ସିବିଆଇ ସମ୍ମୁଖରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

Published: Aug 28, 2020, 11:25 am IST

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସମ୍ମୁଖରେ ହାଜର ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ଗତକାଲି ସିବିଆଇ ପକ୍ଷରୁ ରିଆଙ୍କୁ ସମନ ଜାରି କରାଯାଇଥିବା ବେଳେ ନିଜ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହିତ ରିୟା ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ । ମୁମ୍ବାଇର ଡିଆଡିଓ ଗେଷ୍ଟ ହାଉସରେ ସିବିଆଇ ଜେରାର ସମ୍ମୁଖୀନ ହେବେ ରିୟା ।

ରିୟାଙ୍କୁ ଜେରା କରିବା ପୂର୍ବରୁ ସିବିଆଇ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ସିଂ ଏବଂ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଇଛି । । ଏହା ସହିତ ଗତକାଲି ରିଆଙ୍କ ଭାଇ ସୌଭିକଙ୍କୁ ମଧ୍ୟ ସିବିଆଇ ପକ୍ଷରୁ 14 ଘଣ୍ଟା ଜେରା କରାଯାଇଥିଲା ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଏବେ ସିବିଆଇ ଯାଞ୍ଚ କରୁଛି । ଏକ ସପ୍ତାହ ଧରି ସିବିଆଇ ଏହି ମାମଲାରେ ଯାଞ୍ଚ କରୁଥିବାବେଳେ ଏହି ମାମଲାରେ ଇଡି ସହିତ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । (ଏଜେନ୍ସି)

Related posts