Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ବଲିଉଡ୍‌ରେ ନାରୀ ସଂଘର୍ଷ ଓ ନାରୀର ଅବିସ୍ମରଣୀୟ ଜୀବନ କାହାଣୀ : ସେଦିନ ଓ ଆଜି
ସିନେମା

ବଲିଉଡ୍‌ରେ ନାରୀ ସଂଘର୍ଷ ଓ ନାରୀର ଅବିସ୍ମରଣୀୟ ଜୀବନ କାହାଣୀ : ସେଦିନ ଓ ଆଜି

March 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
women based movie on bollywood
women based movie on bollywood

ସାଗରିକା

ବଲିଉଡ୍‌ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍‌ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍‌ ରହିଥିଲା । ୧୯୭୭ ମସିହାରେ ଆସିଥିବା ଫିଲ୍ମ ‘ଭୂମିକା’ରେ ମରାଠୀ ଅଭିନେତ୍ରୀ ହସ୍‌ନା ଓ୍ବାଦେକରଙ୍କ ଜୀବନୀକୁ ଦେଖାଯାଇଥିଲା । ଏହି ଫିଲ୍ମରେ ଅଭିନେତ୍ରୀ ସ୍ମିତା ପାଟିଲ୍‌ ଅଭିନୟ କରିଥିଲେ ।  ୧୯୮୨ ମସିହାରେ ଆସିଥିଲା ମହେଶ ଭଟ୍ଟଙ୍କ ‘ଆର୍ଥ’ । ଏଥିରେ ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସାମ୍ପ୍ରତିକ ସ୍ଥିତିରେ ନାରୀର ଭୂମିକାକୁ ଉତ୍ଥାପନ କରିଥିଲେ । ୧୯୮୭ ମସିହାରେ ଆସିଥିଲା କେତନ ମେହେଟ୍ଟାଙ୍କ ଫିଲ୍ମ ‘ମିର୍ଚ୍ଚ ମସଲା’ । ଏଥିରେ ନାରୀର ଶକ୍ତିଙ୍କୁ ଦେଖାଯାଇଥିଲା । ନାରୀର ଯେ ଅବଳା ନୁହେଁ ସେ ଶକ୍ତିମୟୀ । ଏଥିରେ ସ୍ମିତା ପାଟିଲ୍‌ ବେଶ୍‌ ଦମଦାର୍‌ ଅଭିନୟ କରିଥିଲେ । ୧୯୯୭ରେ ଆସିଥିଲା ରେଖାଙ୍କ ‘ଆସ୍ଥା’ । ୨୦୦୦ ମସିହାରେ ଆସିଥିଲା ‘ଅସ୍ତିତ୍ବ’ । ଏଥିରେ ତବୁ ମୁଖ୍ୟ ଭୂମିକାରେ ଥିବାବେଳେ ଏହି ଫିଲ୍ମରେ ଜଣେ ନାରୀ ତା’ର ଆବଶ୍ୟକତା ମେଣ୍ଟାଇବା ପାଇଁ କିପରି ନିଜର ସୀମାକୁ କିଛି ସମୟ ପାଇଁ ଟପି ଯାଉଛି ତାହା ଦର୍ଶାଯାଇଥିଲା ।  ୨୦୦୧ରେ ରାଜକୁମାର ସନ୍ତୋଷୀଙ୍କ ସୁପରହିଟ୍‌ ଫିଲ୍ମ ‘ଲଜ୍ଜା’  । ଏହି ଫିଲ୍ମରେ ନାରୀ ଜୀବନର ପ୍ରତ୍ୟେକ ସ୍ତରରେ ଘଟୁଥିବା ସଂଘର୍ଷକୁ ବର୍ଣ୍ଣନା କରାଯାଇଥିଲା । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ମନୀଷା କୋଇରାଲା ରହିଥିବାବେଳେ ଏଥିରେ ରେଖା, ମାଧୁରୀ ଦୀକ୍ଷିତ୍‌, ମହିମା ଚୌଧୁରୀ ପ୍ରମୁଖ ନଜର ଆସିଥିଲେ ।  ସେହିପରି ୨୦୦୬ରେ ଆସିଥିଲା ‘ଡୋର’ । ୨୦୧୨ରେ ଆସିଥିବା ‘କାହାନୀ’ରେ ବିଦ୍ୟା ବଲାନ୍‌ଙ୍କ ଅଭିନୟ ବେଶ୍‌ ଜୀବନ୍ତ ରହିଥିଲା  ।

