Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୁବ ଶିଘ୍ର ବିବାହ କରିବେ ରଣବୀର ଓ ଆଲିଆ, ମିଳିଲା ଦୁଇ ପରିବାର ସ୍ୱୀକୃତି
ବିଶେଷ ଖବର

ଖୁବ ଶିଘ୍ର ବିବାହ କରିବେ ରଣବୀର ଓ ଆଲିଆ, ମିଳିଲା ଦୁଇ ପରିବାର ସ୍ୱୀକୃତି

September 25, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗତ କିଛି ଦିନ ହେଲା ରଣବୀର ଓ ଆଲିଆଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣ ଖୁବ ଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ କୁଆଡେ ସ୍ୱୀକୃତି ମିଳି ସାରିଛି । ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଖୁବ ଖୁସି ଥିବା ଜଣାପଡିଛି । ଋିଷି କପୁର ଏବଂ ମହେଶ ଭଟ୍ଟଙ୍କ ପରେ ନିକଟରେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ରଣବୀର ବହୁତ ଭଲ ପିଲା ଏବଂ ସେ ତାଙ୍କ ଝିଅର ଫ୍ରିଡମକୁ ବହୁତ ସମ୍ନାନ କରନ୍ତି । ତେବେ ରଣବୀର ଏବଂ ଆଲିଆ ଏବେ ମିଶିକି ଫିଲ୍ମ ମଧ୍ୟ କରୁଛନ୍ତି । ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର କପୁରଙ୍କୁ ମହେଶ ଭଟ୍ଟଙ୍କ ୭୦ତମ ଜନ୍ମଦିନ ରେ ଆୟୋଜିତ ହେବାକୁଥିବା ପାର୍ଟି ପାଇଁ ନିମନ୍ତ୍ରଣ କରାଯାଇଛି ।

ମହେଶ ଭଟ୍ଟ ୨୦ ସେପ୍ଟେମ୍ବରରେ ନିଜର ୭୦ ତମ ଜନ୍ମଦିନ ପାଳନ କରୁଥିବା ଜଣାପଡିଛି । ମହେଶ ଭଟ୍ଟ ନିଜର ଜନ୍ମଦିନକୁ ସ୍ପେଶଲ କରିବା ପାଇଁ ନିଜର ବନ୍ଧୁମାନଙ୍କୁ ଏକ ଜବରଦସ୍ତ ପାର୍ଟି ଦେବାର ଆୟୋଜନ କରିଛନ୍ତି । ଆଉ ଏଥିରେ ସାମିଲ ହେବାପାଇଁ ରଣବୀରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ସୂଚନାନୁସାରେ, ଆଲିଆ ଏବଂ ରଣବୀର ବୁଲଗେରିଆରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି । ଆଲିଆ ସୁଟିଂରୁ ବ୍ରେକ୍ ନେଇ ମହେଶ ଭଟ୍ଟଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଉଛନ୍ତି ।

ଏହାସହ ମହେଶ ଭଟ୍ଟ ନିଜେ ରଣବୀରଙ୍କୁ ଫୋନ କରି ପାର୍ଟିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହା ରଣବୀରଙ୍କ ପାଇଁ ପ୍ରଥମ ସୁଯୋଗ ହେବ କି ସେ ଭଟ୍ଟ ପରିବାରର ପାର୍ଟିରେ ସାମିଲ ହେବେ । ସେପଟେ ଭଟ୍ଟ ପରିବାର ଏହି ପାର୍ଟିକୁ ନେଇ ଖୁବ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ମଧ୍ୟ କରିଥିବା ସୂଚନା ମିଳିଛି । ରଣବୀରଙ୍କୁ ମହେଶ ଭଟ୍ଟ ଏବଂ ସୋନି ରାଜଦାନ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026

“ଭାରତ ବିନା ଆମେ ଅସମ୍ପୂର୍ଣ୍ଣ”: EU ର ଏହି ବୟାନରେ ଚୀନ ଓ ପାକିସ୍ତାନ ଅସ୍ଥିର

January 22, 2026

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026
Latest News

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

January 22, 2026

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.