ଲୋକପ୍ରିୟ ଅଭିନେତ୍ରୀ ହିମାନୀ ଶିବପୁରୀଙ୍କୁ କରୋନା

Published: Sep 13, 2020, 4:19 pm IST

ମୁମ୍ବାଇ : ଲୋକପ୍ରିୟ ବଲିଉଡ୍‌ କଳାକାର ହିମାନୀ ଶିବପୁରୀଙ୍କୁ କରୋନା। କୋଭିଡ୍‌ ପଜିଟିଭ୍‌ ଥିବା ନେଇ ହିମାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ହିମାନୀ ଏବେ ଲୋକପ୍ରିୟ ଟିଭି ସିରିୟଲ ‘ହପ୍ପୁ କି ଉଲଟନ୍‌ ପଲଟନ୍‌’ରେ ଅଭିନୟ କରୁଛନ୍ତି। ହିମାନୀ ଇନ୍‌ଷ୍ଟାଗ୍ରାମରେ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ।

ହିମାନୀ 1984 ମସିହାରେ ‘ଅବ ଆଏଗା ମଜା’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ । ଏହା ପରେ ସେ ସୁରଜ କା ସାତବା ଘୋଡ଼ା, ହମ୍‌ ଆପକେ ହେ କୌନ୍‌, ହମ୍‌ ସାଥ୍‌ ସାଥ୍‌ ହେ, କଭି ଖୁସି କଭି ଗମ୍‌, ରାଜା, ବିବି ନମ୍ବର ଓ୍ବାନ୍‌ ପରି ଫିଲ୍ମରେ ଅଭିନୟ କରିଛନ୍ତି।

Related posts