ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତା ଇରଫାନ ଖାନ୍‌

Published: Apr 28, 2020, 10:08 pm IST

ମୁମ୍ବାଇ :ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଭିନେତାଙ୍କର ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଇରଫାନ୍‌ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ  ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଇରଫାନ୍‌ କୋଲନ୍‌ ସଂକ୍ରମଣ  କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ଶନିବାର ଦିନ ଇରଫାନ୍‌ଙ୍କ ମା’ ସଇଦା ବେଗମଙ୍କ ନିଧନ ହୋଇଛି । ଇରଫାନ୍‌ ଭିଡିଓ କଲ୍‌ ଜରିଆରେ ତାଙ୍କୁ ଅନ୍ତିମ ଥର ପାଇଁ ଦେଖିଥିଲେ । ଲକ୍ ଡାଉନ୍‌ ଓ ଅସୁସ୍ଥତା ପାଇଁ ମା’ଙ୍କ ଶେଷ ଦର୍ଶନରେ ଯୋଗ ଦେଇପାରିନଥିଲେ ।

ଦୁଇ ବର୍ଷ ପୂର୍ବେ ମାର୍ଚ୍ଚ 2018ରେ ଇରଫାନ୍‌ଙ୍କୁ ନିଜ ବେମାରୀ ସମ୍ପର୍କରେ ସୂଚନା ମିଳିଥିଲା । ଇରଫାନ୍‌ଙ୍କୁ ନ୍ୟୁରୋ ଇଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ହୋଇଥିଲା । ପ୍ରାୟ ଏକ ବର୍ଷ ଲଣ୍ଡନରେ ରହି ଚିକିତ୍ସିତ ହେବା ପରେ 2019ରେ ଭାରତକୁ ଫେରିଥିଲେ ଇରଫାନ୍‌ ।  ନିଜର ନିଆରା ଅଭିନୟ ଜରିଆରେ ବଲିଉଡ୍‌ରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଇରଫାନ୍‌ଙ୍କ ଚଳିତ ବର୍ଷ ‘ଅଙ୍ଗ୍ରେଜୀ ମିଡିୟମ୍‌’ ପରଦା ଉପରକୁ ଆସିଥିଲା । କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ ଫିଲ୍ମଟି ଚାଲିପାରିନଥିଲା । ଏହି ଫିଲ୍ମଟି ଲୋକପ୍ରିୟ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସ୍ବିକେଲ।

Related posts