ଓଟିଟିରେ ରିଲିଜ ହେବ ଅନୁଷ୍କାଙ୍କ ଅଭିନୀତ ନିଶବ୍ଦମ

Published: Aug 20, 2020, 1:21 pm IST

ହାଇଦ୍ରାବାଦ : ଫିଲ୍ମ ଜଗତ ଉପରେ କରୋନା ସଂକଟ ପଡିଥିବାବେଳେ ସିନେମା ହଲ୍‌ ଖୋଲି ପାରୁନାହିଁ । ଏପରି ସ୍ଥିତିରେ ବହୁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯାଉଛି । ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଅପକମିଙ୍ଗ ଫିଲ୍ମ ‘ନିଶବ୍ଦମ୍‌’ ମଧ୍ୟ ଓଟିଟିରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ତେବେ କେଉଁ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଏହା ରିଲିଜ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଏହି ଫିଲ୍ମର ଓଟିଟି ରାଇଟ୍ 25 କୋଟି ଟଙ୍କାରେ ବିକ୍ରି ହୋଇଥିବା ନେଇ ପ୍ରଯୋଜକ କୋନା ଭେଙ୍କଟ ସୂଚନା ଦେଇଛନ୍ତି ।

Why Is Anushka Shetty Being Choosy About Movies?

ନିଶବ୍ଦମ ଏକ ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଫିଲ୍ମରେ ଅନୁଷ୍କା ଜଣେ ମୂକ ଓ ବଧିର ଚିତ୍ରକର ଭୂମିକାରେ ନଜର ଆସିବେ । ଅନୁଷ୍କାଙ୍କ ବିପକ୍ଷରେ ଆର. ମାଧବନ ନଜର ଆସିବାକୁ ଯାଉଥିବା ବେଳେ ଅର୍ଜୁନ ରେଡ୍ଡୀ ଫେମ ଶାଳିନୀ ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।   (ଏଜେନ୍ସି)

Related posts