କରୋନାରେ ମୃତ୍ୟୁବରଣ କଲେ ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରା

Published: Mar 30, 2020, 9:40 am IST

ଜାପାନ : ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । 70 ଦଶକରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଶିମୁରା 70 ବର୍ଷ ବୟସରେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଶିମୁରା ଦେଶର ଜଣେ ଲୋକପ୍ରିୟ ହାସ୍ୟକଳାକାର ଭାବେ ପରିଚିତ ହାସଲ କରିଥିଲେ । ପ୍ରଥମ ଜାପାନୀ ସେଲିବ୍ରିଟି ଭାବରେ ଶିମୁରାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିମୁରାଙ୍କ ଅସଲ ନାମ ନାମାସୁନୋରୀ ଶିମୁରା ଥିବାବେଳେ ସେ ଶିମୁରା ନାମରେ ବେଶ୍‌ ପରିଚିତ । ସେ ବହୁ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି ।

କରୋନା ଭାଇରସ୍‌ ଏବେ ସାରା ବିଶ୍ବରେ ତାଣ୍ଡବ ରଚୁଥିବାବଳେ ଏହି ରୋଗରେ ସାତ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ରୋଗରେ ତିରିଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Related posts