ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ଆସିବ ‘କୁଲି ନଂ ୱାନ’!

Published: Aug 21, 2020, 2:30 pm IST
ମୁମ୍ବାଇ : କରୋନା ମହାମାରୀ କାରଣରୁ ସିନେମା ହଲଗୁଡ଼ିକ ବନ୍ଦ ଥିବାରୁ ଚଳିତ ବର୍ଷର ଅନେକ ଚର୍ଚ୍ଚିତ ଫିଲ୍ମ ଓଟିଟିରେ ରିଲିଜ ହେବା ସ୍ଥିର ହୋଇଛି । ନିକଟରେ ସୁଶାନ୍ତଙ୍କ ସିଂହଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓ ବିଦ୍ୟା ବଲାନ୍‌ଙ୍କ ‘ଶକୁନ୍ତଳା ଦେବୀ’ ଓଟିଟିରେ ରିଲିଜ୍‌ ହେବା ପରେ  ଡେଭିଡ ଧୱନଙ୍କ ‘କୁଲି ନଂ ୱାନ’ ସେହି ତାଲିକାରେ ସାମିଲ ହେବାକୁ ଯାଉଛି ।
ଦୀପାବଳି ଅବସରରେ ଆମାଜନ ପ୍ରାଇମ ଭିଡିଓରେ ତାହା ରିଲିଜ ହୋଇପାରେ । ଏ ସମ୍ପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଫିଲ୍ମଟିକୁ ଥିଏଟରରେ ରିଲିଜ କରିବାକୁ ଯୋଜନା ଥିଲା । ତେଣୁ ଓଟିଟି କଥା ଚିନ୍ତା କରାଯାଉନଥିଲା । ବର୍ତ୍ତମାନ ପରିସ୍ଥିତିରେ ସିନେମା ହଲ ପୁଣି ଖୋଲାଯିବା ନେଇ କିଛି ସ୍ପଷ୍ଟ ଭାବେ ଜଣାପଡୁନଥିବାରୁ ନିର୍ମାତାମାନେ ଓଟିଟି ବିକଳ୍ପକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।’ ଏହା 1995 ରେ ରିଲିଜ୍‌ ହୋଇଥିବା ଗୋବିନ୍ଦା, କରିସ୍ମା କପୁରଙ୍କ ଅଭିନୀତ ‘କୁଲି ନମ୍ବର ଓ୍ବାନ୍‌’ର ଏହା ହେଉଛି ରିମେକ୍‌ । ଏଥିରେ ଦର୍ଶକେ ବରୁଣ ଧୱନ ଏବଂ ସାରା ଅଲ୍ଲୀ ଖାନଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ।

Related posts