Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ଏକାଠି ନଜର ଆସିବେ ସଲମାନ୍‌- କ୍ୟାଟ୍ରିନା
ଆଜିର ଖବର

ପୁଣି ଥରେ ଏକାଠି ନଜର ଆସିବେ ସଲମାନ୍‌- କ୍ୟାଟ୍ରିନା

July 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ର ସବୁଠୁ ଲୋକପ୍ରିୟ ରିଲ୍‌ ଯୋଡି ଭାବରେ ସଲ୍ଲୁ ଓ କ୍ୟାଟ୍ରିନା  ପ୍ରାୟ ସମସ୍ତଙ୍କର ପସନ୍ଦ । ଏହି ଯୋଡିଙ୍କ ଫିଲ୍ମକୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ତେବେ ଦୁହିଁଙ୍କ ଅଭିନୀତ ଟାଇଗର୍ ସିରିଜ୍‌ ମଧ୍ୟ ବେଶ୍‌ ଲୋକପ୍ରିୟ ରହିଛି । ‘ଏକ୍‌ ଥା ଟାଇଗର୍‌’ ‘ଟାଇଗର୍‌ ଜିନ୍ଦା ହୈ’ ପରେ ଟାଇଗର -3ରେ ଦୁହେଁ ନଜର ଆସିବେ ବୋଲି ସୂଚନା ରହିଛି ।  ଶେଷ ଥର ପାଇଁ  ଦୁହିଁଙ୍କୁ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ ’ଟାଇଗର -3’ ପାଇଁ ସଲମାନ୍‌  ରାଜି ହୋଇଥିବାବେଳେ ଆସନ୍ତା ବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ମୀନଷ ଶର୍ମା ଦେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ’ଏକ୍‌ ଥା ଟାଇଗର୍‌’ 2012ରେ ରିଲି୍ଜ୍‌ ହୋଇଥିଲା । ଏହି ଫିଲ୍ମଟି ବହୁ ବ୍ୟବସାୟିକ ସଫଳତା ପାଇଥିଲା । ଏହାର ସ୍ବିକେଲ୍‌ ’‘ଟାଇଗର ଜିନ୍ଦା ହୈ’ 2017 ମସିହାରେ ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମଟି ମଧ୍ୟ ରେକର୍ଡ ବ୍ୟବସାୟ କରିଥିଲା । ତେବେ ଟାଇଗର୍‌ -3କୁ ନେଇ ତାଙ୍କ ପ୍ରଶଂସମାନେ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିବେ ନିଶ୍ଚୟ ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବିବାଦକୁ ଚାଲି ଆସିଛନ୍ତି ସଲମାନ ଖାନ୍‌ । ନେପ୍‌ଟୋଜିମ୍‌ ଓ ଦାଦାଗିରିକୁ ନେଇ ତାଙ୍କ ଉପରେ ପ୍ରଶଂସକମାନେ ବିଷୋଦ୍‌ଗାର କରୁଛନ୍ତି । କରୋନା କାଳରେ ବଲିଉଡ୍‌ରେ ସଂକଟ ଚାଲିଥିବାବେଳେ ଫିଲ୍ମ ରିଲିଜ୍‌ ହୋଇପାରୁନାହିଁ । ଅପରପକ୍ଷରେ ସଲମାନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେ’ ମଧ୍ୟ ଅଧାରୁ ବନ୍ଦ ହୋଇ ରହିଛି । ବହୁ ବଡ ବଡ ଷ୍ଟାର୍‌ଙ୍କ ଫିଲ୍ମ ଅଧାରେ ଅଟକି ରହିଛି । ତେବେ ବଲିଉଡ୍‌ କେବେ ସକ୍ରିୟ ଭାବେ କାର୍ଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା ।

katrina salman
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ: ଆଦିବାସୀ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେବ ନୂତନ ଆର୍ଥିକ ସୁଯୋଗ

July 6, 2026

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

July 6, 2026
Latest News

ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ: ଆଦିବାସୀ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେବ ନୂତନ ଆର୍ଥିକ ସୁଯୋଗ

July 6, 2026

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.