Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୁବ ଶିଘ୍ର ବିବାହ କରିବେ ରଣବୀର ଓ ଆଲିଆ, ମିଳିଲା ଦୁଇ ପରିବାର ସ୍ୱୀକୃତି
ବିଶେଷ ଖବର

ଖୁବ ଶିଘ୍ର ବିବାହ କରିବେ ରଣବୀର ଓ ଆଲିଆ, ମିଳିଲା ଦୁଇ ପରିବାର ସ୍ୱୀକୃତି

September 25, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗତ କିଛି ଦିନ ହେଲା ରଣବୀର ଓ ଆଲିଆଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣ ଖୁବ ଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ କୁଆଡେ ସ୍ୱୀକୃତି ମିଳି ସାରିଛି । ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଖୁବ ଖୁସି ଥିବା ଜଣାପଡିଛି । ଋିଷି କପୁର ଏବଂ ମହେଶ ଭଟ୍ଟଙ୍କ ପରେ ନିକଟରେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ରଣବୀର ବହୁତ ଭଲ ପିଲା ଏବଂ ସେ ତାଙ୍କ ଝିଅର ଫ୍ରିଡମକୁ ବହୁତ ସମ୍ନାନ କରନ୍ତି । ତେବେ ରଣବୀର ଏବଂ ଆଲିଆ ଏବେ ମିଶିକି ଫିଲ୍ମ ମଧ୍ୟ କରୁଛନ୍ତି । ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର କପୁରଙ୍କୁ ମହେଶ ଭଟ୍ଟଙ୍କ ୭୦ତମ ଜନ୍ମଦିନ ରେ ଆୟୋଜିତ ହେବାକୁଥିବା ପାର୍ଟି ପାଇଁ ନିମନ୍ତ୍ରଣ କରାଯାଇଛି ।

ମହେଶ ଭଟ୍ଟ ୨୦ ସେପ୍ଟେମ୍ବରରେ ନିଜର ୭୦ ତମ ଜନ୍ମଦିନ ପାଳନ କରୁଥିବା ଜଣାପଡିଛି । ମହେଶ ଭଟ୍ଟ ନିଜର ଜନ୍ମଦିନକୁ ସ୍ପେଶଲ କରିବା ପାଇଁ ନିଜର ବନ୍ଧୁମାନଙ୍କୁ ଏକ ଜବରଦସ୍ତ ପାର୍ଟି ଦେବାର ଆୟୋଜନ କରିଛନ୍ତି । ଆଉ ଏଥିରେ ସାମିଲ ହେବାପାଇଁ ରଣବୀରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ସୂଚନାନୁସାରେ, ଆଲିଆ ଏବଂ ରଣବୀର ବୁଲଗେରିଆରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି । ଆଲିଆ ସୁଟିଂରୁ ବ୍ରେକ୍ ନେଇ ମହେଶ ଭଟ୍ଟଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଉଛନ୍ତି ।

ଏହାସହ ମହେଶ ଭଟ୍ଟ ନିଜେ ରଣବୀରଙ୍କୁ ଫୋନ କରି ପାର୍ଟିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହା ରଣବୀରଙ୍କ ପାଇଁ ପ୍ରଥମ ସୁଯୋଗ ହେବ କି ସେ ଭଟ୍ଟ ପରିବାରର ପାର୍ଟିରେ ସାମିଲ ହେବେ । ସେପଟେ ଭଟ୍ଟ ପରିବାର ଏହି ପାର୍ଟିକୁ ନେଇ ଖୁବ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ମଧ୍ୟ କରିଥିବା ସୂଚନା ମିଳିଛି । ରଣବୀରଙ୍କୁ ମହେଶ ଭଟ୍ଟ ଏବଂ ସୋନି ରାଜଦାନ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.