କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

Published: Aug 8, 2020, 5:55 pm IST

ମୁମ୍ବାଇ :  କରୋନାରୁ ସୁସ୍ଥ ହେଲେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ  କରୋନାରେ ଆକ୍ରାନ୍ତ ଥିବା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଷେକଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଶନିବାର ଏ ନେଇ ଟ୍ୱିଟ୍ କରି ଅଭିଷେକ ସୂଚନ ଦେଇଛନ୍ତି । ଆରୋଗ୍ୟ ଲାଭ କରିବା ପରେ ଅଭିଷେକ ନିଜ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ବିଗ୍‌ ବି ଅମିତାଭ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ବେବି ଆରାଧ୍ୟା କରୋନାରେ ସଂକ୍ରମିତ ହୋଇଥିଲେ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନିକଟରେ ଅଭିଷେକଙ୍କ ଅଭିନୀତ ୱେବ୍ ସିରିଜ୍ ବ୍ରିଦ୍ : ଇନଟୁ ଦ ସ୍ୟାଡୋଜ୍ ରିଲିଜ୍ ହୋଇଥିଲା । ସିରିଜରେ ଅଭିଷେକଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା ।

Related posts