ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀଙ୍କୁ ବିବାହ କଲେ ଗୌତମ ଗୁଲାଟ୍ଟି !, ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଦୁହିଁଙ୍କ ବିବାହ ଫଟୋ

Published: Jul 4, 2020, 1:50 pm IST

ମୁମ୍ବାଇ : ଲକ୍‌ ଡାଉନ୍‌ ସମୟରେ ଟେଲି ଅଭିନେତା ତଥା ବିଗବସ୍‌ର ପୂର୍ବତନ ପ୍ରତିଯୋଗୀ ଗୌତମ ଗୁଲାଟ୍ଟିଙ୍କୁ ବିବାହ କରିଛନ୍ତି  ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦୁୂହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

ଅଭିନେତା ଗୌତମ ଉର୍ବଶୀଙ୍କ ସହ ବିବାହ କରୁଥିବାର ଫଟୋକୁ ସେୟାର କରିଛନ୍ତି । ଏହି ଫଟୋର ଦୁହେଁ ସାତ ଫେରା ନେଉଥିବାର ଦେଖାଯାଇଛି । ସେହିପରି ଆଉ ଏକ ଫଟୋରେ ଦୁହେଁ ବେଶ୍‌ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ନଜର ଆସିଥିଲେ । ଏହି ଫଟୋକୁ ସେୟାର କରି ଗୌତମ ଲେଖିଛନ୍ତି ଯେ, ‘ବିବାହର ଶୁଭକାମନା ଜଣାଇବେ ନାହିଁକି ?’

ଗୌତମ ଓ ଉର୍ବଶୀଙ୍କ ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ଫଟୋ ଉପରୁ ଏବେ ରହସ୍ୟ ଉଠିଛି । ସତ କହିବାକୁ ଗଲେ ଏହି ବିବାହ ରିଅଲ୍‌ ବିବାହ ନୁହେଁ, ବରଂ ଏହା ରିଲ୍‌ ବିବାହ । ଜୀ5ର ଫିଲ୍ମ ଭର୍ଜିନ୍‌ ଭାନୁପ୍ରିୟାର ଏହା ହେଉଛି ଏକ ଦୃଶ୍ୟ ।

ଗୌତମ ଏବଂ ଉର୍ବଶୀ ଏବେ ଜୀ 5ର ଫିଲ୍ମ ‘ଭର୍ଜିନ୍‌ ଭାନୁପ୍ରିୟା’ରେ ଏକାଠି କାମ କରୁଛନ୍ତ । ଏହି ଫିଲ୍ମରେ ଉର୍ବଶୀ ଲିଡ୍‌ ରୋଲ୍‌ରେ ରହିଛନ୍ତି । ଉର୍ବଶୀଙ୍କ ଚରିତ୍ରଟି ଏଥିରେ ବେଶ୍‌ ମଜାଦାର ରହିଛି ।

ଏହି ଫିଲ୍ମରେ ଉର୍ବଶୀ ଓ ଗୌତମଙ୍କ ବ୍ୟତୀତ ଅର୍ଚ୍ଚନା ପୂରଣ ସିଂହ, ଦେଲନାଜ୍‌ ଇରାନୀ, ରାଜୀବ ଗୁପ୍ତା ଓ ବିଜେନ୍ଦ୍ର କାଲା ପ୍ରମୁଖ ରହିଛନ୍ତି ।  ଏହି ଫିଲ୍ମଟି ଜୀ 5ରେ ଜୁଲାଇ 16କୁ ରିଲିଜ୍‌ ହେବ ବୋଲି ସୂଚନା ରହିଛି ।

Related posts