ଅନୁରାଗଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ପାୟଲ୍‌ : ଜବାବ ରଖିଲେ ଅନୁରାଗ

Published: Sep 20, 2020, 1:58 pm IST

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଛି । ଅଭିନେତ୍ରୀ ପାୟଲ ଘୋଷ ଏଭଳି ଅଭିଯୋଗ ଆଣିଛନ୍ତି । ଟ୍ୱିଟ କରି ପାୟଲ ଏହି ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି।

ଅପରପକ୍ଷରେ ଅଭିନେତ୍ରୀ ପାୟଲ ଘୋଷଙ୍କ ଅଭିଯୋଗ ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ପ୍ରତିକ୍ରିୟା ରଖିଛନ୍ତି ।  ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଅସଦାଚରଣ କରିଥିବା ପାୟଲ ଅଭିଯୋଗ କରିଛନ୍ତି । ତେବେ ସେ ତାଙ୍କ ପାଖକୁ ଏନେଇ ଗୋଟିଏ ଅଭିଯୋଗ ପଠାଇବା ପାଇଁ କହିଛି । ଏହାକୁ ନେଇ ପୁଲିସରେ ମଧ୍ୟ ଅଭିଯୋଗ କରିବାକୁ ପଡ଼ିବ ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

ତେବେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କାଶ୍ୟପ । ଏନେଇ ଶନିବାର ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ମଧ୍ୟ ନିଜ ପକ୍ଷ ରଖିଛନ୍ତି। ଅନୁରାଗ ବିଳମ୍ବିତ ରାତିରେ ଏହି ମାମଲାରେ ଏକାଧିକ ଟ୍ଵିଟ୍‌ କରିଛନ୍ତି। (ଏଜେନ୍ସି)

Related posts