କୋର୍ଟରେ ହାଜର ହେଲେ ସୌଭିକ୍‌ ଓ ସାମୁଏଲ୍‌

Published: Sep 5, 2020, 1:55 pm IST

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲି ତାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି ।  ତାଙ୍କ ନାଁରେ ଥିବା ଡ୍ରଗ୍ସ କିଣିବା ଏବଂ ଏହାର ବ୍ୟବହାର ନେଇ ଏନସିବି ହାତରେ ପ୍ରମାଣ ଲାଗିଛି। ଯାହାକୁ କୋର୍ଟରେ ଉପସ୍ଥାପନ କରି ସାତଦିନିଆ ରିମାଣ୍ଡ ମାଗିଲା ନାର୍କୋଟେକ୍ କଣ୍ଟ୍ରୋଲ୍ ବ୍ୟୁରୋ  ।  ସୌଭିକ୍‌ ଓ ସାମୁଏଲଙ୍କ ସମେତ କାଏଜାନ୍‌ ଇବ୍ରାହିମ୍‌ଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି । ଅପରପକ୍ଷରେ ଆଜି ପୁଣିଥରେ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟକୁ ଯାଇ ତଦନ୍ତ କରିଛି ସିବିଆଇ।

Related posts