ସୁଶାନ୍ତଙ୍କ ମାମଲାରେ ସାକ୍ଷୀ ଦେବାକୁ ରାଜି, କିନ୍ତୁ ମୋତେ ସୁରକ୍ଷା ଦରକାର : କଙ୍ଗନା ରଣାଓ୍ବତ

Published: Aug 27, 2020, 11:50 am IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ଏନ୍‌ସିବି ତଦନ୍ତ ଆରମ୍ଭ କରିଥିବାବେଳେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ପ୍ରସଙ୍ଗରେ କଙ୍ଗନାଙ୍କ ଟୁଇଟ୍‌ ପୁଣି ଚର୍ଚ୍ଚାକୁ ଆସିଛି । ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ସୁଶାନ୍ତଙ୍କ ମାମଲାରେ ଏନ୍‌ସିବିକୁ ସାହାଯ୍ୟ କରିବାକୁ ଆଗ୍ରହୀ ଥିବାବେଳେ ନିଜ ସୁରକ୍ଷା ପାଇଁ ଦାବି କରିଛନ୍ତି । ଏହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନ୍‌ସିବିକୁ ସାହାଯ୍ୟ କରିବା ପାଇଁ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଉତ୍ସୁକ ରହିଛନ୍ତି। କିନ୍ତୁ ସେ ଏଥିପାଇଁ ନିଜର ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି ।  ସୁଶାନ୍ତଙ୍କ ମାମଲାରେ ଏନସିବି ତଦନ୍ତ ଆରମ୍ଭ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି ଯେ, ସେ ଏହି ମାମଲାରେ ଏନ୍‌ସିବି ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଇଚ୍ଛୁକ । କିନ୍ତୁ ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ସୁରକ୍ଷା ଆବଶ୍ୟକ । ନିଜ ପ୍ରଫେସନ ଓ ନିଜକୁ ବିପଦରେ ପକାଇ ସେ ଏହି କାର୍ଯ୍ୟ କରିବେ। ଏଥିପାଇଁ ତାଙ୍କୁ ସୁରକ୍ଷା ନିତାନ୍ତ ଆବଶ୍ୟକ । କଙ୍ଗନା ଆଉ ଏକ ଟୁଇଟ୍‌ ଜରିଆରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଟୁଇଟ୍‌ ପରେ ଟୁଇଟ୍‌ରେ ‘କଙ୍ଗନା ରଣାଓ୍ବତ୍‌ କୋ ସୁରକ୍ଷା ଦୋ’ ଏକ ହ୍ୟାଜ୍‌ଟ୍ୟାଗ୍‌ ଟ୍ରେଣ୍ଡିଂ ହେବାରେ ଲାଗିଛି ।

In Sushant Singh Rajput's death, police must ensure that online rumour  mills do not influence probe

ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆରମ୍ଭ କରିଛି । ଗତ ବୁଧବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ କ୍ରିମିନାଲ୍‌ ଫାଇଲ୍‌ ରୁଜୁ କରିଛନ୍ତି । ଏନସିବି ଡ୍ରଗ୍‌ ଦିଗରୁ ମାମଲାର ତଦନ୍ତ କରିବ ବୋଲି ଏନସିବି ନିର୍ଦ୍ଦେଶକ ରାକେଶ ଆସ୍ଥାନା ଗତ ମଙ୍ଗଳବାର ସୂଚନା ଦେଇଥିଲେ। ଅପରପକ୍ଷରେ ଇଡି ମଧ୍ୟ ରିଆଙ୍କ ବିରୋଧରେ ତଦନ୍ତ କରିବା ସହ ଡ୍ରଗ୍ସ ସହ ରିଆଙ୍କ ସମ୍ପୃକ୍ତି ରହିଥିବାର ଅନୁମାନ କରାଯାଉଛି ।

Related posts