କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଅଭିନେତା ତଥା ନେତା ଆକାଶ ଦାସନାୟକ

Published: Sep 17, 2020, 6:40 pm IST

ଭୁବନେଶ୍ୱର, ଓଡିଆ ସିନେ ଜଗତର ହ୍ୟାଣ୍ଡସମ୍ ଅଭିନେତା, ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଥିଲେ। ସେ ଅନାଥ ଆଶ୍ରମ, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପ୍ରତିବର୍ଷ ଜନ୍ମଦିନ ପାଳନ କରିଆସୁଥିଲେ । କୋଭିଡ୍‌-୧୯ ପାଇଁ ଏ ବର୍ଷ ସେ ତାଙ୍କ ଜନ୍ମଦିନକୁ ସମଦୂରତ୍ୱ ରକ୍ଷା କରିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

ଏ ବର୍ଷ ସେ ଭିଡିଓ କଲ୍ ମାଧ୍ୟମରେ “ଆଶା କିରଣ” ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡିଓ କଲ୍ ମାଧ୍ୟମରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଦିବ୍ୟ ଜ୍ୟୋତି ସେବାଶ୍ରମର ପିଲାମାନେ ଆକାଶଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ କୋଭିଡ୍ ପରେ ତାଙ୍କୁ ଦେଖାକରିବା ପାଇଁ ଅନୁରୋଧ କରିଛନ୍ତି ।

Related posts