ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ କେତେ ଦୂର ସଫଳ ହେବେ ନଓ୍ବାଜ୍‌ : ‘ରାତ୍‌ ଅକେଲୀ’’ର ଟ୍ରେଲର୍‌ ରିଲିଜ୍‌

Published: Jul 17, 2020, 2:58 pm IST

ମୁମ୍ବାଇ : ନଓ୍ବାଜଉଦ୍ଦିନ ସିଦ୍ଧିକି ଓ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ୍‌ ଅକେଲୀ ହୈ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ମର୍ଡର ମିଷ୍ଟ୍ରିର ଏହି ଫିଲ୍ମରେ ନଓ୍ବାଜଉଦ୍ଦିନ୍‌ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିଛନ୍ତି । ସସ୍‌ପେନ୍ସର ଭରପୂର ଏହି ଟ୍ରେଲରଟିରେ ଫିଲ୍ମର କାହାଣୀ ଏକ ହତ୍ୟାକାଣ୍ଡକୁ ନେଇ ଗତିଶୀଳ ହୋଇଛି । ଟ୍ରେଲର୍‌ରେ ନଜର ଆସିଥିବା ସମସ୍ତ ଚରିତ୍ର କିଛି ନା କିଛି ଲୁଚାଉଥିବାର ନଜର ଆସୁଛନ୍ତି । ଏହି ଫିଲ୍ମଟି ହଲିଉଡ୍‌ ଫିଲ୍ମ ’ନାଇବସ୍‌ ଆଉଟ୍‌’ ସହ ମେଳ ଖାଉଛି ।ଏହି ଫିଲ୍ମରେ ନଓ୍ବାଜ ଉଦ୍ଦିନ୍‌ ଓ ରାଧିକା ଆପ୍ତେଙ୍କ ସମେତ ସୁଧୀର ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

ଫିଲ୍ମର କାହାଣୀ ଅନୁସାରେ ଘରର ମାଲିକ ଠାକୁର ରଘୁବୀର ସିଂଙ୍କ ମୃତ୍ୟୁ ହୋଇ ଯାଉଛି । ତେବେ ପରବର୍ତ୍ତୀ ସମୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରୁଛନ୍ତି ଇନ୍ସପେକ୍ଟର ଜଟିଲ୍‌ ଯାଦବ । ତେବେ ସତରେ କ’ଣ ନଓ୍ବାଜ୍‌ ଏହି କାମରେ ସଫଳତା ପାଉଛନ୍ତି, ତାହା ଦେଖିବାକୁ ଫିଲ୍ମର ରିଲିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ଏହି ଫିଲ୍ମଟି ନେଟଫିଲକ୍ସରେ ରିଲିଜ୍‌ ହେବ । ଦେଶରେ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାବା ଥିଏଟର ଆଦି ବନ୍ଦ ରହିଛି । ଏହି ସମୟରେ ଫିଲ୍ମଗୁଡିକ ଏବେ ଓ୍ବେବ୍‌ ପ୍ଲାଟଫର୍ମରେ ରିଳିଜ୍‌ କରାଯାଉଛି । ତେବେ ନେଟଫିଲକ୍ସରେ ଅନ୍ୟ 15ଟି ଫିଲ୍ମ ରିଲିଜ୍‌ ହେବ ବୋଲି ସୂଚନା ରହିଛି। ଏହି ସୂଚୀରେ ଗୁଞ୍ଜନ ସକ୍ସେସନା : ଦ କାର୍ଗିଲ୍‌ ଗାର୍ଲ, ତୋରବାଜ୍‌, ଏକେ ଭର୍ସେସ୍‌ ଏକେ, ତ୍ରିଭଙ୍ଗା-ତେଢୀ ମେଢୀ କ୍ରେଜୀ, ଲୁଡୋ ସଙ୍ଗ ଅନ୍‌ ସାମିଲ୍‌ ରହିଛି । (ଏଜେନ୍ସି)

Related posts