ରିୟାଙ୍କ ଘରେ ଏନସିବି ଟିମ୍‌

Published: Sep 6, 2020, 8:57 am IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ  ସୌଭିକ୍‌ ଚକ୍ରବର୍ତ୍ତୀ ଓ  ସୁଶାନ୍ତିଙ୍କ ମ୍ୟାନଜେର୍‌ ସେମୁଏଲ୍‌ ମିରାଣ୍ଡାଙ୍କୁ 4 ଦିନିଆ ରିମାଣ୍ଡରେ ପଠାଯାଇଛି । ଦୁହେଁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରହିବ । ଅପରପକ୍ଷରେ ଡ୍ରଗ୍‌ ଡିଲର୍‌ କାଇଜାନ୍‌ ଇବ୍ରାହିମ୍‌ଙ୍କୁ14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହା ମଧ୍ୟରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ରିଆଙ୍କୁ ଜୋରା କରିବା ପାଇଁ  ରିଆ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ସମନ ଜାରି କରିଛି । ଆଜି ରିୟାଙ୍କ ଘରେ ଏନ୍‌ସିବିର ଟିମ୍‌ ସହିତ ମୁମ୍ବାଇ ପୋଲିସ୍‌ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ସକାଳ 10.30 ସୁଦ୍ଧା ରିଆ ଏନ୍‌ସିବି ଅଫିସ୍‌ରେ ପହଞ୍ଚିବେ ବୋଲି ସୂଚନା ରହିଛି । (ଏଜେନ୍ସି)

Related posts