‘ଅନୁଭବ’, ‘ଅଙ୍କୁର୍‌’, ‘ଆନ୍ଧି’, ‘ଦାମିନୀ’, ‘ବାଣ୍ଡିଟ୍‌ କୁଇନ୍‌’, ‘ମୃତ୍ୟୁଦଣ୍ଡ’, ‘ପିଂଜର’, ‘ଚକ୍‌ ଦେ ଇଣ୍ଡିଆ, ଫ୍ୟାଶନ୍‌’, ‘ନୋ ଓ୍ବାନ୍‌ କିଲ୍ଡ ଜେସିକା’, ‘ଲିପିଷ୍ଟିକ୍‌ ଅଣ୍ଡର୍‌ ମାଇ ବୁର୍‌ଖା’,  ‘ହିରୋଇନ୍’ ‘ମର୍ଦ୍ଦାନୀ’, ‘ପିଙ୍କ୍‌’, ‘ପିକୁ’, ‘ପର୍ଚେଡ୍‌’, ‘ତୁମ୍‌ହାରୀ ସୁଲ୍ଲୁ’,  ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ‘କୁଇନ୍‌’ ମଧ୍ୟ ନାରୀ କୈନ୍ଦ୍ରିକ ଫିଲ୍ମ ରୂପେ ବେଶ୍‌ ସଫଳ ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ସଫଳ ବ୍ୟବସାୟ କରିଥିଲା । ସେହିପରି ଶ୍ରୀଦେବୀଙ୍କ ‘ଇଂଲିଶ୍‌ ଭିଂଲିଶ’ ଓ ‘ମମ୍‌’ ଆଦି ନାରୀ କୈନ୍ଦ୍ରିକ ଫିଲ୍ମ ରୂପେ ବେଶ୍‌ ସଫଳ ରହିଥିଲା ।

ଚଳିତ କିଛି ବର୍ଷ ହେଲା ମହିଳା କୈନ୍ଦ୍ରିକ ଫିଲ୍ମଗୁଡ଼ିକ ବେଶ୍‌ ନାଁ କମାଇଛନ୍ତି । ୨୦୧୮ରେ ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ‘ପଦ୍ମାବତ୍‌’ ସୁପରହିଟ୍‌ ରହିଥିବାବେଳେ ଏଥିରେ ସମସ୍ତ ଶ୍ରେୟ ଦୀପିକାଙ୍କୁ ହିଁ ଯାଇଥିଲା । ସେହିପରି ଗତ ବର୍ଷ ଆଲିଆ ଭଟ୍ଟଙ୍କ ’ରାଜି’ ମଧ୍ୟ ବହୁଳ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମରେ ଆଲିଆଙ୍କ ଅଭିନୟ ବେଶ୍‌ ଉଚ୍ଚକୋଟୀର ରହିଥିଲା । ଚଳିତ ବର୍ଷ ମଧ୍ୟ କଙ୍ଗନା ରଣାଓ୍ବତ୍‌ଙ୍କ ‘ମଣି କର୍ଣ୍ଣିକା’ ବେଶ୍‌ ସଫଳ ରହିଛି । ଏହି କ୍ରମରେ ବଲିଉଡ୍‌ରେ ଏବେ ନାରୀଙ୍କ ଜୀବନୀକୁ ନେଇ ତଥା ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ ହେବାରେ ଲାଗିଛି । ପୂର୍ବରୁ ବହୁତଗୁଡ଼ିଏ ଜୀବନୀ ଫିଲ୍ମ ନିର୍ମାଣ ହୋଇ ବେଶ୍‌ ସଫଳ ରହିଥିବାବେଳେ ଚଳିତ ବର୍ଷ ସମ୍ମାନନୀୟ ତଥା ଭିନ୍ନ ଭିନ୍ନ  ପ୍ରସଙ୍ଗରେ ଉଲ୍ଲେଖନୀୟ ପ୍ରତିପାଦନ କରିଥିବା ଫିଲ୍ମଗୁଡ଼ିକ ରିଲିଜ୍‌ ହେବାକୁ ରହିଛି । ପୂର୍ବରୁ ମହିଳା ବକ୍ସର ମେରି କମ୍‌’ଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହୋଇ ବେଶ୍‌ ସଫଳ ରହିଥିଲା । ଏହି ଫିଲ୍ମରେ ମେରିକମ୍‌ଙ୍କ ଭୂମିକାରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଥିଲେ । ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସଫଳ ବ୍ୟବସାୟ କରିବା ସହିତ ଅନେକଗୁଡ଼ିଏ ପୁରସ୍କାର ହାତେଇଥିଲା ।

