Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳଚିତ୍ର ଓ ନାଟକର ଏକ ସମିଶ୍ରଣ ଧାରା ସୃଷ୍ଟି କରିଥିଲେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସ
ବିଶେଷ ଖବର

ଚଳଚିତ୍ର ଓ ନାଟକର ଏକ ସମିଶ୍ରଣ ଧାରା ସୃଷ୍ଟି କରିଥିଲେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସ

September 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚଳଚିତ୍ର ଓ ନାଟକର ଏକ ସମିଶ୍ରଣ ଧାରା ସୃଷ୍ଟି କରିଥିଲେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସ

ଦିଲ୍ଲୀପ ହାଲି

ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟ୍ୟ ଜଗତର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ହେଉଛନ୍ତି ଅଜିତ ଦାସ। ୧୯୪୯ ମସିହା ଜାନୁୟାରୀ ୨୦ ତାରିଖରେ ବାରିପଦାରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦାସ ଓଡିଆ ନାଟ୍ୟ ଓ ଚଳଚିତ୍ର ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ। ଅଶି ଦଶକରେ ଯେଉଁମାନେ ଓଡିଆ ଚଳଚିତ୍ରରେ ଅଜିତଙ୍କ ଅଭିନୟକୁ ଦେଖିଛନ୍ତି ସେମାନେ ସମସ୍ତେ ତାଙ୍କର କଳାକୁ ମନେ ରଖିଛନ୍ତି। ସେହିପରି ବର୍ତ୍ତମାନ ସମୟର ଚଳଚିତ୍ର ‘ଆମ ଭିତରେ କିଛି ଅଛି କି’ ଯେ ଦେଖିଛି ସେ ମଧ୍ୟ ଅଜିତଙ୍କ ଅଭିନୟ କଳା କଣ ତାହା ବାରିପାରିଛି।

ଅଜିତଙ୍କ ଚଳଚିତ୍ର ଯାତ୍ରା ୧୯୭୬ ମସିହାର ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ଆରମ୍ଭ ହୁଏ। ସେହି ଚଳଚିତ୍ର ହିଁ ତାଙ୍କ ପାଇଁ ଆଣି ଦେଇଥିଲା ପ୍ରସିଦ୍ଧି। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ନିଜର ଏକ ସ୍ଥିତି ଜାହିରି କରିପାରିଥିଲେ । ସିନ୍ଦୁର ବିନ୍ଦୁ ପରେ ‘ପୁନଃମିଳନ’, ‘ପିପାସା’, ‘ଶଙ୍ଖ ମହୁରୀ’, ‘ଗୌରୀ’, ‘ବଳିଦାନ’, ‘ବାଟ ଅବାଟ’, ‘ମେଘମୁକ୍ତି’, ‘ଦେବଯାନୀ’, ‘ଟିକେହସ ଟିକେ ଲୁହ’, ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ହାକିମ ବାବୁ’, ‘ଆଶାର ଆକାଶ’, ‘ଜନନୀ’, ‘ମୁଁ ତୁମେ ଓ ସେ’, ‘ପର ଝିଅ ଘର ଭାଙ୍ଗେନା’, ‘ତୁଣ୍ଡ ବାଇଦ’, ‘ଗୋଲାମ ଗିରି’, ‘ମମତାର ଡୋରୀ’, ‘ପରଦେଶୀ ଚଢେଇ’, ‘ଆମ ଘର ଆମ ସଂସାର’,  ‘ମୁଖ୍ୟମନ୍ତ୍ରୀ’, ‘ଧନରେ ରଖିବୁ ଶପଥ ମୋର’ ‘ଆମ ଭିତରେ କିଛି ଅଚି କି’, ‘ଚାନ୍ଦନା ତୁମେ ତାରା’, ‘ପର୍ଶୁରାମ’ ପ୍ରମୁଖ ଚଳଚିତ୍ର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ।

ତାଙ୍କ ଅଭିନିତ ଚଳଚିତ୍ର ‘ହାକିମ ବାବୁ’ ସେତେବେଳେ ଏକ ସାଂପ୍ରତିକ ଘଟଣା ଉପରେ ପର୍ଯ୍ୟବେସିତ ନିଖୁଣ ଚଳଚିତ୍ରଟିଏ ଥିଲା। ଏଥିରେ ଜଣେ ଗାଁର ପିଲାଟିଏ ଆଇଏଏସ ପାଇଁ କଲେକ୍ଟର ହେବା ପରେ କିପରି ତାହାର ପରିବର୍ତ୍ତନ ହେଲା କାହାଣୀ ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ଅଜିତ ଦାସ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଜିଲ୍ଲାପାଳ ଭୂମିକାଟି ଏପରି ବାସ୍ତବତା ଥିଲା, ତାହା କେହି ବି କଳ୍ପନା କରିପାରିବ ନାହିଁ। ସେହି ଚଳଚିତ୍ରରେ ନିଖୁଣ ଅଭିନୟ ପାଇଁ ଅଜିତ ଦାସ ୧୯୮୫ ମସିହାରେ ଶ୍ରେଷ୍ଠ ଅଭିନୟ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଥିଲେ। ସେତେବେଳେ ଏହି ଚଳଚିତ୍ରଟି ମଧ୍ୟ ଜାତୀୟ ପୁରସ୍କାର ହାସଲ କରିଥିଲା।

