ପୁଣି ଥରେ ଏକାଠି ନଜର ଆସିବେ ସଲମାନ୍‌- କ୍ୟାଟ୍ରିନା

Published: Jul 25, 2020, 2:06 pm IST

ମୁମ୍ବାଇ : ବଲିଉଡ୍‌ର ସବୁଠୁ ଲୋକପ୍ରିୟ ରିଲ୍‌ ଯୋଡି ଭାବରେ ସଲ୍ଲୁ ଓ କ୍ୟାଟ୍ରିନା  ପ୍ରାୟ ସମସ୍ତଙ୍କର ପସନ୍ଦ । ଏହି ଯୋଡିଙ୍କ ଫିଲ୍ମକୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ତେବେ ଦୁହିଁଙ୍କ ଅଭିନୀତ ଟାଇଗର୍ ସିରିଜ୍‌ ମଧ୍ୟ ବେଶ୍‌ ଲୋକପ୍ରିୟ ରହିଛି । ‘ଏକ୍‌ ଥା ଟାଇଗର୍‌’ ‘ଟାଇଗର୍‌ ଜିନ୍ଦା ହୈ’ ପରେ ଟାଇଗର -3ରେ ଦୁହେଁ ନଜର ଆସିବେ ବୋଲି ସୂଚନା ରହିଛି ।  ଶେଷ ଥର ପାଇଁ  ଦୁହିଁଙ୍କୁ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ ’ଟାଇଗର -3’ ପାଇଁ ସଲମାନ୍‌  ରାଜି ହୋଇଥିବାବେଳେ ଆସନ୍ତା ବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ମୀନଷ ଶର୍ମା ଦେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ’ଏକ୍‌ ଥା ଟାଇଗର୍‌’ 2012ରେ ରିଲି୍ଜ୍‌ ହୋଇଥିଲା । ଏହି ଫିଲ୍ମଟି ବହୁ ବ୍ୟବସାୟିକ ସଫଳତା ପାଇଥିଲା । ଏହାର ସ୍ବିକେଲ୍‌ ’‘ଟାଇଗର ଜିନ୍ଦା ହୈ’ 2017 ମସିହାରେ ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମଟି ମଧ୍ୟ ରେକର୍ଡ ବ୍ୟବସାୟ କରିଥିଲା । ତେବେ ଟାଇଗର୍‌ -3କୁ ନେଇ ତାଙ୍କ ପ୍ରଶଂସମାନେ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିବେ ନିଶ୍ଚୟ ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବିବାଦକୁ ଚାଲି ଆସିଛନ୍ତି ସଲମାନ ଖାନ୍‌ । ନେପ୍‌ଟୋଜିମ୍‌ ଓ ଦାଦାଗିରିକୁ ନେଇ ତାଙ୍କ ଉପରେ ପ୍ରଶଂସକମାନେ ବିଷୋଦ୍‌ଗାର କରୁଛନ୍ତି । କରୋନା କାଳରେ ବଲିଉଡ୍‌ରେ ସଂକଟ ଚାଲିଥିବାବେଳେ ଫିଲ୍ମ ରିଲିଜ୍‌ ହୋଇପାରୁନାହିଁ । ଅପରପକ୍ଷରେ ସଲମାନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେ’ ମଧ୍ୟ ଅଧାରୁ ବନ୍ଦ ହୋଇ ରହିଛି । ବହୁ ବଡ ବଡ ଷ୍ଟାର୍‌ଙ୍କ ଫିଲ୍ମ ଅଧାରେ ଅଟକି ରହିଛି । ତେବେ ବଲିଉଡ୍‌ କେବେ ସକ୍ରିୟ ଭାବେ କାର୍ଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା ।

Related posts