଫ୍ରେଶ୍‌ ଚାରି ମୁହଁ ଦେଖିବାକୁ ମିଳିବ ।

ଫ୍ରେଣ୍ଡସ୍‌ ଭି ଫ୍ୟାମିଲି ହୈ ଟ୍ୟାଗ୍‌ ଲାଇନ୍‌ ବହନ କରୁଥିବା ଏହି ଫିଲ୍ମରେ  ଅଂଶୁମାନ୍‌ ମାଲହୋତ୍ରା, ପ୍ରୀତ୍‌ କମାନୀ, ସିମରନ୍‌ ଶର୍ମା, ତୁଷାର ପାଣ୍ଡେ ନଜର ଆସିବେ । ପୂରା ନୂଆ ଚେହେରାଙ୍କର ଏହି ଫିଲ୍ମଟି ଦୋସ୍ତିର ଏକ ନୂଆ ଉଦାହରଣ ଦେବ ବୋଲି ମନେ ହେଉଛି । ଫେବୃଆରୀର ଶେଷ ସପ୍ତାହରେ ରିଲିଜ୍‌ ହେଉଛି ସୁପରହିଟ୍‌ କମେଡ଼ି ଫିଲ୍ମ ‘ଧମାଲ୍‌’ର ତୃତୀୟ ସଂସ୍କରଣ ‘ଟୋଟାଲ୍‌ ଧମାଲ୍‌’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ୍‌, ଅର୍ଶଦ  ଓ୍ବାର୍ସି, ଜାଭେଦ ଜାଫେରୀ, ଅନିଲ୍‌ କପୁର୍‌, ରିତେଶ ଦେଶମୁଖ୍‌, ଈଶା ଗୁପ୍ତା, ନିହାରିକା ରାଇଜାଦା, ସଂଜୟ ମିଶ୍ର, ମହେଶ ମଞ୍ଜେ୍ରକର୍‌, ରାଜପାଲ୍‌ ଯାଦବ, ଜନି ଲିଭର୍‌, ଓ ବିଗତ ଦିନର ଲୋକପ୍ରିୟ ଯୋଡ଼ି ଅନୀଲ୍‌ କପୁର୍‌ – ମାଧୁରୀ ଦୀକ୍ଷିତ୍‌ଙ୍କୁ ପ୍ରଥମ ଥର ପାଇଁ ଏହି ଧମାଲ୍‌ ସିରିଜ୍‌ରେ ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ଏହି ଫିଲ୍ମରେ ହଲିଉଡ୍‌ର କ୍ରିଷ୍ଟାଲ୍‌ଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର୍‌ଟି ବେଶ୍‌ କ୍ରେଜ୍‌ ସୃଷ୍ଟି କରୁଥିବାବେଳେ ଏହାର ପ୍ରଥମ ଗୀତ ପୈସା ହୈ ପୈସା ମଧ୍ୟ ଲୋକପ୍ରିୟ ହୋଇପାରିଛି । କୁନାଲ୍‌ ଗାଞ୍ଜାଓ୍ବାଲା ଏଥିରେ କଣ୍ଠଦାନ କରିଥିବାବେଳେ ଫିଲ୍ମର ପୂରା ଷ୍ଟାର୍‌କାଷ୍ଟ୍‌ଙ୍କ ଅନ୍ଦାଜ୍‌ ବେଶ୍‌ ଆର୍କଷଣୀୟ ରହିଛି ।  ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ଅମୀର୍‌ ଖାନ୍‌ଙ୍କ କେମିଓ ମଧ୍ୟ ଦେଖିବାକୁ ମିଳିବ । ମୋଟାମୋଟି କହିବାକୁ ଗଲେ ୨୦୧୯ର ଦ୍ବିତୀୟ ମାସରେ ଆମ ବଲିଉଡ୍‌ ଷ୍ଟାର୍‌ମାନେ ଦର୍ଶକଙ୍କ ପାଇଁ ବେଶ୍‌ କିଛି ସମ୍ଭାବନା ନେଇ ଆସିଛନ୍ତି ।

Bollywood Indiancinema Sagarika
Share. Facebook Twitter LinkedIn Email WhatsApp Copy Link

Related Posts

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Latest News

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.