ବଲିଉଡ ଅଭିନେତା ଆମୀରଙ୍କ ଘରେ ପହଞ୍ଚିଲା କରୋନା

Published: Jun 30, 2020, 1:41 pm IST
aamir khan in hollywood remake

ମୁମ୍ବାଇ : ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଏବେ ଏହାର ପ୍ରଭାବ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଏବେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଘରେ ଏବେ କରୋନା ପହଞ୍ଚିଛି । ଆମୀର ଖାନଙ୍କ ଟିମ୍‌ର 7 ଜଣ ସଦସ୍ୟ ଏବେ କରୋନାରେ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଆମୀର ଖାନ୍‌ଙ୍କ ଜଣେ ଡ୍ରାଇଭର, ଦୁଇ ସୁରକ୍ଷା କର୍ମୀ ଓ ଜଣେ ରୋଷେୟା ରହିଛନ୍ତି ।

ଏହାପରେ ଆମୀର ଖାନ୍‌ ନିଜକୁ ସେ୍ଲଫ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଆମୀରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ମଧ୍ୟ କରୋନା ଯାଞ୍ଚ ହୋଇଛି । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ମା’ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଆମୀର ଖାନ୍‌ ନିଜ ମା’ଙ୍କ ପାଇଁ ପ୍ରାର୍ଥନ କରିବାକୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି । ଏହି ଅବସରରେ ଆମୀର ବିଏମ୍‌ସିକୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)

Related posts