ହାଇଦ୍ରାବାଦ : ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅଭିନେତା ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକ ଆପ୍ତେଙ୍କ ଅଭିନୀତ ହିନ୍ଦୀ ଚଳଚିତ୍ର ଅନ୍ଧାଧୁନ୍ର ରିମେକ ହେଉଛି । ଏହି ରିମ୍ରେ ନଜର ଆସିବାକୁ ଯାଉଛନ୍ତି ତେଲୁଗୁ ସୁପରଷ୍ଟାର ନିତିନ୍ ଏବଂ ନୟନତାରା। ଏହି ରିମ୍କେ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଭୂମିକାରେ ନିତିନ୍ ନଜର ଆସିବାକୁ ଯାଉଛନ୍ତି । ତେବେ ତବୁଙ୍କ ଭୂମିକା ପାଇଁ ନୟନତାରାଙ୍କୁ ମନୋନୀତ କରାଯାଇଛି । ନୟନତାରାଙ୍କ ପକ୍ଷରୁ ସମ୍ମତି ମିଳିନଥିବା ବେଳେ ବାହୁବଲୀ ଫେମ୍ ରମ୍ୟା କ୍ରିଷ୍ଣନଙ୍କୁ ମଧ୍ୟ ଏହି ରୋଲ୍ ଅଫର୍ କରାଯାଇଛି । ନିତିନ ଏହି ଭୂମିକା ପାଇଁ ନୟନତାରାଙ୍କୁ ଅନୁରୋଧ କରିଛନ୍ତି । ତେବେ ନୟନତାରାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ । ପ୍ରାରମ୍ଭରୁ ତବୁଙ୍କୁ ଏହି ଚରିତ୍ର ଅଫର କରାଯାଇଥିଲେ ମଧ୍ୟ ସେ ଏହି ଅଫରକୁ ମନା କରି ଦେଇଥିଲେ । ନିତିନଙ୍କ ପ୍ରଡକ୍ସନ୍ ହାଉସ୍ ଶ୍ରେଷ୍ଠ ମୁଭିଜ୍ 3.5 କୋଟି ଟଙ୍କାରେ ଫିଲ୍ମର ତେଲୁଗୁ ରାଇଟ୍ସ କିଣିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅନ୍ଧାଧୁନ୍ ଫିଲ୍ମଟି ତିନୋଟି ବର୍ଗରେ ଜାତୀୟ ପୁରସ୍କାର ହାସଲ କରିଥିଲା । (ଏଜେନ୍ସି)
ଅନ୍ଧାଧୁନର ତେଲୁଗୁ ରିମେକରେ ନଜର ଆସିବେ ନିତିନ୍-ନୟନତାରା
Published:
Aug 5, 2020, 6:43 pm IST