ଏହି କ୍ରମରେ ଚଳିତ ବର୍ଷ ତିନୋଟି ମହିଳା ଜୀବନୀ ଫିଲ୍ମ ପରଦା ଉପରକୁ ଆସିବାର ରହିଛି । ପ୍ରଥମରେ ରହିଛି ସାଇନା ନେହଓ୍ବାଲଙ୍କ ଜୀବନୀକୁ ନେଇ ଫିଲ୍ମ । ଏହି ଫିଲ୍ମରେ ସାଇନାଙ୍କ ଚରିତ୍ରକୁ ନିର୍ବାହ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ । ଏହି ଫିଲ୍ମ ପାଇଁ ଶୁଟିଂ ଚାଲିଥିବାବେଳେ ଏହାର ଫାଷ୍ଟ ଲୁକ୍‌ ଆସି ବେଶ୍‌ ଚର୍ଚ୍ଚାରେ ରହିଛି । ଅମୋଲ୍‌ ଗୁପ୍ତେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି । ସେହିପରି ରାଜି ଆକ୍ଟ୍ରେସ୍‌ ଆଲିଆ ଭଟ୍ଟ ଏଭରେଷ୍ଟ୍‌ ଚଢାଳୀ ଅରୁଣିମା ସିହ୍ନାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡିଛି । ପ୍ରତ୍ୟେକ ଚରିତ୍ରକୁ ବେଶ୍‌ ନିଖୁଣ ଭାବରେ ଫୁଟାଇପାରୁଥିବା ଏହି ଅଭିନେତ୍ରୀ ଜଣକ ଏଭରେଷ୍ଟ ଚଢାଳୀ ଅରୁଣିମା ସିହ୍ନାଙ୍କ ଜୀବନୀକୁ ବେଶ୍‌ ନିଖୁଣ ଭାବରେ ପରଦାରେ ଫୁଟାଇପାରିବେ । ବାସ୍କେଟବଲ୍‌ ଖେଳାଳୀ ଅରୁଣିମାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଓ ସଫଳତାର କାହାଣୀକୁ ଏହି ଫିଲ୍ମ ମାଧ୍ୟମରେ ପ୍ରଦର୍ଶନ କରାଯିବ । ସେହିପରି ଧଡକ୍‌ ଗାର୍ଲ ‘ଜାହ୍ନବୀ’ କପୁର୍‌ କାରଗିଲ୍‌ ଗାର୍ଲ ଗୁଞ୍ଜନ୍‌ ସକ୍‌ସେନାଙ୍କ ଜୀବନୀ ଉପରେ ଫିଲ୍ମରେ ଅଭିନୟ କରୁଛନ୍ତି । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ଜାରି କରାଯାଇଛି । ଗୁଂଜନ ୧୯୯୯ ମସିହାରେ କାର୍‌ଗିଲ୍‌ ଯୁଦ୍ଧ ସମୟରେ ବେଶ୍‌ ନିର୍ଣ୍ଣାୟକ ଭୂମିକା ନିଭାଇଥିଲେ । ଏଥିପାଇଁ ସେ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ ହୋଇଥିଲେ । ନିଜ ନିଜ କ୍ଷେତ୍ରରେ ଅନନ୍ୟ ପ୍ରତିଭା ପାଇଁ ବେଶ୍‌ ସଫଳ ରହିଥିବା ଆମ ଭାରତୀୟ ନାରୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ଆମର ବଲିଉଡ୍‌ ଅଭିନେତ୍ରୀମାନେ ବେଶ୍‌ ପାରଙ୍ଗମତା ଦେଖାଉଛନ୍ତି । ଆସିବାକୁ ଥିବା ଏହି ତିନୋଟି ଜୀବନୀ ଫିଲ୍ମକୁ ନେଇ ଦର୍ଶକେ ତଥା ସମୀକ୍ଷକ ବେଶ୍‌ ଆଶାବାଦୀ ରହିଛନ୍ତି ।

indian cinema thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026
Latest News

ଦେଶରେ ଚାଲିଛି ୩୨ ଟି ନକଲି ବିଶ୍ୱବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

August 7, 2026

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.