ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଖାସ୍‌ ଉପହାର ଦେଲେ ଅଲ୍ଲୁ ଅର୍ଜୁନ୍‌

Published: Apr 8, 2020, 11:31 am IST

ମୁମ୍ବାଇ : ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ୍‌ ନିଜ 37ତମ ଜନ୍ମଦିବସ ଅବସରରେ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି । ଅଲ୍ଲୁ ଅର୍ଜୁନ୍‌ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ପୁଷ୍ପା’ର ଘୋଷଣା କରିଛନ୍ତି । ଏହି ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ । ତେବେ ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ । ତେବେ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବିପକ୍ଷରେ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ସୁକୁମାର ଦେଉଛନ୍ତି । ପୂର୍ବରୁ ଅଲ୍ଲୁଙ୍କ ସହିତ ସୁକୁମାର ଆର୍ଯ୍ୟ ଓ ଆର୍ଯ୍ୟ2 ପରି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିସାରିଛନ୍ତି ।

ତେବେ ଏହି ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ନଜର ଆସିଛି । ଏଥିରେ ଅଲ୍ଲୁଙ୍କ ରାଗ ନଜର ଆସିଛି । ପୋଷ୍ଟରରେ ତାଙ୍କ ଶରୀରରେ କ୍ଷତ ଥିବାବେଳେ ରାଗୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଲ୍ଲୁ । ଅଲ୍ଲୁଙ୍କ ଏହି ଲୁକ୍‌ଟି ତାଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି ।

ନିକଟରେ ଅଲ୍ଲୁ ଅର୍ଜୁନ୍‌ ଭାରତୀୟ ଫିଲ୍ମ ଜଗତରେ 17 ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ।(ଏଜେନ୍ସି)

Related posts