ଭାଇରାଲ୍‌ ହେଲା ପୁନମ୍‌ ପାଣ୍ଡେଙ୍କ ‘କରୋନା କିସ୍‌’ ଫଟୋ

Published: Mar 19, 2020, 10:59 am IST

ନୂଆଦିଲ୍ଲୀ : ବୋଲ୍ଡ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୁନମ୍‌ ପାଣ୍ଡେ ପୁଣି ଥରେ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପୁନମ୍‌ ଏହି ପାର୍ଟିରେ ତାଙ୍କ ନୂତନ ବୟଫ୍ରେଣ୍ଡ ସହ ନଜର ଆସିଛନ୍ତି । ତେବେ ଏହି ଫଟୋରେ ସବୁଠୁ ମଜା କଥା ହେଉଛି ଏହି ଫଟୋରେ ପୁନମ୍‌ ତାଙ୍କ ବୟଫ୍ରେଣ୍ଡକୁ କିସ୍‌ କରୁଛନ୍ତି । କିନ୍ତୁ ଦୁହିଁଙ୍କ ମୁହଁରେ ରୁମାଲ୍‌ ବନ୍ଧା ହୋଇଛି ।

ଫଟୋଟି ସେୟାର ହେବାର କିଛି ମିନିଟ୍‌ ମଧ୍ୟରେ ଲକ୍ଷରୁ ଅଧିକ ଥର ଲାଇକ୍‌ ହୋଇସାରିଥିବାବେଳେ ଏହାକୁ ନେଇ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ ଆସିଛି । କେହି କେହି ଏହାକୁ ମାସ୍କବାଲା ଲଭ କହିଥିବାବେଳେ କେହି କେହି କରୋନା ପ୍ୟାର୍‌ ବୋଲି କହିଛନ୍ତି । ତେବେ ପୁନମ୍‌ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ କରୋନା କିସ୍‌ ବାଲା ଫଟୋ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି ।  (ଏଜେନ୍ସି)

Related posts