ତେବେ ଚଳଚିତ୍ରରେ ସେ ଯେତିକି ପରିଚିତ ତାଠାରୁ ଢେର ଅଧିକ ପରିଚିତ ଥିଲେ ନାଟ୍ୟ ଜଗତରେ। ସେ ଏବଂ ବିଜୟ ମହାନ୍ତି ଉଭୟ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ପାଶ କରିବା ପରେ ନିଜକୁ ନାଟ୍ୟ ଜଗତ ଭିତରେ ବୁଡାଇ ରଖିଥିଲେ। ଏପରିକି ଉଭୟ ଉତ୍କଳ ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଅଧ୍ୟାପକ ଭାବେ ବୃତିଗତ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ। ଅଜିତ ଦାସ ନିଜେ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରି ଓଡିଆ ନାଟ୍ୟ ଜଗତକୁ ଯେପରି ଅବଦାନ ଦେଇଛନ୍ତି ତାହା ବିରଳ। ତାଙ୍କ ନାଟ୍ୟ ସଂସ୍ଥାର ନାମ ଥିଲା, ‘ଅଭିନୟ ଜାଗ୍ରୁତି ଇନିଷ୍ଟିଚ୍ୟୁଟ ଅଫ ଥିଏଟର’ ବା ସଂକ୍ଷେପରେ ଅଜିତ।

ଏଥିରେ ସେ ଯେଉଁ ନାଟକ ମଞ୍ଚସ୍ଥ କରାନ୍ତି ତାହା ସବୁ ଖାଣ୍ଟି ଓଡିଆ ଘରର କାହାଣୀ ଓ ଚାଲିଚଳନି ଉପରେ ପର୍ଯ୍ୟବେସିତ। ସେହିପରି ପ୍ରାଚୀନ ଓଡିଆ ସାହିତ୍ୟ ଗଳ୍ପକୁ ଯେ ସୁନ୍ଦର ନାଟକ କରାଯାଇପାରିବ ସେ କଳା କେବଳ ଅଜିତ ଦାସଙ୍କ ପାଖରେ ଥିଲା। ତାଙ୍କ ଦ୍ବାରା ନିର୍ଦ୍ଦେଶିତ ‘ବୁଢା ଶଙ୍ଖାରୀ’ ‘ଶାସ୍ତୀ’, ‘ଛ ମାଣ ଆଠ ଗୁଣ୍ଠ’ ‘ତଟ ନିରଂଜନା’ ଏବଂ ‘ଜୟଦେବ’ ପରି ନାଟକ ବେଶ୍ ଆଦୃତି ଲାଭ କରିପାରିଛି।

ସେହିପରି ସେ ପ୍ରାଚୀନ ସଂସ୍କୃତି ଭାଷାର ଏକ ନାଟକ ‘ପର୍ଶୁରାମ ବିଜୟ’ ମଞ୍ଚସ୍ଥ କରି ଓଡିଆ ନାଟ୍ୟ ଜଗତରେ ଏକ ଚହଳ ସୃଷ୍ଟି କରିଥିଲେ। ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ “ସାକ୍ଷୀ ଇତିହାସ’ ପରି ଏକ ବିରାଟ ପରିକଳ୍ପନାର ନାଟକ କରିବା କେବଳ ଅଜିତଙ୍କ ପକ୍ଷରେ ହିଁ ସମ୍ଭବ ହୋଇପାରିଛି। କହିବାକୁ ଗଲେ ଓଡିଆ ନାଟ୍ୟ ଜଗତରେ ଅଜିତ ଦାସ ବେଶ୍ ପରୀକ୍ଷା ନିରୀକ୍ଷା କରିଛନ୍ତି। ସେଥିପାଇଁ ତାଙ୍କୁ 2010-2011 ମସିହାରେ ମଞ୍ଚ ନିର୍ଦ୍ଦେଶନା ପାଇଁ ପ୍ରଦାନ କରାଯାଇଥିଲା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର।

ଅଜିତ ଦାସଙ୍କ କଳାକାର ଜୀବନକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତେବେ ଗୋଟଏ କଥା ସ୍ପଷ୍ଟ ହେବ ଯେ, ସେ ଚଳଚିତ୍ର ଅପେକ୍ଷା ନାଟକକୁ ବେଶୀ ଗୁରତ୍ବ ଦେଉଥିଲେ। ସକାଳୁ ଉଠିଲେ ବସିଲେ ସେ କେବଳ ନାଟକ କଥା ହିଁ ଚିନ୍ତା କରୁଥିଲେ। ସେଭଳି ଏକ ବହୁମୁଖୀ ପ୍ରତିଭା ଓଡିଶାକୁ ଆଉ କେବେ ମିଳିବ ତାହା ଆଶା କରିବା ବୃଥା ହେବ।

ଅଜିତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026

ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଚାବୁକ: ୫ ଟି ସ୍ଥାନରେ ଚଢାଉ ଜାରି

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026
Latest News

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026

ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଚାବୁକ: ୫ ଟି ସ୍ଥାନରେ ଚଢାଉ ଜାରି

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.