Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା : ଆସିଲା ଫରେନସିକ୍‌ ରିପୋର୍ଟ
ଆଜିର ଖବର

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା : ଆସିଲା ଫରେନସିକ୍‌ ରିପୋର୍ଟ

July 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ କରି ବୟାନ ରେକର୍ଡ କରୁଛି । ଏହାର ଭିତରେ ସୋମବାର ସୁଶାନ୍ତଙ୍କ ଫୋରେନସିକ୍‌ ଭସେରା ରିପୋର୍ଟ ଆସିଛି । ଯେଉଁଥିରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇନଥିବାର ଜଣାପଡିଛି । ତେବେ ତାଙ୍କର ନଖର ନମୁନା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ନଖର ରିପୋର୍ଟ ପରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ କୌଣସି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା କି ନାହିଁ ତାହା ଜଣାପଡିବ ।

ସୂଚନାଯୋଗ୍ୟ, ଜୁନ୍‌ 14 ତାରିଖରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ନିଜ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ୍‌ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ତାଙ୍କ ପରିବାର ଲୋକେ ଓ ପ୍ରଶଂସକମାନେ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି । ଅପରପକ୍ଷରେ ସୁଶାନ୍ତଙ୍କ ମାନବିକ ଅବସାଦ ତଥା ଆତ୍ମହତ୍ୟା ପାଇଁ ଉସୁକାଇବା ବା ହତ୍ୟା ଅଭିଯୋଗରେ ବଲିଉଡ୍‌ ବହୁ ନାମୀଦାମୀଙ୍କ ନାମ ଏବେ ସାମିଲ୍‌ ହୋଇଛି । ସୁଶାନ୍ତ ମୃତ୍ୟୁ ମାମଲାରେ ଆଜି ଫିଲ୍ମ ପ୍ରଯୋଜକ ମହେଶ ଭଟ୍ଟଙ୍କୁପୋଲିସ୍‌ ପଚରାଉଚୁରା କରିଛି । ସେହିପରି ଆସନ୍ତାକାଲି ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ୍‌ ଜୋହରଙ୍କୁ ମଧ୍ୟ ପୋଲିସ୍‌ ପଚାରିବ । ଅନ୍ୟପଟରେ ସୁଶାନ୍ତଙ୍କ ମୃତ୍ୟୁ ପରେ  ବଲିଉଡ୍‌ରେ ଟ୍ୟାଲେଣ୍ଟ ବନାମ ନେପ୍‌ଟୋଜିମର ଏକ ତର୍କ ସୃଷ୍ଟି ହୋଇଛି । ଏଥିରେ ବହୁ ନାମୀ ଦାମୀଙ୍କ ନାମ ସାମ୍‌ନାକୁ ଆସିଛି । ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ଙ୍କ ନାମ ମଧ୍ୟ ଏଥିରେ ସାମିଲ୍‌ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଡିଜ୍‌ନୀ ହଟ୍‌ଷ୍ଟାର୍‌ରେ ରିଲିଜ୍‌ ହୋଇ ରେକର୍ଡ କରିଛି ।

suicide case
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026
Latest News

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.