କଙ୍ଗନା ରାନାୱତଙ୍କ ଅଫିସକୁ ବୁଲଡ୍ରୋଜର ଲଗାଇ ଭାଙ୍ଗିଦେଲା ବିଏମସି

Published: Sep 9, 2020, 1:24 pm IST

ମୁମ୍ବାଇ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବାନ୍ଦ୍ରା କାର୍ଯ୍ୟାଳୟକୁ ଅନଧିକୃତ ତଥା ସମ୍ପ୍ରସାରଣ ନାମରେ ଭାଙ୍ଗିବା ଆରମ୍ଭ କରିଛନ୍ତି। ବିଏମସି ର ଏଚ୍-ୱେଷ୍ଟ ୱାର୍ଡ ଅଧିକାରୀଙ୍କ ଏକ ଟିମ୍ ପୋଲିସ୍ ଫୋର୍ସ ସହିତ ବୁଲଡୋଜର, ଜେସିବି ଏବଂ ଅନ୍ୟାନ୍ୟ ଭାରୀ ଯନ୍ତ୍ରପାତି ଲଗାଇ ତାଙ୍କ କାର୍ଯ୍ୟାଳୟରେ ଭାଙ୍ଗିବା ଆରମ୍ଭ କରିଛନ୍ତି।

ମଙ୍ଗଳବାର କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଧିକଙ୍କ ଦ୍ବାରା ବିଏମସର ନୋଟିସ ବିରୋଧରେ ଏକ ମାମଲା କୋର୍ଟରେ ଦାଖଲ କରିଛନ୍ତି। ହେଲେ ତା ପୂର୍ବରୁ ବିଏମସିର କର୍ମଚାରୀମାନେ ଆସି ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛନ୍ତି। ବିଏମସିର ଜଣେ ଅଧିକାରୀଙ୍କ ଅନୁସାରେ କଙ୍ଗନାଙ୍କ ଏହି ଅଫିସ ବେଆଇନ ଦଖଲ ବୋଲି ଘୋଷଣା କରାଯାଇଛି। ସେଥିପାଇଁ ଭଙ୍ଗା ଯାଉଛି। ତେବେ ତାଙ୍କ ଅଫିସ କାମ ଯେପରି ଚାଲିବା କଥା ତାହା ଚାଲିଛି ବୋଲି ଏହି ଅଧିକାରୀ କହିଛନ୍ତି।

Related posts