ଭାଗବତଙ୍କ ବୟାନକୁ ଟାର୍ଗେଟ୍‌ କଲେ ସୋନମ୍‌

Published: Feb 17, 2020, 12:50 pm IST

ମୁମ୍ବାଇ : ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ତଲାକ୍‌କୁ ନେଇ ଦେଇଥିବା ବୟାନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହାକୁ ନେଇ ମୋହନଙ୍କୁ ଟାର୍ଗେଟ୍‌ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର୍‌। ସୋନମ୍‌ ମୋହନଙ୍କ ବୟାନକୁ ତୀବ୍ର ନିନ୍ଦା କରି କହିଛନ୍ତି ଯେ, – କୋଉ ବୁଦ୍ଧିମାନ ବ୍ୟକ୍ତି ଏପରି କଥା କୁହନ୍ତି ?’ ଏହା ଏକ ମୂର୍ଖତାପୂର୍ଣ୍ଣ ବୟାନ। ତେବେ ସୋନମ୍‌ଙ୍କ ଏହି ଟୁଇଟ୍‌କୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ମୋହନଙ୍କ ବୟାନ ଭର୍ସେସ୍‌ ସୋନମଙ୍କ ନିନ୍ଦାକୁ ନେଇ ସୋସିଆଲ୍‌ ମିଡିଆରେ ଦୁଇ ଗୋଷ୍ଠୀ ହୋଇଯାଇଛନ୍ତି। ଅନେକେ ସୋନମ୍‌ଙ୍କୁ ବିରୋଧ କରୁଥିବାବେଳେ ଅନେକ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ମୋହନ ଭାଗବତ ତଲାକ୍‌କୁ ନେଇ କହିଥିଲେ ଯେ, ‘ଆଜିକାଲି ସମାଜରେ ତଲାକ୍‌ ମାମଲା ବଢିବାରେ ଲାଗିଛି। ସମ୍ପନ୍ନ ତଥା ଶିକ୍ଷିତ ପରିବାରରେ ଏହା ବେଶି ଦେଖାଯାଉଛି। କାରଣ ଶିକ୍ଷା ଓ ସମ୍ପନ୍ନତା ମଣିଷ ଭିତରେ ଗର୍ବ ଓ ଉଦ୍ଧତପଣିଆ ଆସୁଛି। ଏହାର ପରିଣାମ ସ୍ବରୂପ ପରିବାର ଭିତରେ ଫାଟ ସୃଷ୍ଟି ହେଉଛି। (ଏଜେନ୍ସି)

Related posts